ହେ ମୋର ଈଶ୍ୱର ! ତୁମ ଦିବ୍ୟ ଧର୍ମର ବହ୍ନି ଅନେକ ଶିଥିଳ ହୃଦୟକୁ ଉୀପିତ କରି ଦେଇଛି ଏବଂ ତୁମ କଣ୍ଠର ମଧୁର ମୂର୍ଚ୍ଛନା ଅନେକ ସୁପ୍ତ ଜନଗଣଙ୍କୁ ଜାଗ୍ରତ କରିଦେଇଛି । ଏହିରି କେତେ ଯେ ଅପରିଚିତ ଲୋକେ ତୁମ ଦିବ୍ୟ ଏକତ୍ୱର ତରୁ ଛାୟା ତଳେ ଆଶ୍ରୟ ଗ୍ରହଣ କରିଛନ୍ତି ଏବଂ କେତେ ଯେ ତୁଷାର୍ତ୍ତ ବ୍ୟକ୍ତି ତୁମ ଦିନଗୁଡ଼ିକରେ ତୁମ ଜୀବନ୍ତ ଜଳରାଶିର ପ୍ରସ୍ରବଣ ଆଡ଼କୁ ଆଶାୟୀ ହୋଇଛନ୍ତି । ସେ ହେଉଛି ଆଶିଷପ୍ରାପ୍ତ, ଯିଏ ନିଜେ ତୁମ ଆଡ଼କୁ ଅଗ୍ରସର ହୋଇଛି ଏବଂ ତୁମ ଶ୍ରୀମୁଖ ଦୀପ୍ତିର ଉଦୟସ୍ଥଳକୁ ଲାଭ କରିବା ନିମନ୍ତେ ଚଳଚଞ୍ଚଳ ହୋଇଛି । ସେ ହେଉଛି ଆଶିଷପ୍ରାପ୍ତ, ଯିଏକି ତାହାର ସମସ୍ତ ଅନୁରାଗ ସହିତ ତୁମର ଦିବ୍ୟ ପରି ୍ରକାଶର ଉନ୍ମେଷସ୍ଥଳ ତଥା ତୁମ ପ୍ରେରଣାର ଉ ଆଡ଼କୁ ଅଭିମୁଖୀ ହୋଇଛି ।
ସେ ହେଉଛି ଆଶିଷପ୍ରାପ୍ତ ଯିଏକି ତୁମ କରୁଣା ଓ ଅନୁଗ୍ରହ ମାଧ୍ୟମରେ ତାଙ୍କୁ ତୁମେ ଯାହା ପ୍ରଦାନ କରିଥିଲ, ସେହି ସବୁକୁ ତୁମରି ମାର୍ଗରେ ବ୍ୟୟ କରିଅଛି । ସେ ହେଉଛି ଆଶିଷପ୍ରାପ୍ତ ଯିଏ ତୁମକୁ ପ୍ରାପ୍ତ ହେବା ନିମନ୍ତେ ତାହାର ଅତିଷ୍ଠ କାମନାରେ ତୁମ ବ୍ୟତୀତ ସବୁ କିଛିକୁ ସେ ପରିତ୍ୟାଗ କରି ଦେଇଛି ।
ସେ ହେଉଛି ଆଶିଷପ୍ରାପ୍ତ, ଯିଏ ତୁମ ସହିତ ଘନିଷ୍ଠ ସାହଚର୍ଯ୍ୟ ଦ୍ୱାରା ଆନନ୍ଦପ୍ରାପ୍ତ ହୋଇଛି ଏବଂ ତୁମ ବ୍ୟତୀତ ନିଜକୁ ସକଳ ଆସକ୍ତିରୁ ମୁକ୍ତ କରିଛି । ହେ ମୋର ପ୍ରଭୁ ! ସ୍ୱୟଂ ଯିଏ ହେଉଛନ୍ତି ତୁମର ଦିବ୍ୟ ନାମ, ଯିଏକି ତୁମ ସାର୍ବଭୌମତ୍ୱ ତଥା ଶକ୍ତିର କ୍ଷମତାର ସ୍ୱୟଂ ତାଙ୍କ ବନ୍ଦୀଶାଳାର ଦିଗ୍ବଳୟର ଊଦ୍ଧ୍ୱର୍ରେ ଉଦିତ ହୋଇଛନ୍ତି, ତାଙ୍କର ଦ୍ୱାହିଦେଇ ମୁଁ ତୁମକୁ ମିନତି କରୁଛି ଯେ, ଯାହା ତୁମଠାରେ ଘଟିଅଛି ତଥା ତୁମର ବିଜୟୋଲ୍ଲାସ ପ୍ରତି ଉପଯୋଗୀ ହୋଇଛି, ତାହା ପ୍ରତ୍ୟେକଙ୍କ ପାଇଁ ନିେର୍ଶିତ ହେଉ ।
ସତ୍ୟତଃ, ସବୁକିଛିର ସମ୍ମୁଖୀନ ହେବା ପାଇଁ ତୁମର ସାମର୍ଥ୍ୟ ରହିଛି ।
- Bahá'u'lláh