ହେ ଈଶ୍ୱର ! ତୁମର ପ୍ରଶଂସା ତଥା ମହିମା ଗାନ ହେଉ । ତୁମ ପବିତ୍ର ଉପସ୍ଥିତିର, ସାନିଧ୍ୟର ଦିବସ ଅବିଳମ୍ବେ ଉପନୀତ ହେବା ପାଇଁ ଅନୁମତି ପ୍ରଦାନ କର । ତୁମର ପ୍ରେମ ଓ ସୁ-ପ୍ରସାଦର ଶକ୍ତି ଦ୍ୱାରା ଆମର ହୃଦୟକୁ ଉଲ୍ଲସିତ କର । ଆମକୁ ଦୃଢ଼ତା ପ୍ରଦାନ କର, ଯେପରି ଆମ୍ଭେମାନେ ତୁମର ଦିବ୍ୟ ଇଚ୍ଛା ଓ ଦିବ୍ୟ ଆଦେଶ ପ୍ରତି ସ୍ୱେଚ୍ଛାକୃତ ଭାବେ ନିଜକୁ ସମର୍ପଣ କରିପାରିବୁ । ସତ୍ୟତଃ, ତୁମେ ଯେଉଁ ସକଳ ପଦାର୍ଥ ସୃଷ୍ଟି କରିଛ କିମ୍ବା କରିବ, ତୁମର ଜ୍ଞାନ ସେଗୁଡ଼ିକୁ ପରିବୃ କରିଛି । ତୁମେ ଯାହାକି ସାରେ ପରିଣତ କରିଛ କିମ୍ବା କରିବ, ସ୍ୱର୍ଗୀୟ ଶକ୍ତି ସେଗୁଡ଼ିକୁ ଅତିକ୍ରାନ୍ତ କରିଛି । ତୁମ ବ୍ୟତୀତ ଅନ୍ୟ କାହାରିକୁ ଉପାସନା କରାଯିବ ନାହିଁ । ତୁମ ବ୍ୟତୀତ ଅନ୍ୟ କାହାକୁ ଅଭୀପ୍ସା କରାଯାଇପାରିବ ନାହିଁ । ତୁମ ବ୍ୟତୀତ ଅନ୍ୟ କାହାକୁ ବିଭୂଷିତ କରାଯାଇପାରିବ ନାହିଁ । ତୁମର ସନ୍ତୋଷ ବିଧାନ ବ୍ୟତୀତ ଅନ୍ୟ କାହାକୁ ପ୍ରେମ କରାଯାଇ ନ ପାରେ ।
ସତ୍ୟତଃ ତୁମେ ହେଉଛ ସର୍ବୋଚ୍ଚ ଶାସକ, ସାର୍ବଭୌମ ପରମ ସତ୍ୟ, ଭୟାନକ ସଂକଟରେ ପରମ ସହାୟ ଓ ସ୍ୱନିର୍ଭର ।
- The Báb