ହେ ଭଗବାନ୍ ! ହେ ପରମେଶ୍ୱର ! ତୁମ ଉପରେ ବିଶ୍ୱାସ ସ୍ଥାପନ କରି, ତୁମ ସଂକେତଗୁଡ଼ିକ ଉପରେ ଆସ୍ଥା ସ୍ଥାପନ କରି, ତୁମ ଦିବ୍ୟ ଚୁକ୍ତି ଏବଂ ଇଚ୍ଛାପତ୍ର ମଧ୍ୟରେ ଦୃଢ଼ ହୋଇ, ତୁମ ଆଡ଼କୁ ଆକର୍ଷିତ ହୋଇ, ତୁମ ପ୍ରେମର ଅଗ୍ନିରେ ଉୀପ୍ତ ହୋଇ ଏବଂ ତୁମ ଧର୍ମ ମଧ୍ୟରେ ସାଧୁତା ଅବଲମ୍ବନ କରି ଆମେ ସମବେତ ହୋଇଥିବା ଏହି ଆଧ୍ୟାତ୍ମିକ ସଭା ଉପରେ ତୁମ ଏକତ୍ୱର ଅଦୃଶ୍ୟ ସାମ୍ରାଜ୍ୟରୁ ଦୃଷ୍ଟିପାତ କର । ଆମ୍ଭେମାନେ ତୁମ ଅମରାବତୀର ସେବକଗଣ, ତୁମ ଧର୍ମ ସୁରଭିର ବିଚ୍ଛୁରିତକାରୀ ବ୍ୟକ୍ତିଗଣ, ତୁମ ମୁଖମଳର ଉପାସକଗଣ, ତୁମ ପ୍ରିୟଜନଙ୍କ ଆଡ଼କୁ ବିନମ୍ର ହୋଇ, ତୁମ ଦ୍ୱାର ସ୧ୁଖରେ ସମର୍ପିତ ହୋଇ ବିନୀତ ପ୍ରାର୍ଥନା କରୁଛୁ ଯେ, ତୁମ ମନୋନୀତ ବ୍ୟକ୍ତିମାନଙ୍କର ସେବା କରିବା ପାଇଁ ଆମକୁ ସୁଦୃଢ଼ କର । ତୁମ ଅଦୃଶ୍ୟ ଦେବଦୂତଗଣଙ୍କ ଦ୍ୱାରା ଆମକୁ ସାହାଯ୍ୟ କର । ତୁମ ସେବାରେ ଆମର କଟୀଦେଶକୁ ଶକ୍ତିଶାଳୀ କର ଏବଂ ତୁମକୁ ସ୍ମରଣ କରି ତୁମ ସହିତ ସଂଯୋଗ ସ୍ଥାପନ କରି ତୁମ ନିକଟରେ ସମର୍ପିତ ହୋଇ ତୁମର ପ୍ରେମିକ ଭାବେ ଆମକୁ ଗଢ଼ିତୋଳ ।
ହେ ଆମର ପ୍ରଭୁ ! ଆମ୍ଭେମାନେ ଦୁର୍ବଳ ଏବଂ ତୁମେ ହେଉଛ ବଳଶାଳୀ ଓ ଶକ୍ତିଶାଳୀ । ଆମ୍ଭେମାନେ ମୃତ ଏବଂ ତୁମେ ହେଉଛ ଜୀବନ-ପ୍ରଦାୟକ ମହାନ୍ ଆତ୍ମା । ଆମ୍ଭେମାନେ ଅଭାବଗ୍ରସ୍ତ ଏବଂ ତୁମେ ହେଉଛି ଦିବ୍ୟ ଧାରଣକାରୀ, ମହାଶକ୍ତିଶାଳୀ ।
ହେ ଆମର ପ୍ରଭୁ ! ଆମ୍ଭମାନଙ୍କର ମୁଖକୁ ତୁମ କରୁଣାର୍ପୂ ମୁଖମଳ ଆଡ଼କୁ ଅଭିମୁଖୀ କରାଅ । ତୁମ ପର୍ଯ୍ୟାପ୍ତ ପରିମାଣର କରୁଣା ସହିତ ତୁମ ସ୍ୱର୍ଗୀୟ ମେଜରୁ ଆମକୁ ଖାଦ୍ୟ ପ୍ରଦାନ କର । ତୁମର ସର୍ବୋଚ୍ଚ ଦେବଦୂତଗଣଙ୍କ ରକ୍ଷକମାନଙ୍କ ଦ୍ୱାରା ଆମକୁ ସାହାଯ୍ୟ କର । ଆଭା ସାମ୍ରାଜ୍ୟର ପବିତ୍ର ଆତ୍ମାଗଣଙ୍କ ମାଧ୍ୟମରେ ଆମକୁ ଦୃଢ଼ କର ।
ବାସ୍ତବିକ, ତୁମେ ହେଉଛ ଦୟାଶୀଳ, କରୁଣାମୟ । ତୁମେ ହେଉଛ ମହାନ୍ ବଦାନ୍ୟତାର ଅଧିକାରୀ ଏବଂ ବାସ୍ତବିକ, ତୁମେ ହେଉଛ କ୍ଷମାଶୀଳ ଓ ଅନୁକମ୍ପାଶୀଳ ।
- The Báb