ତୁମର ଜୟଗାନ ହେଉ, ହେ ମୋର ପରମେଶ୍ୱର ! ମୁଁ ତୁମର ସେହି ସେବକମାନଙ୍କ ମଧ୍ୟରୁ ଜଣେ, ଯିଏକି ତୁମ ଉପରେ ଏବଂ ତୁମର ସଙ୍କେତଗୁଡ଼ିକ ଉପରେ ବିଶ୍ୱାସ ରଖିଛି । ତୁମେ ତ ଦେଖୁଛ ମୁଁ ନିଜେ କିରି ତୁମ ଅନୁକମ୍ପାର ଦ୍ୱାରଦେଶ ଆଡ଼କୁ ଯାତ୍ରାରମ୍ଭ କରିଛି ଏବଂ ତୁମ ସସ୍ନେହ-କରୁଣା ପାଇଁ ସେହି ଦିଗକୁ ମୋର ମୁଖ ଅଭିମୁଖୀ କରିଛି । ତୁମ ଅନୁଗ୍ରହର ଦ୍ୱାରଦେଶକୁ ମୋ ସମ୍ମୁଖରେ ଉନ୍ମୋଚନ କରିବା ପାଇଁ ତୁମର ସର୍ବଶ୍ରେଷ୍ଠ ଉପାଧି ତଥା ତୁମର ପରମ ମହାନ୍ ଗୁଣାବଳୀ ମାଧ୍ୟମରେ ମୁଁ ତୁମଠାରେ ଅନୁନୟ କରୁଛି । ଯାହା ମଙ୍ଗଳଦାୟକ ତାହା ସମ୍ପନ୍ନ କରିବା ପାଇଁ ମୋତେ ସହାୟ ହୁଅ । ହେ ସ୍ୱୟଂ ତୁମ୍ଭେ ଯିଏ ହେଉଛ ସକଳ ନାମାବଳୀ ଏବଂ ଗୁଣାବଳୀର ଦିବ୍ୟ ଅଧିକାରୀ ! ହେ ମୋର ପ୍ରଭୁ !
ମୁଁ ଦରିଦ୍ର ଏବଂ ତୁମେ ଐଶ୍ୱର୍ଯ୍ୟବାନ୍ । ମୋର ମୁଖକୁ ତୁମ ଆଡ଼କୁ ଅଭିମୁଖୀ କରିଛି ଏବଂ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ନିଜକୁ ଦୂରେଇ ରଖିଛି । ମୁଁ ତୁମକୁ ମିନତି କରୁଛି ଯେ, ତୁମ ସୁକୋମଳ କରୁଣାର ମୃଦୁମନ୍ଦ ସମୀରଣ ଠାରୁ ମୋତେ ବଞ୍ଚôତ କରନାହିଁ ଏବଂ ତୁମ ମନୋନୀତ ସେବକମାନଙ୍କ ନିମିତ୍ତ ଯାହା ତୁମେ ନିର୍ଦ୍ଧାରିତ କରିଛ ସେ ସବୁ ପ୍ରାପ୍ତ ହେବା ପାଇଁ ମୋତେ ବଞ୍ଚôତ କରନାହିଁ । ହେ ମୋର ପ୍ରଭୁ ! ମୋ ଚକ୍ଷୁ ସମ୍ମୁଖରେ ଥିବା ପରଦାକୁ ଅପସାରିତ କରିଦିଅ, ଯ୍ୱାରା ଯାହା ତୁମ ପ୍ରାଣୀମାନଙ୍କ ନିମନ୍ତେ ଅଭିଳାଷ କରିଛ ତାହାକୁ ମୁଁ ଚିହ୍ନିାରିବି ଏବଂ ତୁମର ସର୍ବଶକ୍ତିଶାଳୀ କ୍ଷମତାର ପ୍ରକାଶଗୁଡ଼ିକୁ ତୁମ କୃତ୍ତିର ସକଳ ପରି ୍ରକାଶରେ ଆବିଷ୍କାର କରିାରିବି । ହେ ମୋର ପ୍ରଭୁ ! ତୁମ ପରମ ଶକ୍ତିଶାଳୀ ସଙ୍କେତଗୁଡ଼ିକ ଦ୍ୱାରା ମୋର ଆତ୍ମାକୁ ଆନନ୍ଦିତ କର ଏବଂ ମୋର କଳୁଷିତ ଓ ମନ୍ଦ ଅଭିଳାଷରୁ ମୋତେ ଉଦ୍ଧାର କର । ଏହି ଜଗତ ତଥା ଆଗାମୀ ଜଗତରେ ମୋ ପାଇଁ ମଙ୍ଗଳ ବିଧାନ କର । ଯାହା ତୁମକୁ ଆନନ୍ଦ ଦିଏ, ତାହା ସମ୍ପନ୍ନ କରିବା ପାଇଁ ତୁମେ କ୍ଷମତାବାନ୍ । ତୁମ ବ୍ୟତୀତ ଅନ୍ୟ କେହି ସର୍ବମହିମାମୟ ଈଶ୍ୱର ନାହାନ୍ତି, ସ୍ୱୟଂ ଯାହାଙ୍କ ସହାୟତାକୁ ସକଳ ମନୁଷ୍ୟ କାମନା କରିଥାଆନ୍ତି । ହେ ମୋର ପ୍ରଭୁ ! ମୁଁ ତୁମଠାରେ କୃତଜ୍ଞ । ତୁମେ ମୋତେ ନିଦ୍ରାରୁ ଜାଗ୍ରତ କରିଛ ଏବଂ ଆଲୋଡ଼ିତ କରିଛ । ଉପଲବ୍ଧି କରିବାର ଅଭିଳାଷକୁ ମୋଠାରେ ସୃଷ୍ଟି କରିଛ, ଯାହାକି ତୁମର ଅଧିକାଂଶ ସେବକଗଣ ହୃଦୟଙ୍ଗମ କରିବାରେ ବିଫଳ ହୋଇଛନ୍ତି । ହେ ମୋର ପ୍ରଭୁ !
ତୁମର ପ୍ରେମ ନିମିତ୍ତ ତଥା ତୁମର ପ୍ରସନ୍ନତା ଅବକାଶରେ ଯାହାସବୁ ତୁମେ କାମନା କରିଛ, ତାହା ଦର୍ଶନ କରବା ନିମନ୍ତେ ମୋତେ ସମର୍ଥ କର । ତୁମେ ହେଉଛ ସ୍ୱୟଂ ସେହି, ଯାହାଙ୍କ ସାମର୍ଥ୍ୟ ଏବଂ ସାର୍ବଭୌମ ଶକ୍ତିର କ୍ଷମତା ପ୍ରତି ସକଳ ପଦାର୍ଥ ସାକ୍ଷ୍ୟ ପ୍ରମାଣ ଦେଇଥାନ୍ତି ।
ତୁମ ବ୍ୟତୀତ ଅନ୍ୟ କେହି ସର୍ବଶକ୍ତିମାନ୍, ପରମ କୃ ।ଳୁ ଈଶ୍ୱର ନାହାନ୍ତି ।
- Bahá'u'lláh