ହେ ମୋର ପରମେଶ୍ୱର ! ତୁମ ନାମର ଯଶୋଗାନ ହେଉ! ତୁମ କରୁଣା ପରିଚ୍ଛଦର ସୌଗନ୍ଧ, ତୁମ ଆଜ୍ଞାରେ ତଥା ତୁମ ଅଭିଳାଷ ଅନୁଯାୟୀ ସମଗ୍ର ସୃଷ୍ଟି ଉପରେ ବିଚ୍ଛୁରିତ ହୋଇଛି ଏବଂ ସଂକଳ୍ପର ଦିବ୍ୟସୂର୍ଯ୍ୟ ତୁମ ଶକ୍ତି ତଥା ସାର୍ବଭୌମ କ୍ଷମତା ମାଧ୍ୟମରେ ତୁମ କରୁଣାର ଦିଗ୍ବଳୟ ଉପରେ ଜାଜ୍ଜ୍ୱଲ୍ୟମାନ ଭାବେ ଦୃଶ୍ୟମାନ ହୋଇଛି, ତାହାରି ଦ୍ୱାହି ଦେଇ ମୁଁ ତୁମକୁ ମିନତି କରୁଛି ଯେ, ହେ ସ୍ୱୟଂ ତୁମ୍ଭେ ସକଳ ମାନଜାତିର ପ୍ରଭୁ ! ମୋ ହୃଦୟ-ମଧ୍ୟରୁ ସକଳ ବୃଥାକଳ୍ପନା ତଥା କପୋଳକଳ୍ପିତ ଚିନ୍ତାଧାରାଗୁଡ଼ିକ ବିଲୋପ କରିଦିଅ, ମୋର ସକଳ ଅନୁରାଗ ଓ ପ୍ରୀତି ସହ ମୁଁ ତୁମ ପ୍ରତି ଯେପରି ଅଭିମୁଖୀ ହୋଇପାରିବି, ମୋତେ ସେହି ଅନୁମତି ଦିଅ । ହେ ମୋର ପରମେଶ୍ୱର ! ମୁଁ ତୁମର ସେବକ ତଥା ତୁମ ସେବକର ପୁତ୍ର, ତୁମ ଅନୁଗ୍ରହର ଶାସନ ଉପରେ ମୁଁ ଆସ୍ଥା ସ୍ଥାପନ କରିଛି ତଥା ତୁମ ସୁକୋମଳ କରୁଣାର ରଜ୍ଜୁକୁ ଦୃଢ଼ଭାବେ ଧାରଣ କରିଛି ।
ତୁମଠାରେ ଥିବା ସକଳ ଉତ୍ତମ ପଦାର୍ଥ ମୋ ପାଇଁ ପ୍ରେରଣ କର ଏବଂ ତୁମ ଅନୁକମ୍ପାର ମେଘମାଳା ମଧ୍ୟରୁ ତଥା ତୁମ ଅନୁଗ୍ରହର ସ୍ୱର୍ଗରୁ ତୁମେ ପ୍ରେରଣ କରିଥିବା ଦିବ୍ୟ ଖାଦ୍ୟ ମେଜରୁ ମୋତେ ପ୍ରତିପୋଷଣ କର ।
ବାସ୍ତବରେ ତୁମେ ହେଉଛ ଜଗତ ସମୂହର ପ୍ରଭୁ ଏବଂ ସ୍ୱର୍ଗ ଓ ମର୍ତ୍ତ୍ୟରେ ଥିବା ସକଳର ଅଧୀଶ୍ୱର ।
- Bahá'u'lláh