ହେ ମୋର ପ୍ରଭୁ, ମୋର ପରମ ଆଶା ! ତୁମର ଶକ୍ତିଶାଳୀ ଚୁକ୍ତି ମଧ୍ୟରେ ଦୃଢ଼ ରହିବା ଲାଗି, ତୁମ ପ୍ରକାଶମୟ ଧର୍ମ ପ୍ରତି ବିଶ୍ୱସ୍ତ ରହିବା ଲାଗି, ତୁମ ସୌନ୍ଦର୍ଯ୍ୟର ଦିବ୍ୟଗ୍ରନ୍ଥରେ ସେମାନଙ୍କ ନିମନ୍ତେ ତୁମେ ନିର୍ଦ୍ଧାରିତ କରିଥିବା ର୍ନିେଶାବଳୀକୁ କାର୍ଯ୍ୟକାରୀ କରିବା ଲାଗି ତୁମ ପ୍ରିୟ ଜନମାନଙ୍କୁ ତୁମେ ସହାୟ ହୁଅ; ଯ୍ୱାରା ସେମାନେ ମାର୍ଗ ଦର୍ଶନର ଧ୍ୱଜା ଏବଂ ଊଦ୍ଧ୍ୱର୍ରାଜ୍ୟର ଦିବ୍ୟ ସାହଚର୍ଯ୍ୟର ପ୍ରଦୀପ, ତୁମ ଅସୀମ ବିଜ୍ଞତାର ନିର୍ଝର ଓ ସ୍ୱର୍ଗୀୟ ଆକାଶରୁ ପ୍ରଜ୍ଜ୍ୱଳିତ ହେଲାଭଳି ଠିକ୍ ପଥ ପ୍ରଦର୍ଶନ କରାଉଥିବା ସେହି ତାରକାପୁଞ୍ଜ ସଦୃଶ ସେମାନେ ହୋଇପାରିବେ । ବାସ୍ତବିକ, ତୁମେ ହେଉଛ ପରମ ଅଜେୟ, ସର୍ବଶକ୍ତିଶାଳୀ, ମହା ବଳବାନ୍ ।
- The Báb