ତୁମର ଜୟ ହେଉ, ହେ ପ୍ରଭୁ ! ମୋର ପରମେଶ୍ୱର ! ତୁମ ନାମର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି ଯେ, ତୁମର ସେହି ନାମ ମାଧ୍ୟମରେ ତୁମ ମାର୍ଗଦର୍ଶନର ନିଦର୍ଶନକୁ ତୁମେ ଉୋଳନ କରିଛ ଏବଂ ତୁମ ପ୍ରେମର୍ପୂ କରୁଣାର ଉଜ୍ଜ୍ୱଳତାକୁ ବିଚ୍ଛୁରିତ କରିଛ ଓ ତୁମ ପ୍ରଭୁତ୍ୱର ସାର୍ବଭୌମତ୍ୱକୁ ପ୍ରକାଶିତ କରିଛ; ସେହି ନାମ ମାଧ୍ୟମରେ ତୁମ ଗୁଣାବଳୀର କୃତିତ୍ୱ ସ୍ଥଳରେ ତୁମ ନାମାବଳୀର ପ୍ରଦୀପ ଉଦ୍ଭାସିତ ହୋଇଛି ଏବଂ ସ୍ୱୟଂ ସେ ଯିଏ ହେଉଛନ୍ତି- ତୁମ ଏକତାର ଦିବ୍ୟ ପ ମପ ତଥା ଅନାସକ୍ତିର ଦିବ୍ୟ ପରିପ୍ରକାଶ, ସ୍ୱୟଂ ସେ ଉଦୀୟମାନ ହୋଇଛନ୍ତି; ସେହି ନାମ ମାଧ୍ୟମରେ ତୁମ ପଥ-ପ୍ରଦର୍ଶନର ମାର୍ଗ ଦୃଷ୍ଟିଗୋଚର ହୋଇଛି ଓ ତୁମ ସୁ-ପ୍ରସାଦର ପଥସମୂହ ରେଖାଙ୍କିତ ହୋଇଛି । ଯେଉଁ ନାମ ମାଧ୍ୟମରେ ଭ୍ରମାତ୍ମକ ମୂଳଦୁଆଗୁଡ଼ିକ ପ୍ରକମ୍ପିତ ହୋଇଛି ଏବଂ ଖଳ ପ୍ରକୃତିର ସଂକେତଗୁଡ଼ିକ ମୂଳୋତ୍ପାଟନ କରାଯାଇଛି; ସେହି ନାମ ମାଧ୍ୟମରେ ବିଜ୍ଞତାର ନିର୍ଝରଗୁଡ଼ିକ ଉଦ୍ଗମ ହୋଇଛି ଏବଂ ସ୍ୱର୍ଗୀୟ ଖାଦ୍ୟର୍ପୂ ମେଜ ପ୍ରେରିତ ହୋଇଛି । ସେହି ନାମ ମାଧ୍ୟମରେ ତୁମେ ତୁମର ସେବକଗଣଙ୍କୁ ସଂରକ୍ଷିତ ରଖିଛ ଓ ତୁମ ନିରୋଗତାର ଅନୁଗ୍ରହ ପ୍ରଦାନ କରିଛ । ସେହି ନାମ ମାଧ୍ୟମରେ ତୁମର ସେବକଗଣଙ୍କ ଉପରେ ତୁମେ ତୁମର ସୁକୋମଳ କରୁଣା ପ୍ରଦାନ କରିଛ ଓ ତୁମ ସୃଷ୍ଟ ଜୀବମାନଙ୍କ ମଧ୍ୟରେ ତୁମର କ୍ଷମା ଆଚରଣକୁ ପ୍ରକାଶ କରିଛ । ସେହି ନାମରେ ଦ୍ୱାହି ଦେଇ ମୁଁ ତୁମକୁ ଅନୁନୟ କରୁଛି ଯେ, ଯିଏ ତୁମଠାରେ ଦୃଢ଼ ରହି ତୁମ ନିକଟକୁ ଫେରିଆସି ପାରିଛି, ତୁମ କରୁଣାକୁ ଜାବୁଡ଼ି ଧରିଛି ଏବଂ ତୁମ ପ୍ରେମର୍ପୂ ଦୈବୀ ଅନୁଗ୍ରହର ବସ୍ତ୍ରାଳକୁ ଧାରଣ କରି ଅବରୁଦ୍ଧ କରିଛି, ତାହାକୁ ସୁରକ୍ଷିତ ରଖ । ତାହା ପାଇଁ ତୁମର ଆରୋଗ୍ୟତା ପ୍ରେରଣ କର । ତାକୁ ନିଖୁଣ କରି ଗଢ଼ିତୋଳ ଓ ରୋଗମୁକ୍ତ କର ତଥା ତାକୁ ତୁମର ଅନବରତ ଅନୁଗ୍ରହ ମାଧ୍ୟମରେ ସମନ୍ୱିତ କର ଓ ତୁମ ମହାନତା ଦ୍ୱାରା ପ୍ରଦ ଏକ ପ୍ରଶାନ୍ତ ଚି ତାହାକୁ ପ୍ରଦାନ କର ।
ବାସ୍ତବିକ, ତୁମେ ହେଉଛ ଦିବ୍ୟ ଆରୋଗ୍ୟକାରକ, ସଂରକ୍ଷକ, ସହାୟକ, ସର୍ବଶକ୍ତିଶାଳୀ, ମହାବଳବାନ୍, ସର୍ବ ଗୌରବମୟ । ସର୍ବଜ୍ଞାତା ।
- Bahá'u'lláh