ହେ ପ୍ରଭୁ, ମୋର ପରମେଶ୍ୱର ! ତୁମର ନାମ ମହିମାଗାନ ହେଉ, ତୁମର ସକଳ ସୃଷ୍ଟ ପଦାର୍ଥକୁ ଯାହା ଆବୃ କରି ରଖିଛି, ତାହାର ଦ୍ୱାହି ଦେଇ ତଥା ସମଗ୍ର ସୃଷ୍ଟିକୁ ଯାହା ପରିବେଷ୍ଟନ କରିଛି, ତୁମର ସେହି ସାର୍ବଭୌମତ୍ୱର ଦ୍ୱାହି ଦେଇ ଏବଂ ତୁମ ବିଜ୍ଞତା ମଧ୍ୟରେ ଯାହା ଲୁକ୍କାୟିତ ହୋଇ ରହିଥିଲା, ତୁମର ସେହି ବାଣୀର ଦ୍ୱାହିଦେଇ ମୁଁ ତୁମକୁ ମିନତି କରୁଛି । ଯାହା ମାଧ୍ୟମରେ ତୁମେ ତୁମର ସ୍ୱର୍ଗ ଓ ପୃଥିବୀକୁ ସୃଷ୍ଟି କରିଛ । ତୁମ ନିମନ୍ତେ ଆମର ପ୍ରେମରେ ତଥା ତୁମର ସୁପ୍ରସାଦ ନିମନ୍ତେ ଆମର ଆଜ୍ଞାନୁର୍ବିତାରେ ଦୃଢ଼ ରହିବା ନିମନ୍ତେ ଆମ୍ଭମାନଙ୍କୁ ସମର୍ଥ କରିବା ପାଇଁ ତଥା ତୁମର ମୁଖମଳ ଉପରେ ଆମର ଦୃଷ୍ଟି ନିବଦ୍ଧ ରଖିବା ପାଇଁ ଏବଂ ତୁମ ମହିମାର ଗୁଣଗାନ କରିବା ପାଇଁ ମୁଁ ତୁମକୁ ପ୍ରାର୍ଥନା କରୁଛି । ହେ ମୋର ପରମେଶ୍ୱର ! ତୁମ ପ୍ରାଣୀମାନଙ୍କ ମଧ୍ୟରେ ତୁମର ସଂକେତାବଳୀକୁ ଦେଶ ବିଦେଶରେ ପ୍ରସାର କରିବା ନିମନ୍ତେ ଏବଂ ତୁମ ସାମ୍ରାଜ୍ୟରେ ତୁମ ଧର୍ମର ସୁରକ୍ଷା କରିବା ନିମନ୍ତେ ଆମକୁ କ୍ଷମତାପନ୍ନ କର । ତୁମର ସକଳ ସୃଷ୍ଟ ପ୍ରାଣୀ ତୁମକୁ ସ୍ମରଣ କରିବା ଊଦ୍ଧ୍ୱର୍ରେ ତୁମେ ସର୍ବଦା ସ୍ୱତବ ହୋଇ ରହିଆସିଛ ଏବଂ ରହିଥିବ ମଧ୍ୟ ।
- Bahá'u'lláh