ହେ ମୋର ପରମେଶ୍ୱର ! ତୁମେ ହେଉଛ ସେହି ଦିବ୍ୟପୁରୁଷ, ସ୍ୱୟଂ ଯାହାଙ୍କ ନାମାବଳୀ ମାଧ୍ୟମରେ ରୁଗ୍ଣ ବ୍ୟକ୍ତିଗଣ ଆରୋଗ୍ୟ ଲାଭ କରିଥାନ୍ତି, ପୀଡ଼ିତ ବ୍ୟକ୍ତିଗଣ ଉଦ୍ଧାର ପାଇଥାନ୍ତି । ତୁର୍ଷାମାନେ ତୃଷା ନିବାରଣ କରିଥାନ୍ତି । ଯବଣାରେ ଜର୍ଜରିତ ବ୍ୟକ୍ତିଗଣ ପ୍ରଶାନ୍ତି ଲାଭ କରିଥାନ୍ତି । ପଥଭ୍ରଷ୍ଟ ବ୍ୟକ୍ତିଗଣ ମାର୍ଗଦର୍ଶନ ପାଇଥାନ୍ତି । ଅଧଃପତିତ ବ୍ୟକ୍ତିଗଣ ମହୀୟାନ ହୋଇଥାନ୍ତି, ଦରିଦ୍ର ବ୍ୟକ୍ତିଗଣ ବିଶାଳୀ ହୋଇଥାନ୍ତି, ଅଜ୍ଞ ବ୍ୟକ୍ତିଗଣ ଜ୍ଞାନପ୍ରାପ୍ତ ହୋଇଥାନ୍ତି, ତମସାଚ୍ଛନ୍ନ ବ୍ୟକ୍ତିଗଣ ଆଲୋକିତ ହୋଇଥାନ୍ତି । ଶୋକାକୁଳ ବ୍ୟକ୍ତିଗଣ ଆନନ୍ଦିତ ହୋଇଥାନ୍ତି, ହତୋାହୀ ବ୍ୟକ୍ତିଗଣ ଉାହ ଲାଭ କରିଥାନ୍ତି ଏବଂ ନିଷ୍ପେସିତ ବ୍ୟକ୍ତିଗଣ ଉନ୍ନତି ଲାଭ କରିଥାନ୍ତି । ହେ ମୋର ଈଶ୍ୱର ! ତୁମ ନାମ ମାଧ୍ୟମରେ ସକଳ ସୃଷ୍ଟ ବସ୍ତୁ ଆତଯାତ ହୋଇଛନ୍ତି, ଅନ୍ତରୀକ୍ଷ ବିସ୍ତାରିତ ହୋଇଛି, ପୃଥିବୀ ସ୍ଥାପିତ ହୋଇଛି, ମେଘବାଦଲ ଉଚ୍ଚ ଆକାଶରେ ଭାସମାନ ହେବାର ବ୍ୟବସ୍ଥା କରାହୋଇଛି ଏବଂ ଧରାପୃଷ୍ଠରେ ତାହା ବର୍ଷଣ ହେବାକୁ ତିଆରି କରାଯାଇଛି । ବସ୍ତୁତଃ, ଏହା ତୁମର ସକଳ ପ୍ରାଣୀଙ୍କ ପ୍ରତି ତୁମ କରୁଣାର ଏକ ପ୍ରତୀକ ଅଟେ?
ଯେଉଁ ନାମ ଦ୍ୱାରା ତୁମେ ତୁମର ପ୍ରଭୁତ୍ୱକୁ ପ୍ରକାଶ କରିଛ ଏବଂ ତୁମର ଧର୍ମକୁ ସକଳ ସୃଷ୍ଟିର ଊଦ୍ଧ୍ୱର୍ରେ ମହୀୟାନ୍ କରିଛ, ତଥା ତୁମର ପ୍ରତ୍ୟେକ ସେର୍ବୋକ୍ରୃଷ୍ଟ ଉପାଧି ଓ ସର୍ବମହାନ୍ ଗୁଣାବଳୀ ଦ୍ୱାରା ତଥା ସକଳ ପୁଣ୍ୟ କାର୍ଯ୍ୟ ମାଧ୍ୟମରେ ତୁମର ଅତୀନ୍ଦ୍ରିୟତା ତଥା ସର୍ବମହାନ୍ ଦିବ୍ୟାତ୍ମା ପ୍ରଶଂସିତ ହୋଇଛନ୍ତି, ସେହି ନାମରେ ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି, ଏହି ରାତ୍ରିରେ ତୁମ କରୁଣାର ବାଦଲ ମଧ୍ୟରୁ ତୁମ ରୋଗ ନିବାରକ ବାରିଧାରା ଏହି ନିରୀହ ଶିଶୁ ଉପରେ ବର୍ଷଣ କର, ଯାହାକୁ ତୁମ ସୃଷ୍ଟିରେ ସାମ୍ରାଜ୍ୟ ମଧ୍ୟରେ ତୁମର ସର୍ବ ଗୌରବ ସ୍ୱୟଂସକ୍ତା ସହିତ ସଂପର୍କରେ ବାନ୍ଧିଅଛ । ହେ ମୋର ଈଶ୍ୱର ! ତାହାହେଲେ ତୁମେ କରୁଣା ମାଧ୍ୟମରେ କଲ୍ୟାଣ ଓ ସୁ- ସ୍ୱାସ୍ଥ୍ୟ, ନିରୋଗତାର ପରିଚ୍ଛଦରେ ତାକୁ ବସ୍ତ୍ରାଚ୍ଛାଦିତ କର । ହେ ମୋର ପ୍ରୟତମ ! ପ୍ରତ୍ୟେକ ଦୁଃଖ ଓ ବିଶୃଙ୍ଖଳା ତୁମ ପ୍ରତି ଯାହାସବୁ ଘୃଣ୍ୟ ଅଥବା ଅପ୍ରୀତିକର, ତନ୍ମଧ୍ୟରୁ ତାକୁ ସୁରକ୍ଷିତ ରଖ । ବସ୍ତୁତଃ, ତୁମର ସାମର୍ଥ୍ୟ ସକଳ ବସ୍ତୁ ପ୍ରତି ସମାନ ରହିଛି । ସତ୍ୟତଃ, ତୁମେ ହେଉଛ ପରମ କ୍ଷମତାବାନ୍, ସ୍ୱ-ନିର୍ଭରଶୀଳ । ହେ ମୋର ପରମେଶ୍ୱର ! ସୁତରାଂ, ତାପାଇଁ ଏହି ଜଗତ ତଥା ଆଗାମୀ ଜଗତର ମଙ୍ଗଳ ଯୋଗାଇଦିଅ ଏବଂ ତାହାର ପୂର୍ବତନ ତଥା ଆଗାମୀ ବଂଶଧର ନିମନ୍ତେ ମଙ୍ଗଳ ବିଧାନ କର । ସତ୍ୟତଃ, ତୁମର କ୍ଷମତା ଓ ବିଜ୍ଞତା, ଏହା ସହିତ ସମାନ ରହିଅଛି ।
- Bahá'u'lláh