ହେ ପ୍ରଭୁ ! ମୋର ଈଶ୍ୱର ! ଆମ୍ଭେମାନେ ତୁମର ସେବକ । ଏହି ମହାନ୍ ଦିବସରେ ତୁମ୍ଭ ବ୍ୟତୀତ ଅନ୍ୟ ସବୁଥିରୁ ନିଜକୁ ବିଚ୍ଛିନ୍ନ ରଖି ତୁମ୍ଭର ପବିତ୍ର ମୁଖାରବିନ୍ଦକୁ ଚାହିଁ ରହିଛୁ । ମାନବଜାତି ମଧ୍ୟରେ ତୁମ୍ଭର ବାଣୀକୁ ଉତ୍ଥାନ କରାଇବାର ସମ ଉଶ୍ୟେ ରଖି, ଆମ୍ଭର ସମସ୍ତ ମତାମତ ଏବଂ ଭାବନାକୁ ଏକତ୍ର କରାଇ ଆମ୍ଭମାନେ ଏହି ଆଧ୍ୟାତ୍ମିକ ସଭାରେ ଏକତ୍ରିତ ହୋଇଛୁ । ହେ ସ୍ୱାମୀ, ଆମ୍ଭମାନଙ୍କର ପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ଦିବ୍ୟ ର୍ନିେଶନାର ସଂକେତ, ମାନବଜାତି ମଧ୍ୟରେ ତୁମ୍ଭ ମହାନ୍ ଧର୍ମର ମାନଦ, ତୁମ୍ଭର ଶକ୍ତିଶାଳୀ ଅଙ୍ଗୀକାରର ଭୃତ୍ୟ, ଆଭା-ସାମ୍ରାଜ୍ୟର ଦିବ୍ୟ ଏକତ୍ୱର ପ୍ରତୀକ କରି ଗଢ଼ି ତୋଳ । ହେ ଆମ୍ଭମାନଙ୍କର ସର୍ବମହାନ୍ ପ୍ରଭୁ ! ତୁମ୍ଭର ସମସ୍ତ ଅଳରେ ବିକିରଣ କରୁଥିବା ଦୀପ୍ତିମାନ୍ ନକ୍ଷତ୍ର ପରି ଆମ୍ଭମାନଙ୍କୁ ଗଢ଼ି ତୋଳ । ହେ ସର୍ବଶକ୍ତିମାନ୍ ! ଆମ୍ଭମାନଙ୍କୁ ତୁମ୍ଭର ଅଦ୍ଭୁତ କୃପାବାରି ଦ୍ୱାରା ତରଙ୍ଗାୟିତ ଉର୍ମିମାଳା ପରିର୍ପୂ ସମୁଦ୍ରରେ, ତୁମ୍ଭର ସର୍ବମହନୀୟ ସ୍ତରରୁ ଅବତରିତ ଝରଣାରେ, ତୁମ୍ଭର ସ୍ୱର୍ଗୀୟ ଧର୍ମରେ, ବୃକ୍ଷର ଅକ୍ଷତ ଫଳରେ, ତୁମ୍ଭ କରୁଣାର ମୃଦୁ ମଳୟରେ ଦୋଳାୟମାନ ଶାଖା ଏବଂ ପତ୍ର ସଦୃଶ ହେବାରେ ଆମ୍ଭମାନଙ୍କୁ ସାହାଯ୍ୟ କର । ହେ ଈଶ୍ୱର ! ଆମ୍ଭମାନଙ୍କୁ ତୁମ୍ଭର ସ୍ୱର୍ଗୀୟ ଉଦ୍ୟାନରେ କର୍ମୀ କରାଅ । ତୁମ୍ଭର ଦିବ୍ୟ ଏକତାର ସ୍ତୋତ୍ରଗୁଡ଼ିକରେ ନିର୍ଭର କରିବା ପାଇଁ ଅନୁମତି ପ୍ରଦାନ କର ଏବଂ ତୁମ୍ଭ କରୁଣାବାରି ବର୍ଷଣ କରି ଆମ୍ଭର ହୃଦୟକୁ ପ୍ରଫୁଲ୍ଲିତ କରାଅ । ଯାହାଫଳରେ ଆମ୍ଭେମାନେ ଗୋଟିଏ ସାଗରର ଉର୍ମିମାଳା ସଦୃଶ ଏକ୍ରତିତ ହେବୁ, ତୁମ୍ଭର ଦୀପ୍ତିମାନ୍ ଆଲୋକର କିରଣ ସଦୃଶ ହୋଇ ନିମଜ୍ଜିତ ହେବୁ ଏବଂ ଆମ୍ଭର ଭାବନା, ଚିନ୍ତାଧାରା ଏବଂ ଅନୁଭବଗୁଡ଼ିକ ଏକ ବାସ୍ତବତାରେ ପରିଣିତ ହୋଇ ସମଗ୍ର ବିଶ୍ୱରେ ଐକ୍ୟ ଶକ୍ତି ପ୍ରଦର୍ଶନ କରାଇବୁ ।
ତୁମ୍ଭେ ହେଉଛ ଦୟାମୟ, ପରମ ଉଦାର, ପରମ ପ୍ରଦାତା, ସର୍ବଶକ୍ତିମାନ୍, କରୁଣାନିଧି, ପରମ କୃପାଳୁ ।
- The Báb