ହେ ମୋର ପରମେଶ୍ୱର ! ତୁମର ଅନନ୍ତ କାଳର ମଧୁର- ସୁବାସିତ ଝରଣାରୁ ମୋତେ ପିଇବାକୁ ଦିଅ । ହେ ମୋର ପରମ ଆଶା ! ତୁମ ଅସ୍ତିତ୍ୱ ବୃକ୍ଷର ଫଳରାଜିକୁ ଆସ୍ୱାଦନ ପାଇଁ ମୋତେ ସମର୍ଥ କର । ହେ ମୋର ପରମ ଗୌରବ ! ତୁମ ପ୍ରେମର ସ୍ପଟିକ ସ୍ୱଚ୍ଛ ଝରଣାରୁ ଆକଣ୍ଠ ପାନ କରିବାକୁ ମୋତେ ଯାତନା ଦିଅ । ହେ ମୋର ଦିବ୍ୟ ଆଲୋକ ! ତୁମର ଚିରସ୍ଥାୟୀ ଅନୁଗ୍ରହର ପ୍ରଚ୍ଛାୟା ତଳେ ମୋତେ ଆବଦ୍ଧ କରି ରଖ । ହେ ମୋର ପରମ ପ୍ରିୟତମ ! ତୁମର ଦିବ୍ୟ ଉପସ୍ଥିତି ସ୧ୁଖରେ ତୁମର ସମୀପର୍ବୀ ତୃଣୋଦ୍ୟାନ ମଧ୍ୟରେ ଭ୍ରମଣ କରିବାକୁ ମୋତେ ସମର୍ଥ କରାଅ । ହେ ମୋର ପରମ ଆକାଙ୍କ୍ଷା ! ତୁମର ଅନୁକମ୍ପା ସିଂହାସନର ଦକ୍ଷିଣ ହସ୍ତରେ ମୋତେ ବସିବାକୁ ଦିଅ । ହେ ମୋର ପରମ ଲକ୍ଷ୍ୟ ! ତୁମ ଆନନ୍ଦର ସୁବାସିତ ମଳୟରୁ ଗୋଟିଏ ପ୍ରଶ୍ୱାସ ମୋ ଉପରେ ପ୍ରବାହିତ ହେବାପାଇଁ ଅନୁମତି ଦିଅ । ହେ ମୋର ଆରାଧ୍ୟ ଦେବତା ! ତୁମର ବାସ୍ତବତା ଅମରାବତୀର ଚରମ ସୀମାରେ ପ୍ରବେଶ ଲାଭ କରିବା ପାଇଁ ମୋତେ ଅନୁମତି ଦିଅ । ହେ ମହାଦୀପ୍ତିମାନ୍ ପରମପୁରୁଷ ! ତୁମ ଅଦ୍ୱିତୀୟତ୍ୱ ଦିବ୍ୟ କପୋତଙ୍କ ମଧୁରରାଗିଣୀ ଶୁଣିବାକୁ ମୋତେ ଯାତନା ଦିଅ । ହେ ମୋର ଦିବ୍ୟ ଅନୁଗ୍ରହ ଦାତା ! ତୁମ କ୍ଷମତା ତଥା ତୁମ ଶକ୍ତିର ସା ମାଧ୍ୟମରେ ମୋତେ ଉଜ୍ଜୀବିତ କରାଅ । ହେ ମୋର ପରମ ସହାୟକ ! ତୁମ ପ୍ରେମର ଆତ୍ମସାରେ ମୋତେ ଦୃଢ଼ କରି ରଖ । ହେ ମୋର ପରମ ନିର୍ମାତା ! ତୁମର ସୁ-ପ୍ରସାଦ ମାର୍ଗରେ ମୋର ପଦକୁ ଦୃଢ଼ କରି ରଖ । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋ ପ୍ରତି ପରମ କାରୁଣିକ । ତୁମର ମୁଖାରବିନ୍ଦ ସ୧ୁଖରେ, ତୁମେ ଅବିନଶ୍ୱରତ୍ୱ ଉଦ୍ୟାନ ମଧ୍ୟରେ ଚିରକାଳ ଲାଗି ଆବଦ୍ଧ ରହିବାରେ ମୋତେ ଅନୁମତି ମିଳୁ । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋର ପରମ ଅଧିକାରୀ ! ତୁମ ଗୌରବର ଆସ୍ଥାନ ଉପରେ ମୋତେ ପ୍ରତିଷ୍ଠିତ କରାଅ । ହେ ମୋର ପରମ ପ୍ରେରଣାଦାତା ! ତୁମେ ପ୍ରେମର୍ପୂ ଦୟାର ସ୍ୱର୍ଗକୁ ମୋତେ ତୋଳିନିଅ । ହେ ସ୍ୱୟଂ ତୁମେ ମୋର ପରମ ଚିାକର୍ଷକ ! ତୁମ ମାର୍ଗଦର୍ଶନର ଦିବ୍ୟ ସୂର୍ଯ୍ୟଙ୍କ ଆଡ଼କୁ ମୋତେ ପରିଚାଳିତ କରାଅ । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋର ଉତ୍ପିଦାତା ଏବଂ ମୋର ସର୍ବୋଚ୍ଚ ପରମ ଅଭିଳାଷ, ତୁମ ଅଦୃଶ୍ୟ ଆତ୍ମସାର ପ୍ରକାଶ ସ୧ୁଖରେ ଉପସ୍ଥିତ ରହିବାକୁ ମୋତେ ଆହ୍ୱାନ କର । ହେ ସ୍ୱୟଂ ତୁମେ ଯିଏ ହେଉଛ ମୋର ପରମେଶ୍ୱର ! ତୁମର ସୌନ୍ଦର୍ଯ୍ୟ, ଯାହାକି ତୁମେ ପ୍ରତୀୟମାନ କରିବ, ସେହି ସୌନ୍ଦର୍ଯ୍ୟ ସୁରଭିର ନିର୍ଯ୍ୟାସ ଆଡ଼କୁ ଫେରିଯିବାକୁ ମୋର କାରଣ ହୁଅ ।
ତୁମକୁ ଯାହା ଆନନ୍ଦ ଦିଏ ତାହା କରିବାକୁ ତୁମେ ଶକ୍ତିମୟ ।
ତୁମେ ହେଉଛ, ବାସ୍ତବିକ, ସର୍ବ-ସ୧ୁନ୍ନତ, ସର୍ବମହିମାନ୍ୱିତ, ସର୍ବ-
ଚୁଡ଼ାମଣି ।
- Bahá'u'lláh