ହେ ସ୍ୱୟଂ ତୁମେ ! ଯାହାଙ୍କ ସାନିଧ୍ୟ ହେଉଛି ମୋର କାମନା, ଯାହାଙ୍କ ସ୍ମରଣ ହେଉଛି ମୋର ଆକାଙ୍କ୍ଷା, ଯାହାଙ୍କ ଗୌରବମୟ ଦରବାର ହେଉଛି ମୋର ଲକ୍ଷ୍ୟ, ଯାହାଙ୍କ ନିବାସ ହେଉଛି ମୋର ଉଶ୍ୟେ, ଯାହାଙ୍କ ନାମ ହେଉଛି ମୋର ଆରୋଗ୍ୟ, ଯାହାଙ୍କ ପ୍ରେମ ହେଉଛି ମୋର ହୃଦୟର ଆଲୋକ, ଯାହାଙ୍କ ସେବା ହିଁ ମୋର ସର୍ବୋଚ୍ଚ ଅଭିଳାଷ ତୁମ ନାମର ଦ୍ୱାହି ଦେଇ ମୁଁ ତୁମକୁ ମିନତି କରୁଛି ଯେ, ତୁମକୁ ସ୍ୱୀକାର କରି ସ୍ୱୟଂ ତୁମ ଜ୍ଞାନର ଉଚ୍ଚତମ ଶିଖର ଦେଶକୁ ଅନୁଧାବନ କରିବାକୁ ସେମାନଙ୍କୁ ସମର୍ଥ କରାଅ ଏବଂ ଏପରିକି ଅନୁରକ୍ତ ସହକାରେ ଉପାସନା ପୂର୍ବକ ତୁମ ପବିତ୍ର ଦରବାରର ସୀମା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଅ । ତେଣୁ, ତୁମ ମୁଖମଳ ଆଡ଼କୁ ମୋର ମୁଖ ଉନ୍ମୁଖ କରିବା ନିମି ତୁମଠାରେ ମୋର ଚକ୍ଷୁଯୁଗଳକୁ ନିବଦ୍ଧ କରିବା ନିମି ତଥା ତୁମର ମହିମାଗାନ କରିବା ନିମି ମୋତେ ସହାୟ ହୁଅ ।
ହେ ମୋର ପ୍ରଭୁ ! ମୁଁ ହେଉଛି ଜଣେ ବ୍ୟକ୍ତି, ଯିଏକି ତୁମ ବ୍ୟତୀତ ଅନ୍ୟ ସବୁକିଛି ଭୁଲିଯାଇଛି ଓ ତୁମ କରୁଣାର ଉଦୟସ୍ଥଳ ଆଡ଼କୁ ଅଭିମୁଖୀ ହୋଇଛି, ଯିଏକି ତୁମ ଦରବାରପ୍ରତି ନିକଟତର ହେବା ଆଶାରେ ସ୍ୱୟଂ ତୁମ ବ୍ୟତୀତ ଅନ୍ୟ ସବୁକିଛି ପରିତ୍ୟାଗ କରିଦେଇଛି । ତୁମ ମୁଖମଳ ସୌନ୍ଦର୍ଯ୍ୟ ଆଲୋକର ସୌରଭରେ ପ୍ରଜ୍ଜ୍ୱଳିତ ହେଉଥିବା ସେହି ଦିବ୍ୟ ଆସନ ଆଡ଼କୁ ଢ଼ଳି ଯାଇଥିବା ମୋର ଚକ୍ଷୁଯୁଗଳ ସହିତ ମୋତେ ଅବଲୋକନ କର । ହେ ମୋର ପରମ ପ୍ରିୟତମ ! ତୁମ ଧର୍ମରେ ଦୃଢ଼ ରହିବା ଲାଗି ଯାହାସବୁ ମୋତେ ସମର୍ଥ କରାଇବ ତାହା ମୋ ପାଇଁ ପ୍ରେରଣ କର । ଯ୍ୱାରା ନାସ୍ତିକମାନଙ୍କର ସନେ୍ଦହ ତୁମ ଆଡ଼କୁ ଅଭିମୁଖୀ ହେବାଠାରୁ ମୋତେ ବାଧା ସୃଷ୍ଟି କରିପାରିବ ନାହିଁ ।
ବାସ୍ତବିକ, ତୁମେ ହେଉଛ କ୍ଷମତାର ପରମେଶ୍ୱର, ସଂକଟରେ ପରମ ସହାୟ, ସର୍ବ ମହିମାମୟ ଓ ସାମର୍ଥ୍ୟବାନ୍ ।
- Bahá'u'lláh