ସ୍ୱୟଂ ସେ ହେଉଛନ୍ତି ସର୍ବଶକ୍ତିମାନ, ପରମ କ୍ଷମାଶୀଳ, ପରମ କରୁଣାମୟ !
ହେ ଭଗବାନ୍, ମୋର ଈଶ୍ୱର ! ତୁମ ସେବକଗଣଙ୍କୁ ସର୍ବନାଶ ପରିସ୍ଥିତି ମଧ୍ୟରେ ଓ ଭ୍ରାନ୍ତିର ନର୍କ ମଧ୍ୟରେ ତୁମେ ଦେଖିଛ, କେଉଁଠାରେ ଅଛି ତୁମ ମାର୍ଗଦର୍ଶନର ଆଲୋକ, ହେ ସ୍ୱୟଂ ତୁମେ ଜଗତର ପରମ ଆକାଙ୍କ୍ଷା ? ସେମାନଙ୍କର ଅସହାୟ ଏବଂ ଦୁର୍ବଳତାକୁ ତୁମେ ଜାଣିଛ; କେଉଁଠାରେ ଅଛି ତୁମର ଦିବ୍ୟ କ୍ଷମତା, ହେ ସ୍ୱୟଂ ତୁମେ ଯାହାଙ୍କର କ୍ଷମତାଧୀନରେ ସ୍ୱର୍ଗ ଏବଂ ର୍ମ୍ୟର ସାମର୍ଥ୍ୟସମୂହ ନିର୍ଭର କରେ ?
ହେ ପ୍ରଭୁ, ମୋର ଈଶ୍ୱର ! ତୁମ ପ୍ରେମର୍ପୂ ସସ୍ନେହ କରୁଣାର ଆଲୋକ ତଥା ତୁମ ପ୍ରଜ୍ଞା ଓ ବିଜ୍ଞତାର ମହାସାଗରର ଉାଳତରଙ୍ଗର ଦ୍ୱାହି ଦେଇ ଏବଂ ତୁମର ଯେଉଁ ବାଣୀ ମାଧ୍ୟମରେ ତୁମ ସାମ୍ରାଜ୍ୟର ଜନଗଣଙ୍କ ମଧ୍ୟରେ ତୁମେ ପ୍ରଭାବ ବିସ୍ତାର କରିଛ, ସେହି ବାଣୀର ଦ୍ୱାହି ଦେଇ ମୁଁ ତୁମକୁ ଅନୁରୋଧ କରୁଛି ଯେ, ତୁମ ଦିବ୍ୟ ଗ୍ରନ୍ଥରେ ଥିବା ତୁମ ର୍ନିେଶକୁ ପାଳନ କରୁଥିବା ସେହିମାନଙ୍କ ମଧ୍ୟରେ ଜଣେ ହେବା ଲାଗି ମୋତେ ଅନୁମତି ଦିଅ । ତୁମର ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଯାହା ତୁମେ ବିଧାନ କରିଛ ତାହା ମୋ ପାଇଁ ବିଧାନକର । ସେମାନେ ତୁମ କୃପାର ପିଆଲାରୁ ସ୍ୱର୍ଗୀୟ ପ୍ରେରଣାର ମଦିରାକୁ ଆକଣ୍ଠ ପାନ କରିଛନ୍ତି ଏବଂ ତୁମର ଅଭିଳାଷକୁ କାର୍ଯ୍ୟକାରୀ କରିବାକୁ କ୍ଷୀପ୍ର ଗତିରେ ଦ୍ୱରାନ୍ୱିତ ହୋଇଛନ୍ତି ତଥା ତୁମର ଦିବ୍ୟ ଚୁକ୍ତି ଓ ଦିବ୍ୟ ଇଚ୍ଛାପତ୍ରକୁ ପାଳନ କରିଛନ୍ତି । ତୁମେ ଯେପରି ଇଚ୍ଛା କର ତାହା ସମ୍ପନ୍ନ କରିବାକୁ କ୍ଷମତାଶାଳୀ ଅଟ । ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
ହେ ପ୍ରଭୁ ! ତୁମ ବଦାନ୍ୟତା ମାଧ୍ୟମରେ ମୋ ପାଇଁ ତାହା ବିଧାନ କର, ଯାହାକି ଏହି ଜଗତର ତଥା ଆଗାମୀ ଜଗତରେ ମୋତେ ସମୃଦ୍ଧିଶାଳୀ କରାଇବ ଏବଂ ତୁମ ସନ୍ନିକଟକୁ ମୋତେ ଆକର୍ଷିତ କରିପାରିବ । ହେ ତୁମେ ସକଳ ମାନବଜାତିର ପ୍ରଭୁ ! ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି; ତୁମେ ହିଁ ଅଦ୍ୱିତୀୟ, ପରମ ଶକ୍ତିଶାଳୀ, ପରମ ଗୌରବମୟ ।
- Bahá'u'lláh