ହେ ମୋର ପରମେଶ୍ୱର ! ହେ ମୋର ଭଗବାନ୍ ! ମୁଁ ତୁମକୁ ପ୍ରାର୍ଥନା କରୁଛି ଏବଂ ତୁମ ଦ୍ୱାରଦେଶରେ ଅନୁନୟ ହୋଇ ମିନତି କରୁଛି ଯେ, ଏହି ଆତ୍ମାମାନଙ୍କ ଉପରେ ତୁମର ସମସ୍ତ କରୁଣା ଅଜାଡ଼ି ଦିଅ । ତୁମର ଅନୁକମ୍ପା ଓ ସତ୍ୟତା ନିମନ୍ତେ ସେମାନଙ୍କୁ ଉପଯୋଗୀ କରାଅ ।
ହେ ପ୍ରଭୁ ! ଲୋକମାନଙ୍କ ହୃଦୟକୁ ଏକତ୍ର ବାନ୍ଧିଦିଅ, ସକଳ ଆତ୍ମାଙ୍କୁ ସମନ୍ୱୟରେ ମିଳିତ କରାଅ, ତଥା ତୁମ ପବିତ୍ରତା ଓ ଏକତ୍ୱର ସଙ୍କେତାବଳୀ ମାଧ୍ୟମରେ ସେମାନଙ୍କର ଆତ୍ମାକୁ ଉଲ୍ଲସିତ କର । ହେ ପ୍ରଭୁ ! ତୁମ ଏକତ୍ୱର ଆଲୋକରେ ସେମାନଙ୍କ ମୁଖକୁ ଦୀପ୍ତିମାନ କର । ତୁମ ସାମ୍ରାଜ୍ୟର ସେବାରେ ତୁମ ସେବକଗଣଙ୍କ କଟୀଦେଶକୁ ମଜ୍ଭୁତ କର ।
ହେ ପ୍ରଭୁ ! ତୁମେ ଅସୀମ କରୁଣାର ଅଧିକାରୀ ! ହେ କ୍ଷମା ଓ ମାର୍ଜନାର ପ୍ରଭୁ ! ଆମ୍ଭମାନଙ୍କର ପାପକୁ କ୍ଷମା କର, ଆମ୍ଭମାନଙ୍କ ଦୋଷ ଦୁର୍ବଳତାକୁ ମାର୍ଜନା କର ଏବଂ ତୁମ କରୁଣାର ସାମ୍ରାଜ୍ୟ ଆଡ଼କୁ ଅଭିମୁଖୀ ହେବା ପାଇଁ, ଶକ୍ତି ଓ ସାମର୍ଥ୍ୟର ସାମ୍ରାଜ୍ୟକୁ ପ୍ରାପ୍ତ ହେବା ପାଇଁ, ତୁମର ସମାଧିପୀଠରେ ବିନମ୍ର ପ୍ରଣିପାତ କରିବା ପାଇଁ ତଥା ତୁମର ପ୍ରତ୍ୟକ୍ଷ ପ୍ରମାଣାବଳୀର ଗୌରବ ସ୧ୁଖରେ ସମର୍ପିତ ହେବା ପାଇଁ ଆମ୍ଭମାନଙ୍କୁ କାରଣ କରାଅ ।
ହେ ପ୍ରଭୁ, ପରମେଶ୍ୱର ! ଆମ୍ଭମାନଙ୍କୁ ସାଗରର ଉର୍ମିମାଳା ସଦୃଶ କର । ଉଦ୍ୟାନର ପୁଷ୍ପରାଜି ସଦୃଶ କର । ତୁମ ପ୍ରେମର ଅନୁକମ୍ପା ମାଧ୍ୟମରେ ଆମ୍ଭମାନଙ୍କୁ ଏକତ୍ରିତ କରି ଏକ ମନରେ ପରିଣତ କର । ହେ ପ୍ରଭୁ ! ତୁମ ଅଦ୍ୱିତୀୟତ୍ୱର ସଂକେତ ମାଧ୍ୟମରେ ବକ୍ଷସମୂହକୁ ପ୍ରସାରିତ କର ଏବଂ ସମଗ୍ର ମାନବଜାତିକୁ ଗୌରବର ସମ ଶିଖରରୁ ବିକିରିତ ହେଉଥିବା ତାରକା ସଦୃଶ, ଜୀବନର ଦିବ୍ୟ ତରୁ ଉପରେ ବୃଦ୍ଧିପ୍ରାପ୍ତ ହେଉଥିବା ପକ୍ୱଫଳ ସଦୃଶ ଗଢ଼ିତୋଳ ।
ସତ୍ୟତଃ, ତୁମେ ହେଉଛ ଶକ୍ତିଶାଳୀ, ସ୍ୱନିର୍ଭରଦାତା, କ୍ଷମାଶୀଳ, ମାର୍ଜନାକାରୀ, ସର୍ବତ୍ର ବିଦ୍ୟମାନ୍, ଏକମେବ ସୃଷ୍ଟିର୍କା ।
- The Báb