ହେ ପରମେଶ୍ୱର ! ବାସ୍ତବିକ, ତୁମ ପ୍ରେମର ସୌଗନ୍ଧରେ ଆମ୍ଭେମାନେ ଏଠାରେ ଏକତ୍ରିତ ହୋଇଛୁ । ଆମ୍ଭେମାନେ ତୁମ ଦିବ୍ୟରାଜ୍ୟ ପ୍ରତି ଉନ୍ମୁଖ ହୋଇଛୁ । ତୁମ ବ୍ୟତୀତ ଆମ୍ଭେମାନେ ଅନ୍ୟକିଛି ଲୋଡ଼ୁନାହୁଁ କି ତୁମର ସନ୍ତୋଷ ବିଧାନ ବ୍ୟତୀତ ଅନ୍ୟ କିଛି ଅଭିଳାଷ କରୁନାହୁଁ । ହେ ପରମେଶ୍ୱର ! ଏହି ଖାଦ୍ୟ ସ୍ୱର୍ଗରୁ ପ୍ରେରିତ ତୁମର ଦିବ୍ୟ ଅମୃତ ହେଉ ଏବଂ ଏହି ସମାବେଶ ତୁମର ଶ୍ରେଷ୍ଠ ପ୍ରିୟ ବ୍ୟକ୍ତିମାନଙ୍କର ଏକ ସମାଗମ ହେବା ପାଇଁ ଅନୁମତି ମିଳୁ । ସେମାନେ ଯେପରି ମାନବ ସମାଜ ପ୍ରତି ପ୍ରେମର ପୁନର୍ଜୀବନ ପ୍ରଦାନ କରିବାର କାରଣ ହୁଅନ୍ତି ତଥା ମାନବଜାତି ପ୍ରତି ଆଲୋକର ଉ ହୁଅନ୍ତି । ସେମାନେ ଯେପରି ଧରାପୃଷ୍ଠରେ ତୁମ ମାର୍ଗ ପ୍ରଦର୍ଶନର ମାଧ୍ୟମ ହୁଅନ୍ତି । ବାସ୍ତବିକ, ତୁମେ ହେଉଛ ପରମ ସାମର୍ଥ୍ୟବାନ୍ ! ତୁମେ ହେଉଛ ଦିବ୍ୟ ପ୍ରଦାତା, ତୁମେ ହେଉଛ ପରମ କ୍ଷମାଶୀଳ ଏବଂ ତୁମେ ହେଉଛ ସର୍ବଶକ୍ତିମାନ୍ !
- `Abdu'l-Bahá