ହେ ପ୍ରଭୁ ! ତୁମ ପଥରେ ଆମ୍ଭାମାନଙ୍କ ପଦକୁ ଦୃଢ଼କର ଏବଂ ଆମ୍ଭମାନଙ୍କ ହୃଦୟସମୂହକୁ ତୁମର ଆଜ୍ଞାନୁର୍ବୀ ହେବା ପାଇଁ ସୁଦୃଢ଼ କର । ତୁମ ଏକତ୍ୱର ଦିବ୍ୟ ସୌନ୍ଦର୍ଯ୍ୟ ଆଡ଼କୁ ଆମ୍ଭମାନଙ୍କ ମୁଖକୁ ଅଭିମୁଖୀ କରାଅ ତଥା ତୁମ ପରମ ଦିବ୍ୟ ଏକତାର ସଂକେତାବଳୀ ଦ୍ୱାରା ଆମ୍ଭମାନଙ୍କ ବକ୍ଷସମୂହକୁ ଉଲ୍ଲସିତ କର । ତୁମ ବଦାନ୍ୟତାର ପୋଷାକରେ ଆମ୍ଭମାନଙ୍କ ଶରୀରକୁ ଅଳଙ୍କୃତ କର ଓ ଆମ୍ଭମାନଙ୍କ ଚକ୍ଷୁ ସ୧ୁଖରୁ ପାପର୍ପୂ ପରଦାକୁ ଅପସାରିତ କରିନିଅ ଏବଂ ତୁମ ବଦାନ୍ୟତା ଆମ୍ଭମାନଙ୍କୁ ପ୍ରଦାନ କର; ଯ୍ୱାରା ସକଳ ପ୍ରାଣୀଙ୍କ ଅସ୍ତିତ୍ୱ ତୁମ ଗୌରବର ଚକ୍ଷୁ ସ୧ୁଖରେ ତୁମର ପ୍ରଶଂସାଗାନ କରିପାରିବ । ହେ ପ୍ରଭୁ ! ତେବେ, ତୁମ କୃପାର ବାଣୀ ତଥା ତୁମ ସ୍ୱର୍ଗୀୟ ଓ ଦିବ୍ୟ ଅସ୍ତିତ୍ୱ ସାର ରହସ୍ୟ ଦ୍ୱାରା ସ୍ୱୟଂ ତୁମେ ନିଜକୁ ପ୍ରକାଶ କର ଯ୍ୱାରା ଆମ୍ଭମାନଙ୍କ ଆତ୍ମାରେ ପ୍ରାର୍ଥନାର ପୁଣ୍ୟ ନିତ୍ୟ ଆନନ୍ଦ ଭରିଦେଇପାରିବ । ଯେଉଁ ପ୍ରାର୍ଥନା କି ଶବ୍ଦ ଓ ଅକ୍ଷରର ଊଦ୍ଧ୍ୱର୍ରେ ଉଦୟ ହେବ ଏବଂ ଉଚ୍ଚାରିତ ଶବ୍ଦ ଓ ଧ୍ୱନିର ଗୁଞ୍ଜନକୁ ଅତିକ୍ରମ କରିବ- ଯ୍ୱାରା ତୁମ ଦୀପ୍ତିମାନ୍ ପରିପ୍ରକାଶ ସ୧ୁଖରେ ସକଳ ବସ୍ତୁ ନଗଣ୍ୟ ରୂପେ ଦ୍ରବୀଭୂତ ହୋଇଯିବେ ।
ହେ ପ୍ରଭୁ ! ଏହି ସେବକଗଣ ତୁମ ଦିବ୍ୟ ଚୁକ୍ତି ଓ ଇଚ୍ଛାପତ୍ର ମଧ୍ୟରେ ଦୃଢ଼ ତଥା ଅଟଳ ରହିଛନ୍ତି, ତୁମ ଧର୍ମରେ ବିଶ୍ୱସ୍ତତାର ରଜ୍ଜୁକୁ ଦୃଢ଼ଭାବେ ଧାରଣ କରିଛନ୍ତି ଏବଂ ତୁମ ମହିମାପୋଷାକର ବସନାଳ ଜାବୁଡ଼ି ଧରିଛନ୍ତି । ହେ ପ୍ରଭୁ ! ତୁମର କରୁଣା ମାଧ୍ୟମରେ ସେମାନଙ୍କୁ ସହାୟ ହୁଅ, ତୁମ କ୍ଷମତା ମାଧ୍ୟମରେ ସେମାନଙ୍କୁ ଦୃଢ଼ କର ଏବଂ ତୁମ ପ୍ରତି ଆଜ୍ଞାନୁର୍ବୀ ହେବା ନିମନ୍ତେ ସେମାନଙ୍କର କଟୀଦେଶକୁ ମଜ୍ଭୂତ କର ।
ତୁମେ ହେଉଛ ପରମ କ୍ଷମାଶୀଳ, ପରମ କରୁଣାମୟ ।
- The Báb