ହେ ଦୟାମୟ ପ୍ରଭୁ ! ତୁମେ ସର୍ବଶକ୍ତିମାନ୍ ପରମ ପୁରୁଷ !
ଆତ୍ମାସମୂହଙ୍କର ଏହି ସମାବେଶ ଅନୁନୟ ପୂର୍ବକ ତୁମ ଆଡ଼କୁ ଅଭିମୁଖୀ ହୋଇଛନ୍ତି । ବିନମ୍ରତା ଓ ଆନୁଗତ୍ୟ ସହ ସେମାନେ ତୁମର ଦିବ୍ୟରାଜ୍ୟ ଆଡ଼କୁ ଚାହିଁ ରହିଛନ୍ତି ଏବଂ ତୁମକୁ ମାର୍ଜନା ତଥା କ୍ଷମା ଭିକ୍ଷା କରୁଛନ୍ତି । ହେ ପରମାତ୍ମା ! ଏହି ସଭାକୁ ତୁମ ନିଜର ଆଦରଣୀୟ କରିନିଅ । ଏହି ଆତ୍ମାଗଣଙ୍କୁ ପବିତ୍ର କରିଦିଅ ତଥା ତୁମ ମାର୍ଗଦର୍ଶନର ରଶ୍ମିକୁ ସେମାନଙ୍କ ଉପରେ ବିକିରଣ କର । ତୁମର ଶୁଭ ସମାଚାର ଦ୍ୱାରା ସେମାନଙ୍କ ହୃଦୟକୁ ଆଲୋକିତ କର ଏବଂ ସେମାନଙ୍କର ଆତ୍ମାକୁ ପୁଲକିତ କର । ତୁମର ପବିତ୍ର ସାମ୍ରାଜ୍ୟ ମଧ୍ୟରେ ସେମାନଙ୍କୁ ଗ୍ରହଣ କର । ତୁମର ଅସରନ୍ତି କରୁଣା ସେମାନଙ୍କ ଉପରେ ଅଜାଡ଼ି ଦିଅ । ଏହି ଜଗତ ତଥା ଆଗାମୀ ଜଗତରେ ସେମାନଙ୍କୁ ସୁଖୀ କରାଅ ।
- `Abdu'l-Bahá