ଯେଉଁ ପ୍ରାର୍ଥନାଗୁଡ଼ିକ ଆରୋଗ୍ୟ ନିମି ପ୍ରକାଶିତ ହୋଇଛି, ସେଗୁଡ଼ିକ ଉଭୟ ଶାରୀରିକ ଏବଂ ଆଧ୍ୟାତ୍ମିକ ଆରୋଗ୍ୟ ପାଇଁ ପ୍ରଯୁଜ୍ୟ । ତେଣୁ ସେଗୁଡ଼ିକୁ ଉଭୟ ଆତ୍ମା ଓ ଶରୀରର ଆୋଗ୍ୟ ନିମନ୍ତେ ଆବୃି କର .....ା
- ଆବ୍ଦୋଲ୍-ବାହ
ହେ ଈଶ୍ୱର, ମୋର ପରମେଶ୍ୱର ! ତୁମ ଆରୋଗ୍ୟକାରକ ମହାସାଗର, ତୁମ ଅନୁଗ୍ରହର ସୂର୍ଯ୍ୟଙ୍କ ଦୀପ୍ତି ଏବଂ ତୁମ ମହାନ୍ ନାମର ଦ୍ୱାହିଦେଇ ମୁଁ ତୁମକୁ ଅନୁନୟ କରୁଛି ଯେ, ଯାହା ମାଧ୍ୟମରେ ତୁମ ସେବକଗଣଙ୍କୁ ବଶୀଭୂତ କରିଛ, ତୁମ ମହାନ୍ ବାଣୀର ପରିବ୍ୟାପ୍ତ କ୍ଷମତା ଦ୍ୱାରା ଏବଂ ତୁମ ସର୍ବମହାନ୍ ଲେଖନୀର ପ୍ରଭାବ ଦ୍ୱାରା ତଥା ତୁମ କରୁଣା ଦ୍ୱାରା ଯାହା ସ୍ୱର୍ଗ ଓ ର୍ମ୍ୟରେ ବାସ କରୁଥିବା ସମସ୍ତଙ୍କର ସୃଷ୍ଟି ଆଗତ ହୋଇଛି, ତାହାରି ଦ୍ୱାହି ଦେଇ ମୁଁ ତୁମକୁ ବିନୀତ ପ୍ରାର୍ଥନା କରୁଛି ଯେ, ସମସ୍ତ ଦୁଃଖ ଏବଂ ବିଶୃଙ୍ଖଳାଠାରୁ ତଥା ସମସ୍ତ ଦୁର୍ବଳତା ଓ ଶକ୍ତିହୀନତାଠାରୁ ମୋତେ ତୁମର କରୁଣାର ଜଳରେ ପବିତ୍ର କରିଦିଅ ।
ତୁମେ ତ ଜାଣିଛ, ହେ ମୋର ପ୍ରଭୁ ! ଯିଏ ତୁମ କରୁଣାର ଦ୍ୱାରା ଦେଶରେ ଶରଣାପନ୍ନ ହୋଇଛି ଏବଂ ଯିଏ ତୁମ ଉଦାରତାର ରଜ୍ଜୁକୁ ଦୃଢ଼ଭାବରେ ଧାରଣ କରି ତୁମଠାରେ ଭରଷା ରଖିଛି ତଥା ଯେଉଁ ପଦାର୍ଥଗୁଡ଼ିକୁ ସେ ତୁମ କୃପାର ମହାସାଗରରୁ ଏବଂ ତୁମ ପ୍ରେମର୍ପୂ ଦୟାର ସୂର୍ଯ୍ୟଙ୍କଠାରୁ ଆଶାପୋଷଣ କରିଛି, ସେମାନଙ୍କୁ ସେଥିରୁ ବôତ କରନାହିଁ । ଏଥିପାଇଁ ମୁଁ ତୁମଠାରେ ପ୍ରାର୍ଥନା କରୁଛି ।
ତୁମ୍ଭଙ୍କୁ ଯାହା ଆନନ୍ଦ ଦିଏ, ତାହା ସମ୍ପନ୍ନ କରିବା ପାଇଁ ତୁମେ ସାମର୍ଥ୍ୟବାନ୍ । ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମେ ସଦା କ୍ଷମାଶୀଳ, ସର୍ବ କରୁଣାମୟ ।
- Bahá'u'lláh