ହେ ଈଶ୍ୱର, ମୋର ପରମେଶ୍ୱର ! ତୁମେ ହେଉଛ ମୋର ପରମ ଆଶା ଏବଂ ମୋର ପରମ ପ୍ରିୟତମ ! ମୋର ସର୍ବୋଚ୍ଚ ଦିବ୍ୟ ଲକ୍ଷ୍ୟ ଏବଂ ପରମ ଆକାଙ୍କ୍ଷା ! ସବିନୟ ଓ ଏକାଗ୍ର ଅନୁରକ୍ତିରେ ମୁଁ ତୁମକୁ ମିନତି କରୁଛି ଯେ, ତୁମ ଭୂ ୃଷ୍ଠରେ ମୋତେ ତୁମ ପ୍ରେମର ଏକ ନିଦର୍ଶନ ରୂପେ, ତୁମ ସୃଷ୍ଟ ପ୍ରାଣୀମାନଙ୍କ ମଧ୍ୟରେ ତୁମ ଜ୍ଞାନର ଏକ ପ୍ରଦୀପ ରୂପେ ଏବଂ ତୁମ ସାମ୍ରାଜ୍ୟ ମଧ୍ୟରେ ସ୍ୱର୍ଗୀୟ କରୁଣାର ଏକ ଧ୍ୱଜା ରୂପେ ପରିଣତ କର ।
ତୁମର ସେହି ସେବକମାନଙ୍କ ମଧ୍ୟରେ ମୋତେ ଏପରି ପରିଗଣିତ କର, ଯେପରି ସ୍ୱୟଂ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ଯେଉଁମାନେ ଅନାସକ୍ତ ହୋଇ ରହିଛନ୍ତି, ଏହି ପୃଥିବୀର କ୍ଷଣସ୍ଥାୟୀ ବସ୍ତୁସମୂହରୁ ନିଜକୁ ବିଶୁଦ୍ଧ ରଖିଛନ୍ତି ଏବଂ ବୃଥା କଳ୍ପନାରେ ମଜ୍ଜି ରହିଥିବା ଲୋକମାନଙ୍କ ପ୍ରରୋଚନାରୁ ସେମାନେ ନିଜ ନିଜକୁ ନିବୃତ୍ତ ରଖିଛନ୍ତି ।
ତୁମ ସାମ୍ରାଜ୍ୟରୁ ଦୃଢ଼ ସମର୍ଥନର ସତ୍ତା ମାଧ୍ୟମରେ ମୋର ହୃଦୟକୁ ଆନନ୍ଦରେ ବିଭୋର କରିଦିଅ ଏବଂ ତୁମର ସର୍ବଶକ୍ତିଶାଳୀ ଗୌରବର ସାମ୍ରାଜ୍ୟରୁ ସ୍ୱର୍ଗୀୟ ସହାୟତା ମୋ ଉପରେ ନିରନ୍ତର ବର୍ଷଣ କରୁଥିବା ଦେବଦୂତଗଣଙ୍କୁ ଦର୍ଶନ କରି ମୋର ନେତ୍ରଯୁଗଳକୁ ଦୀପ୍ତିମାନ କରିଦିଅ ।
ସତ୍ୟତଃ, ତୁମେ ହେଉଛ ସର୍ବଶକ୍ତିଶାଳୀ, ସର୍ବମହିମାମୟ, ସର୍ବକ୍ଷମତାଶାଳୀ ।
- The Báb