ହେ ଦିବ୍ୟ ବିଧାତା ! ଏହି ସମାବେଶଟି ତୁମ ପ୍ରିୟ ବନ୍ଧୁମାନଙ୍କୁ ନେଇ ଗଠିତ ହୋଇଛି । ଯେଉଁମାନେ କି ତୁମର ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଛନ୍ତି ଏବଂ ତୁମ ପ୍ରେମର ବହ୍ନି ଦ୍ୱାରା ପ୍ରଜ୍ଜ୍ୱାଳିତ ହୋଇଛନ୍ତି । ଏହି ଆତ୍ମାଗଣଙ୍କୁ ସ୍ୱର୍ଗୀୟ ଦେବଦୂତ ଭାବରେ ପରିଣତ କର, ତୁମର ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ସେମାନଙ୍କୁ ପୁନର୍ଜୀବିତ କର, ସେମାନଙ୍କୁ ବାଗ୍ମୀତାପୂର୍ ଜିହ୍ୱା ଏବଂ ସ୍ଥିତପ୍ରଜ୍ଞ ହୃଦୟ ପ୍ରାପ୍ତ ହେବା ପାଇଁ ଅନୁମତି ପ୍ରଦାନ କର । ସେମାନଙ୍କୁ ସ୍ୱର୍ଗୀୟ ଶକ୍ତି ଏବଂ ଦୟାପୂର୍ ସମ୍ବେଦନଶୀଳତା ପ୍ରଦାନ କର । ମାନବଜାତିର ଏକତ୍ୱ ପ୍ରତିଷ୍ଠା ନିମେନ୍ତ ତଥା ମାନବ ଜଗତରେ ପ୍ରେମ ଓ ସଂହତିର କାରଣ ହେବା ନିମନ୍ତେ ପ୍ରଚାରକ ହେବାକୁ ସେମାନଙ୍କର କାରଣ ହୁଅ, ଯ୍ୱାରା ପରମ ସତ୍ୟ-ସୂର୍ଯ୍ୟଙ୍କ ଆଲୋକ ମାଧ୍ୟମରେ ଅଜ୍ଞ କୁସଂସ୍କାରର ବିଦପୂର୍ ଅନ୍ଧକାର ଦୂର ହୋଇପାରିବ । ଏହି ନିରାନନ୍ଦମୟ ଜଗତ ଆଲୋକିତ ହୋଇପାରିବ । ଏହି ଭୌତିକ ଜଗତ ଆତ୍ମାର ଜଗତରେ ଥିବା ରଶ୍ମିକୁ ଗ୍ରହଣ କରି ।ରିବ । ଏହି ବିବିଧ ରଙ୍ଗଗୁଡ଼ିକ ଏକ ରଙ୍ଗରେ ୪ ମିଶିଯାଇପାରିବେ ଏବଂ ମହିମାର ସୁମଧୁର ସଙ୍ଗୀତ ତଥା ପବିତ୍ରତାର ଦିବ୍ୟ ଦରବାର ପର୍ଯ୍ୟନ୍ତ ଶୁଣାଯାଇପାରିବ ।
ବାସ୍ତବିକ, ତୁମେ ହେଉଛ ସର୍ବଶକ୍ତିମାନ୍ ଓ ମହାବଳବାନ୍ ।
- `Abdu'l-Bahá