ତୁମର ମହିମାଗାନ ହେଉ । ହେ ପ୍ରଭୁ, ମୋର ପରମେଶ୍ୱର ! ଯେଉଁ ମାଧ୍ୟମରେ ସ୍ୱୟଂ ସେହି, ଯିଏ ହେଉଛନ୍ତି ଦିବ୍ୟ ସୌନ୍ଦର୍ଯ୍ୟ, ତୁମର ଧର୍ମ ସିଂହାସନ ଉପରେ ଅଧିଷ୍ଠିତ ହୋଇଛନ୍ତି- ସେହି ନାମର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି, ଯେଉଁ ନାମ ମାଧ୍ୟମରେ ତୁମେ ସମସ୍ତ ପଦାର୍ଥକୁ ପରିର୍ବନ କରିଥାଅ, ସମସ୍ତ ବସ୍ତୁକୁ ଏକତ୍ରିତ କରିଥାଅ, ସମସ୍ତ ପଦାର୍ଥକୁ ହିସାବ ଦେବାକୁ ଆହ୍ୱାନ କରିଥାଅ, ସମସ୍ତ ବସ୍ତୁକୁ ପୁରସ୍କୃତ କରିଥାଅ ଏବଂ ସମସ୍ତ ପଦାର୍ଥକୁ ସଂରକ୍ଷଣ କରିଥାଅ ଓ ସର୍ବଦା ପରିଚାଳିତ କରିଥାଅ- ସେହି ନାମରେ ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି, ଯେ, ଏହି ସେବିକାକୁ ସୁରକ୍ଷାରେ ରଖ, ଯିଏ ତୁମ ନିକଟରେ ଆଶ୍ରୟ ନେବାପାଇଁ ଶରଣାପନ୍ନ ହୋଇଛି ଏବଂ ଯାହାଙ୍କଠାରେ ତୁମେ ସ୍ୱୟଂ ନିଜକୁ ପ୍ରକାଶ କରିଛ । ସ୍ୱୟଂ ତାଙ୍କଠାରେ ସେ ଆଶ୍ରୟ ସନ୍ଧାନ କରିଛି ତଥା ତାହାର ସମସ୍ତ ଆସ୍ଥା ଓ ଦୃଢ଼ବିଶ୍ୱାସ ତୁମ ଠାରେ ସ୍ଥାପନ କରିଛି ।
ହେ ମୋର ଭଗବାନ୍ ! ସେହି ସେବିକା ରୋଗଗ୍ରସ୍ତ ଏବଂ ତୁମ ଆରୋଗ୍ୟକାରକ ବୃକ୍ଷର ଛାୟାତଳେ ସେ ପ୍ରବେଶ କରିଛି; ସେ ଯବଣାରେ ପୀଡ଼ିତ ଏବଂ ତୁମ ସୁରକ୍ଷା ନଗରୀରେ ଶରଣାପନ୍ନ; ସେ ରୁଗ୍ଣ ଏବଂ ତୁମ ଅନୁଗ୍ରହର ଉକୁ ଅନୁସନ୍ଧାନ କରିଛି । ସେ ଯବଣାରେ ପରିତ୍ୟକ୍ତ ଏବଂ ତୁମ ପ୍ରଶସ୍ତମୟ ବାଣୀର ନିର୍ଝରକୁ ପ୍ରାପ୍ତ ହେବା ନିମନ୍ତେ କ୍ଷୀପ୍ର ଗତିରେ ଆଗେଇ ଯାଇଛି । ସେ ପାପରେ ଭାରାକ୍ରାନ୍ତ ଏବଂ ତୁମ କ୍ଷମାର ଦରବାର ଆଡ଼କୁ ତାହାର ମୁଖ ଉନ୍ମୁଖ କରିଛି ।
ହେ ମୋର ଭଗବାନ୍, ମୋର ପ୍ରିୟତମ ! ଏହି ସେବିକାକୁ ତୁମ ଉପଶମକାରକ ତଥା ତୁମ ଆରୋଗ୍ୟକାରକ ପରିଚ୍ଛଦରେ ତୁମ ସାର୍ବଭୌମ କ୍ଷମତା ଏବଂ ତୁମ ପ୍ରେମର୍ପୂ ଅନୁକମ୍ପା ଦ୍ୱାରା ବିଭୂଷିତ କର ତଥା ତୁମ କୃପା ଓ ଅନୁଗ୍ରହ ପିଆଲାରୁ ତାହାକୁ ଆକଣ୍ଠ ପାନ କରିବାକୁ ଦିଅ । ପ୍ରତ୍ୟେକ ଦୁଃଖ ଓ ଅସୁସ୍ଥତାରୁ, ପ୍ରତ୍ୟେକ ବ୍ୟଥା ଓ ରୋଗଗ୍ରସ୍ତରୁ ଏବଂ ଯାହା ତୁମ ପ୍ରତି ଘୃଣ୍ୟ ସେଥିରୁ ତାହାକୁ ସୁରକ୍ଷିତ ରଖ ।
ସତ୍ୟତଃ, ସ୍ୱୟଂ ତୁମ ବ୍ୟତୀତ ଅନ୍ୟ ସମସ୍ତଙ୍କଠାରୁ ତୁମେ ଅପରିମେୟ ଭାବେ ମହୀୟାନ୍ ଅଟ । ବାସ୍ତବିକ୍, ତୁମେ ହେଉଛ ଦିବ୍ୟ ଆରୋଗ୍ୟକାରକ, ସର୍ବ ପ୍ରୟୋଜନର ପୂରଣକାରୀ, ଦିବ୍ୟ ସଂରକ୍ଷକ, ଚିର କ୍ଷମାଶୀଳ, ପରମ କରୁଣାମୟ ।
- Bahá'u'lláh