ହେ ପ୍ରଭୁ ! ଏହି ଯୁବକଟିକୁ ଦୀପ୍ତିମାନ କର ଏବଂ ଏହି ଦୀନହୀନ ବ୍ୟକ୍ତି ଉପରେ ତୁମର ବଦାନ୍ୟତା ପ୍ରଦାନ କର । ତାକୁ ଜ୍ଞାନ ପ୍ରଦାନ କର । ପ୍ରତି ପ୍ରଭାତର ପ୍ରାରମ୍ଭରେ ତାହାକୁ ଅଧିକ ଶକ୍ତି ପ୍ରଦାନ କର ଏବଂ ତୁମ ସୁରକ୍ଷାର ଆଶ୍ରୟ ମଧ୍ୟରେ ତାକୁ ରକ୍ଷା କର, ଯ୍ୱାରା ସେ ଭ୍ରାନ୍ତିମୁକ୍ତ ହୋଇପାରିବ, ତୁମ ଧର୍ମର ସେବାରେ ନିଜକୁ ଉର୍ଗ କରିପାରିବ, ବିପଥଗାମୀକୁ ମାର୍ଗ ଦେଖାଇ ପାରିବ, ଅସହାୟକୁ କଢ଼େଇ ନେଇପାରିବ, ବନ୍ଦୀମାନଙ୍କୁ ମୁକ୍ତି ଦେଇପାରିବ ଓ ଅମନୋଯୋଗୀମାନଙ୍କୁ ସଚେତନ କରିପାରିବ, ଯାହାଫଳରେ ତୁମର ସ୍ମରଣ ଓ ପ୍ରଶଂସାଗାନ କରି ସମସ୍ତେ ଆଶୀର୍ବାଦପ୍ରାପ୍ତ ହୋଇପାରିବେ । ତୁମେ ହେଉଛ ଶକ୍ତିଶାଳୀ ଓ ସାମର୍ଥ୍ୟବାନ୍ ।
- The Báb