ହେ ଭଗବାନ୍, ହେ ମୋର ପରମେଶ୍ୱର ! ଅନୁତପ୍ତ ହୋଇ ମୁଁ ତୁମ ଆଡ଼କୁ ଅଭିମୁଖୀ ହୋଇଛି । ବାସ୍ତବିକ୍, ତୁମେ ହେଉଛ ପରମ କ୍ଷମାଶୀଳ ଏବଂ ପରମ କରୁଣାମୟ ।
ହେ ଈଶ୍ୱର, ହେ ମୋର ପରମେଶ୍ୱର ! ତୁମ ଆଡ଼କୁ ମୁଁ ପ୍ରତ୍ୟାର୍ବନ କରିଛି । ବାସ୍ତବିକ, ତୁମେ ହେଉଛ ସଦା କ୍ଷମାଶୀଳ, ପରମ ଦୟାମୟ ।
ହେ ଈଶ୍ୱର, ହେ ମୋର ପରମେଶ୍ୱର ! ତୁମ କରୁଣାର ରଜ୍ଜୁକୁ ମୁଁ ଦୃଢ଼ ଭାବେ ଧାରଣ କରିଛି । ସ୍ୱର୍ଗ ଓ ର୍ମ୍ୟରେ ଥିବା ସକଳ ସମ୍ପଦର ଗନ୍ତାଘର ସ୍ୱୟଂ ତୁମଠାରେ ହିଁ ନିହିତ ।
ହେ ଭଗବାନ୍, ହେ ମୋର ଈଶ୍ୱର ! ମୁଁ ତୁମ ଆଡ଼କୁ ଧାବିତ ହୋଇଛି । ବାସ୍ତବିକ, ତୁମେ ହେଉଛ ପରମ କ୍ଷମାଶୀଳ ଅସୀମ କରୁଣାର ପ୍ରଭୁ ।
ହେ ପ୍ରଭୁ, ହେ ମୋର ଈଶ୍ୱର ! ତୁମ କରୁଣାର ସ୍ୱର୍ଗୀୟ ମଦିରା ନିମନ୍ତେ ମୁଁ ତୁର୍ଷା ଏବଂ ବାସ୍ତବିକ, ତୁମେ ହେଉଛ ପରମ ଦାତା, ପରମ ଦୟାମୟ, ପରମ କରୁଣାମୟ, ସର୍ବସାମର୍ଥ୍ୟବାନ୍ ।
ହେ ଭଗବାନ୍, ହେ ମୋର ପରମେଶ୍ୱର ! ମୁଁ ସାକ୍ଷ୍ୟ ପ୍ରଦାନ କରୁଛି କି ତୁମର ଧର୍ମକୁ ତୁମେ ପ୍ରକାଶ କରିଛ, ତୁମର ପ୍ରତିଶ୍ରୁତିକୁ ପୂରଣ କରିଛ ଏବଂ ତୁମ କରୁଣାର ସ୍ୱର୍ଗରୁ ତୁମ ପ୍ରିୟଜନମାନଙ୍କର ହୃଦୟସମୂହକୁ ସ୍ୱୟଂ ତୁମ ପ୍ରତି ଯାହାସବୁ ନିକଟତର କରାଇଛି, ତାହାସବୁ ତୁମ କରୁଣାର ସ୍ୱର୍ଗରୁ ପ୍ରେରଣ କର । ଯିଏ ତୁମର ଅତୁଟ ରଜ୍ଜୁକୁ ଦୃଢ଼ତାର ସହିତ ଧାରଣ କରିଛି ଏବଂ ତୁମ ଦେଦୀପ୍ୟମାନ ପରିଧାନର ବସ୍ତ୍ରାଳକୁ ଜାବୁଡ଼ି ଧରିଛି, ତାହାର କଲ୍ୟାଣ ସାଧିତ ହେଉ ।
ହେ ସକଳ ଅସ୍ତିତ୍ୱର ପ୍ରଭୁ ତଥା ଦୃଶ୍ୟ ଓ ଅଦୃଶ୍ୟର ଦିବ୍ୟ ରାଜନ୍! ଗୋଚର ଓ ଅଗୋଚରର ସମସ୍ତ ସାର ସମ୍ରାଟ ! ତୁମର କ୍ଷମତା, ତୁମର ମହାନତା ତଥା ତୁମର ସାର୍ବଭୌମ ସାମ୍ରାଜ୍ୟର ଦ୍ୱାହିଦେଇ ମୁଁ ତୁମକୁ ମିନତି କରୁଛି କି ତୁମ ମହିମାର ଲେଖନୀ ଦ୍ୱାରା ମୋର ନାମକୁ ତୁମର ଅନୁରକ୍ତ ଭକ୍ତଗଣଙ୍କ ମଧ୍ୟରେ ଅଙ୍କିତ କରାଯିବା ପାଇଁ ଅନୁମତି ପ୍ରଦାନ କରାଯାଉ, ସେମାନଙ୍କୁ ପାପର୍ପୂ ତାଡ଼ନା ଯେପରି ତୁମ ବଦନମଳର ଆଲୋକ ଆଡ଼କୁ ଅଭିମୁଖୀ ହେବାରେ ବାଧା ସୃଷ୍ଟି କରିବ ନାହିଁ । ହେ ପ୍ରାର୍ଥନା-ଶ୍ରବଣକାରୀ, ପ୍ରାର୍ଥନାର ଉର ପ୍ରଦାତା ଭଗବାନ୍ !
- Bahá'u'lláh