ହେ ପ୍ରଭୁ ! ଆମ୍ଭେମାନେ ଦୁର୍ବଳ, ଆମକୁ ଶକ୍ତିଶାଳୀ କର । ହେ ଈଶ୍ୱର ! ଆମେ ଅଜ୍ଞ; ଆମକୁ ଜ୍ଞାନପ୍ରାପ୍ତ କରାଅ । ହେ ପ୍ରଭୁ ! ଆମେ ଦରିଦ୍ର; ଆମକୁ ବିଶାଳୀ କର । ହେ ଈଶ୍ୱର ! ଆମେ ମୃତ; ଆମକୁ ସଂଜୀବିତ କର । ହେ ପ୍ରଭୁ ! ଆମେ ଲାିତ, ଆମକୁ ତୁମ ରାଜ୍ୟରେ ଗୌରବାନ୍ୱିତ କର । ହେ ପ୍ରଭୁ ! ଆମକୁ ଯଦି ତୁମେ ସହାୟତା କରିବ, ତେବେ ଆମେ ଉଜ୍ଜ୍ୱଳ ନକ୍ଷତ୍ରତୁୃଲ୍ୟ ହୋଇପାରିବୁ । ତୁମେ ସହାୟତା ନ କଲେ, ଆମେ ମୃିକାଠାରୁ ମଧ୍ୟ ହୀନ ହୋଇଯିବୁ । ହେ ପ୍ରଭୁ ! ଆମକୁ ଶକ୍ତିଶାଳୀ କର । ହେ ଈଶ୍ୱର ! ଆମକୁ ବିଜୟ ପ୍ରଦାନ କର । ହେ ଈଶ୍ୱର ! ଆମକୁ ଅହମିକା ଉପରେ ବିଜୟ ବିଜୟ ଲାଭ କରିବା ପାଇଁ ତଥା ଲାଳସାକୁ ପ୍ରତିହତ କରିବା ନିମି ସାମର୍ଥ୍ୟ ପ୍ରଦାନ କର । ହେ ପ୍ରଭୁ ! ଭୌତିକ ଜଗତର ବନ୍ଦୀତ୍ୱରୁ ଆମକୁ ମୁକ୍ତି ଦିଅ । ହେ ପ୍ରଭୁ ! ପବିତ୍ର ଆତ୍ମାଙ୍କ ପ୍ରଶ୍ୱାସରେ ଆମକୁ ସଂଜୀବିତ କର । ଯାହା ଫଳରେ ଆମେ ଜାଗ୍ରତ ହୋଇ ତୁମର ସେବା କରିପାରିବୁ, ତୁମ ଉପାସାନରେ ନିୟୋଜିତ ରହିପାରିବୁ ତଥା ପ୍ରଗାଢ଼ ଆନ୍ତରିକତା ସହ ତୁମ ସାମ୍ରାଜ୍ୟ ମଧ୍ୟରେ ନିଜେ ନିଜକୁ ଉର୍ଗ କରିପାରିବୁ । ହେ ପ୍ରଭୁ ! ତୁମେ ହେଉଛ ମହାଶକ୍ତିଶାଳୀ । ହେ ଈଶ୍ୱର, ତୁମେ ହିଁ କ୍ଷମାଶୀଳ । ହେ ପ୍ରଭୁ, ତୁମେ ହିଁ ପରମ କାରୁଣିକ ।
- The Báb