ହେ ଈଶ୍ୱର, ମନୁଷ୍ୟଜାତି ପ୍ରତି ତୁମେ ପ୍ରେମ ପ୍ରକାଶ କରିଥିବା ହେତୁ ତୁମର ମହିମା ଘୋଷିତ ହେଉ । ହେ ଆମର ଜୀବନ ଓ ଆଲୋକ ! ତୁମ ମାର୍ଗରେ, ତୁମ ସେବକଗଣଙ୍କୁ ପରିଚାଳିତ କର ଏବଂ ଆମକୁ ତୁମଠାରେ ସମୃଦ୍ଧ କରାଅ ଓ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ମୁକ୍ତ ରଖ ।
ହେ ଈଶ୍ୱର ! ଆମ୍ଭମାନଙ୍କୁ ତୁମ ଏକତ୍ୱ ବିଷୟରେ ଶିକ୍ଷା ଦିଅ ଓ ତୁମ ଏକତାର ଏକ ଅନୁଭବ ଆମକୁ ପ୍ରଦାନ କର, ଯ୍ୱାରା ଆମେ ତୁମ ବ୍ୟତୀତ ଅନ୍ୟ କାହାକୁ ଅବଲୋକନ କରିବୁ ନାହିଁ । ତୁମେ ହେଉଛ କରୁଣାମୟ ଓ ବଦାନ୍ୟତା ପ୍ରଦାୟକ !
ହେ ଈଶ୍ୱର ! ତୁମ ପ୍ରିୟଜନମାନଙ୍କ ହୃଦୟରେ ତୁମ ପ୍ରେମର- ବହ୍ନି ସୃଷ୍ଟି କର, ଯ୍ୱାରା ଏହା ତୁମ୍ଭ ବ୍ୟତୀତ ଅନ୍ୟ ସମସ୍ତ ବିଷୟର ଚିନ୍ତାକୁ ଦଗ୍ଧିଭୂତ କରିଦେଇପାରିବ ।
ହେ ଈଶ୍ୱର, ତୁମର ସା ସର୍ବଦା ରହିଛି ଏବଂ ରହିଥିବ ମଧ୍ୟ, ତଥା ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି ବୋଲି ତୁମରି ଏହି ମହାନ୍ ଅବିନଶ୍ୱରତାକୁ ଆମ ନିକଟରେ ପ୍ରକାଶ କର । କେବଳ ତୁମଠାରେ ହିଁ ଆମେ ସାନ୍ତ୍ୱନା ଓ ଶକ୍ତି ପାଇପାରିବୁ ।
- Bahá'u'lláh