ହେ ମୋର ପ୍ରଭୁ, ମୋର ପ୍ରିୟତମ, ମୋର ଆକାଙ୍କ୍ଷା ! ମୋର ନିଃସଙ୍ଗତାରେ ତୁମେ ମୋର ବନ୍ଧୁ ହୁଅ ଓ ମୋର ନିର୍ବାସନରେ ତୁମେ ମୋର ସହଚର ହୁଅ । ମୋର ଦୁଃଖ ଦୂର କର । ତୁମର ସୌନ୍ଦର୍ଯ୍ୟ ପ୍ରତି ମୋତେ ନିଷ୍ଠାପର କରାଅ । ତୁମ ବ୍ୟତୀତ ମୋତେ ଅନ୍ୟ ସମସ୍ତ ବିଷୟରୁ ପ୍ରତ୍ୟାହାର କରିନିଅ । ପବିତ୍ରତାର ସୁରଭି ମାଧ୍ୟମରେ ମୋତେ ଆକର୍ଷିତ କର । ଯେଉଁମାନେ ତୁମ ବ୍ୟତୀତ ଅନ୍ୟ ସମସ୍ତ ବିଷୟରୁ ଅସଂଲଗ୍ନ ରହିଛନ୍ତି, ଯେଉଁମାନେ ତୁମ ପବିତ୍ର ପ୍ରବେଶ ଦ୍ୱାରଦେଶରେ ସେବା କରିବାକୁ ଅଭିଳାଷ କରିଛନ୍ତି ଏବଂ ଯେଉଁମାନେ ତୁମ ମହାନ୍ ଧର୍ମରେ କାର୍ଯ୍ୟ କରିବା ନିମି ଦାୟମାନ ହୋଇଛନ୍ତି, ମୋତେ ସେମାନଙ୍କ ସହ ତୁମ ଦିବ୍ୟ ରାଜ୍ୟରେ ମିଳିତ କରାଅ । ତୁମର ଉମ ଆନନ୍ଦ ଲାଭ କରିଥିବା ସେବିକାମାନଙ୍କ ମଧ୍ୟରୁ ଜଣେ ହେବାଲାଗି ମୋତେ ସମର୍ଥ କରାଅ । ସତ୍ୟତଃ, ତୁମେ ଦୟାଶୀଳ ଓ ମହାନୁଭବ ।
- The Báb