ହେ ମୋର ଭଗବାନ୍ ! ହେ ମୋର ପରମେଶ୍ୱର ! ବାସ୍ତବିକ୍, ଏହି ସେବକଗଣ ତୁମ ଆଡ଼କୁ ଅଭିମୁଖୀ ହୋଇ ତୁମ କରୁଣାର ଦିବ୍ୟ ଦରବାର ପ୍ରତି ପ୍ରାର୍ଥନା କରୁଛନ୍ତି । ବାସ୍ତବିକ, ସେମାନେ ତୁମର ଅଦ୍ଭୁତ ଦିବ୍ୟ ସାମ୍ରାଜ୍ୟ ମଧ୍ୟରୁ ସ୍ୱୀକୃତି ଭିକ୍ଷା କରି ତୁମ ସ୍ୱର୍ଗୀୟ ରାଜ୍ୟ ମଧ୍ୟରେ ପ୍ରବେଶ ଲାଭ କରିବା ନିମନ୍ତେ ଆଶାୟୀ ହୋଇ ତୁମ ପବିତ୍ରତା ମାଧ୍ୟମରେ ଆକର୍ଷିତ ହୋଇଛନ୍ତି ଏବଂ ତୁମ ପ୍ରେମର ଅଗ୍ନି ଦ୍ୱାରା ଜାଜ୍ଜ୍ୱଲ୍ୟମାନ ହୋଇଛନ୍ତି । ବାସ୍ତବିକ୍, ସେମାନେ ଦିବ୍ୟ ବାସ୍ତବତାଙ୍କ ପରମ ସୂର୍ଯ୍ୟଙ୍କଠାରୁ ଆଲୋକ ଆକାଙ୍କ୍ଷା କରି ତୁମ ଦାନର ଅବତରଣ ନିମନ୍ତେ ଅଭିଳାଷ କରୁଛନ୍ତି । ହେ ପ୍ରଭୁ ! ସେମାନଙ୍କୁ ଉଜ୍ଜ୍ୱଳମୟ ପ୍ରଦୀପ ରୂପେ, ଦୟାପୂର୍ ସଂକେତାବଳୀ ରୂପେ, ଫଳରେ ପରିୂର୍ ବୃକ୍ଷରାଜି ରୂପେ ଏବଂ ପ୍ରଜ୍ଜ୍ୱାଳିତ ନକ୍ଷତ୍ର ରୂପେ ପରିଣତ କର । ତୁମ ଅନୁଗ୍ରହର ଆଲୋକ ନିମନ୍ତେ ଅଭିଳାଷ କରି ସେମାନେ ତୁମର ସେବା କରିବା ପାଇଁ ଆଗେଇ ଆସନ୍ତୁ ଏବଂ ତୁମ ପ୍ରେମର ବନ୍ଧନ ରଜ୍ଜୁ ଦ୍ୱାରା ତୁମ ସହିତ ସଂଯୁକ୍ତ ହୁଅନ୍ତୁ । ହେ ପ୍ରଭୁ ! ସେମାନଙ୍କୁ ତୁମେ ମାର୍ଗଦର୍ଶନର ସଂକେତାବଳୀ ରୂପେ, ତୁମ ଅବିନଶ୍ୱରତ୍ୱ ଦିବ୍ୟ ସାମ୍ରାଜ୍ୟର ଆଦର୍ଶ ରୂପେ, ତୁମ କରୁଣା ସାଗରର ତରଙ୍ଗାବଳୀ ରୂପେ, ତୁମ ମହାନତା ଆଲୋକର ଦର୍ପଣରେ ପରିଣତ କର ।
ବାସ୍ତବିକ, ତୁମେ ହେଉଛ ପରମ ସଦାଶୟ । ବାସ୍ତବିକ, ତୁମେ ହେଉଛ ପରମ କରୁଣାମୟ ! ସତ୍ୟତଃ ତୁମେ ହେଉଛ ଦିବ୍ୟ ଅମୂଲ୍ୟ ସମ୍ପଦ, ପରମ ପ୍ରିୟତମ !
- `Abdu'l-Bahá