ହେ ମୋର ଭଗବାନ୍ ! ତୁମର ସମୀପର୍ବୀ ହେବାକୁ ଏବଂ ତୁମ ଦରବାରର ପରିବେଷ୍ଟନ ମଧ୍ୟରେ ଆବଦ୍ଧ ରହିବାକୁ ମୋତେ ଯବଣା ଦିଅ, କାରଣ ତୁମଠାରୁ ଦୂରର୍ବୀ ହୋଇ ରହିବା ମୋତେ ର୍ପୂମାତ୍ରାରେ ନିଃଶେଷ କରିଦେଉଛି । ତୁମ ଅନୁଗ୍ରହ ଡେଣାର ପ୍ରଚ୍ଛାୟା ତଳେ ବିଶ୍ରାମ ନେବାକୁ ମୋର କାରଣ ହୁଅ; କାରଣ ତୁମଠାରୁ ମୋ ବିଚ୍ଛେଦର ବହ୍ନି-ଶିଖା ମୋ ଅନ୍ତରରେ ମୋ ହୃଦୟକୁ ତରଳାଇ ଦେଇଛି । ବାସ୍ତବ ଜୀବନର ସରୀତା ସମୀପକୁ ମୋତେ ଆକର୍ଷିତ କର, କାରଣ ମୋର ଆତ୍ମା ତୁମକୁ ଅବିରାମ ଖୋଜିବାରେ ତୁର୍ଷା ହୋଇ ଦଗ୍ଧିଭୂତ ହୋଇଗଲାଣି । ହେ ମୋର ଭଗବାନ୍ ! ମୋର ଦୀର୍ଘନିଃଶ୍ୱାସ ହିଁ ମୋ ଦୁଃସହ ଯାତନାର ଆତିଶଯ୍ୟକୁ ଘୋଷଣା କରୁଛି ଏବଂ ମୋର ଏହି ଲୋତକଧାର ତୁମ ନିମି ମୋର ପ୍ରେମକୁ ସାକ୍ଷ୍ୟ ପ୍ରମାଣ ଦେଉଛି ।
ତୁମ ଦିନଗୁଡ଼ିକରେ ଯେଉଁମାନେ ତୁମକୁ ଚିହ୍ନିଛନ୍ତି ଏବଂ ତୁମ ସାର୍ବଭୌମତ୍ୱକୁ ସ୍ୱୀକାର କରିଛନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେମାନେ ଗଣନୀୟ ହେବାକୁ ତୁମେ ଅନୁମତି ଦେବାପାଇଁ ପ୍ରଶଂସାର ଦ୍ୱାହି ଦେଇ ମୁଁ ତୁମକୁ ମିନତି କରୁଛି; ଯେଉଁ ପ୍ରଶଂସା ମାଧ୍ୟମରେ ନିଜକୁ ତୁମେ ପ୍ରଶଂସିତ କରିଥାଅ ଏବଂ ଯେଉଁ ଗୌରବ ମାଧ୍ୟମରେ ତୁମେ ନିଜର ପରମ ସାରସାକୁ ଗୌରବାନ୍ୱିତ କରିଥାଅ । ହେ ମୋର ପରମେଶ୍ୱର ! ତୁମ ପ୍ରେମମୟ- ଦୟାର ଜୀବିତ ଜଳକୁ କରୁଣାର ଅଙ୍ଗୁଷ୍ଠିରୁ ଆକଣ୍ଠ ପାନ କରିବାକୁ ଆମ୍ଭମାନଙ୍କୁ ସାହାଯ୍ୟ କର, ଯାହା ଫଳରେ ତୁମ ବ୍ୟତୀତ ସବୁକିଛିକୁ ଆମେ ସଂର୍ପୂ ଭୁଲିଯିବୁ ଏବଂ ତୁମର ସ୍ୱୟଂସା ସହିତ କେବଳ ନିମଜ୍ଜିତ ହୋଇ ରହିବୁ । ତୁମେ ଯାହା ଇଚ୍ଛାକର ତାହା ସମ୍ପନ୍ନ କରିବାକୁ ତୁମେ ହିଁ ପରମ କ୍ଷମତାବାନ୍, ସର୍ବଶକ୍ତିମାନ୍, ସଙ୍କଟରେ ପରମ ସହାୟ, ପରମ ସ୍ୱୟଂ-ଭୁ, ତୁମ ବ୍ୟତୀତ ଆଉ କେହି ଈଶ୍ୱର ନାହାନ୍ତି ।
ତୁମର ନାମ ମହିମାନ୍ୱିତ ହେଉ, ହେ ସ୍ୱୟଂ ତୁମେ ଯେ ହେଉଛ
ରାଜାଧିରାଜ !
- Bahá'u'lláh