ହେ ମୋର ଈଶ୍ୱର ! ହେ ମୋର ପରମେଶ୍ୱର ! ତୁମର ସେବକମାନଙ୍କ ହୃଦୟ ମିଳନ କର ଓ ତୁମର ମହତ ଉଶ୍ୟେ ସେମାନଙ୍କୁ ପ୍ରକାଶ କର । ସେମାନେ ତୁମ ଆଦେଶ ପାଳନ କରନ୍ତୁ ଏବଂ ତୁମ ନୀତି ନିୟମରେ ଚଳନ୍ତୁ । ହେ ଈଶ୍ୱର ! ସେମାନଙ୍କର ଉଦ୍ୟମରେ ସେମାନଙ୍କୁ ସାହାଯ୍ୟ କର ଏବଂ ତୁମର ସେବା କରିବା ପାଇଁ ସେମାନଙ୍କୁ ଶକ୍ତି ଦିଅ । ହେ ଈଶ୍ୱର ! ସେମାନଙ୍କୁ ସେମାନଙ୍କ ଉପରେ ଛାଡ଼ିଦିଅ ନାହିଁ, କିନ୍ତୁ ତୁମ୍ଭ ଜ୍ଞାନାଲୋକରେ ସେମାନଙ୍କର ପାଦ କଢ଼ାଇ ନିଅ ଏବଂ ତୁମ୍ଭର ପ୍ରେମ ସ୍ପର୍ଶତାରେ ସେମାନଙ୍କର ହୃଦୟକୁ ଆହ୍ଲାଦିତ କର । ବାସ୍ତବିକ, ତୁମ୍ଭେ ହେଉଛ ସେମାନଙ୍କର ସାହାଯ୍ୟକାରୀ ଓ ପ୍ରଭୁ ।
- Bahá'u'lláh