ହେ ମୋର ଈଶ୍ୱର ! ମୋ ଅନ୍ତଃକରଣରେ ଏକ ନିର୍ମଳ ହୃଦୟ ସୃଷ୍ଟି କର । ହେ ମୋର ଭରସା ! ମୋ ଅଭ୍ୟନ୍ତରରେ ଏକ ନିଶୂଳ ପ୍ରଶାନ୍ତ ବିବେକ ପୁନରୁଜ୍ଜୀବିତ କର । ହେ ମୋର ପରମପ୍ରିୟ ! ଶକ୍ତି ପ୍ରେରଣା ଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ଧର୍ମରେ ଦୃଢ଼ୀଭୂତ କର । ହେ ମୋର ଆକାଙ୍କ୍ଷାର ପରମ ଲକ୍ଷ୍ୟ ! ତୁମରି ମହିମାଲୋକ ଦ୍ୱାରା ମୋତେ ତୁମରି ମାର୍ଗ ଦେଖାଅ । ହେ ମୋର ଆତ୍ମସାର ଉ ! ତୁମରି ଅଲୌକିକ ଶକ୍ତିରେ ମୋତେ ତୁମ୍ଭ ପବିତ୍ର ସ୍ୱର୍ଗ-ଲୋକକୁ ତୋଳିନିଅ । ହେ ମୋର ଈଶ୍ୱର ! ତୁମରି ଅନ୍ତହୀନତାର ମଳୟ ସ୍ପର୍ଶରେ ମୋତେ ଆହ୍ଲାଦିତ କର । ହେ ମୋର ସଖା ! ତୁମରି ଚିରନ୍ତନ ସ୍ୱରମାଧୁରୀ ମୋତେ ପ୍ରଶାନ୍ତି ପ୍ରଦାନ କରୁ । ହେ ମୋର ପ୍ରଭୁ ! ତୁମରି ମୁଖମଳର ଐଶ୍ୱର୍ଯ୍ୟ ମୋତେ ତୁମରି ବ୍ୟତୀତ ସମସ୍ତ ବନ୍ଧନରୁ ମୁକ୍ତ କରୁ । ଗୋଚର ଓ ଅଗୋଚର ସମସ୍ତ ସାର ଶ୍ରେଷ୍ଠ ହେ ପ୍ରଭୁ ! ତୁମରି ନିଷ୍କଳଙ୍କ ସା ପରିପ୍ରକାଶର ସମାଚାର ମୋତେ ଉଲ୍ଲସିତ କରୁ ।
- Bahá'u'lláh