ଯେତେବେଳେ ତୁମେ ସଭା କକ୍ଷରେ ପ୍ରବେଶ କରୁଛ, ଭଗବାନ୍ଙ୍କ ପ୍ରେମରେ ସ୍ପନ୍ଦିତ ହେଉଥିବା ହୃଦୟରେ ତଥା ସ୍ୱୟଂ ତାଙ୍କ ଗୁଣଗାନ ବ୍ୟତୀତ ଅନ୍ୟ ସବୁଥିରୁ ବିଶୁଦ୍ଧ ହୋଇଥିବା ଜିହ୍ୱାରେ ଏହି ପ୍ରାର୍ଥନା ଆବୃି କର, ଯାହାଫଳରେ ସର୍ବଦକ୍ଷତାଶାଳୀ ଈଶ୍ୱର ତୁମକୁ ଦୟା ପରବଶ ହୋଇ ସର୍ବୋକ୍ରୃଷ୍ଟ ବିଜୟ ହାସଲ କରିବା ପାଇଁ ସାହାଯ୍ୟ କରିବେ ।
ହେ ସ୍ୱୟଂ ତୁମେ ଦିବ୍ୟ ସାମ୍ରାଜ୍ୟର ପ୍ରଭୁ ! ଯଦିଓ ଆମ୍ଭମାନଙ୍କର ଶରୀରଗୁଡ଼ିକ ଏଠାରେ ଏକତ୍ରିତ ହୋଇଛନ୍ତି, ତଥାପି ଆମ୍ଭମାନଙ୍କ କାର୍ଯ୍ୟରତ ହୃଦୟଗୁଡ଼ିକ ତୁମ ପ୍ରେମରେ ଆତ୍ମହରା ହୋଇଛନ୍ତି ଏବଂ ତୁମ ଦୀପ୍ତିମାନ୍ ମୁଖମଳର ରଶ୍ମିଦ୍ୱାରା ପରିର୍ବିତ ହୋଇଛନ୍ତି । ଯଦିଓ ଆମ୍ଭେମାନେ ଦୁର୍ବଳ, ତଥାପି ତୁମର ଶକ୍ତି ଓ କ୍ଷମତାର ପରିପ୍ରକାଶକୁ ପ୍ରତୀକ୍ଷା କରୁଛୁ । ଯଦିଓ ଆମ୍ଭେମାନେ ଦରିଦ୍ର, ତଥାପି ଅନ୍ୟ ଉପାୟ ନ ପାଇ ତୁମ ଦିବ୍ୟ ସାମ୍ରାଜ୍ୟର କୋଷାଗାର ମଧ୍ୟରୁ ଆମ୍ଭେ ପ୍ରାଚୁର୍ଯ୍ୟ ଗ୍ରହଣ କରୁଛୁ । ଯଦିଓ ଆମ୍ଭେମାନେ ସାମାନ୍ୟ ବିନ୍ଦୁ ତୁଲ୍ୟ, ତଥାପି ତୁମର ଅଥଳ ମହାସାଗରରୁ ଆମ୍ଭେ ତାହା ସଂଗ୍ରହ କରୁଛୁ । ଯଦିଓ ଆମ୍ଭେମାନେ ଦୋଷଯୁକ୍ତ, ତଥାପି ତୁମ ପ୍ରଭାମୟ ପ୍ରଭାକରଙ୍କ ଜ୍ୟୋତି ଦ୍ୱାରା ଦୀପ୍ତିମାନ ହେଉଛୁ ।
ହେ ଆମ୍ଭର ଅନୁଗ୍ରହ ଦାତା ! ତୁମ୍ଭର ସହାୟତା ପ୍ରେରଣ କର, ଯ୍ୱାରା ଆମ୍ଭେମାନେ ଏହି ନାରକୀୟ ଜଗତକୁ ତୁମ ସ୍ୱର୍ଗର ନିଖୁଣ ପ୍ରତିକୃତିକୁ ତିଆରି କରିବା ପର୍ଯ୍ୟନ୍ତ ଏଠାରେ ଏକ୍ରତିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଏକ ଜ୍ୱଳନ୍ତ ଦୀପ, ଏକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ଏବଂ ତୁମ ସ୍ୱର୍ଗୀୟ ସାମ୍ରାଜ୍ୟର ଏକ ଆହ୍ୱାନକାରୀ ହୋଇପାରିବୁ ।
- The Báb