ହେ ଦୟାମୟ ଈଶ୍ୱର ! ତୁମେ ମୋତେ ଜାଗ୍ରତ ତଥା ସଚେତନଶୀଳ କରାଇଥିବାରୁ ମୁଁ ତୁମକୁ ଧନ୍ୟବାଦ ଅର୍ପଣ କରୁଛି । ତୁମେ ମୋତେ ଏକ ଦୃଶ୍ୟଶ୍ରାବୀ ଚକ୍ଷୁ ପ୍ରଦାନ କରିଛ ତଥା ଏକ ଶ୍ରବଣଶୀଳ ର୍କଦ୍ୱାରା ମୋତେ କୃପା ପ୍ରଦାନ କରିଛ, ତୁମ ସାମ୍ରାଜ୍ୟ ଆଡ଼କୁ ମୋତେ ପରିଚାଳିତ କରିଛ ଏବଂ ତୁମ ଦିବ୍ୟ ମାର୍ଗରେ ମୋତେ ମାର୍ଗ ପ୍ରଦର୍ଶନ କରାଇଛ । ତୁମେ ମୋତେ ଠିକ୍ ରାସ୍ତା ଦେଖାଇଛ ଏବଂ ପରମ ମୁକ୍ତିର ଦିବ୍ୟ ନୌକା ମଧ୍ୟରେ ପ୍ରବେଶ କରିବା ପାଇଁ ମୋର କାରଣ ହୋଇଛ । ହେ ପରମେଶ୍ୱର ! ମୋତେ ଦୃଢ଼ ଭାବେ ତଥା ଅନୁରକ୍ତ ବିଶ୍ୱାସୀ ଭାବେ ଗଢ଼ିତୋଳ । ଭୟଙ୍କର ପରୀକ୍ଷାରୁ ମୋତେ ରକ୍ଷା କର । ତୁମ ଦିବ୍ୟ ଚୁକ୍ତି ଓ ଇଚ୍ଛା ପତ୍ରର ଶକ୍ତିଶାଳୀ ତଥା ନିରାପଦ ଦୁର୍ଗ ମଧ୍ୟରେ ମୋତେ ସୁରକ୍ଷିତ ରଖି ଆଶ୍ରୟ ପ୍ରଦାନ କର । ତୁମେ ହେଉଛ କ୍ଷମତାବାନ୍ । ତୁମେ ହେଉଛ ଦିବ୍ୟଦ୍ରଷ୍ଟା । ତୁମେ ହେଉଛ ଦିବ୍ୟ ଶ୍ରୋତା ।
ହେ ସମ୍ବେଦନଶୀଳ ଭଗବାନ୍ ! ତୁମେ ମୋତେ ଏକ ଦର୍ପଣ ସଦୃଶ ହୃଦୟ ପ୍ରଦାନ କର । ଯାହାକି ତୁମ ପ୍ରେମର ଆଲୋକରେ ଆଲୋକିତ ହୋଇପାରିବ ଏବଂ ମୋଠାରେ ଭାବନାଶକ୍ତି ପ୍ରଦାନ କର, ଯାହାକି ସ୍ୱର୍ଗୀୟ କରୁଣାବାରି ଅଜାଡ଼ି ହେବା ମାଧ୍ୟମରେ ଏହି ଜଗତକୁ ଏକ ଗୋଲାପ ଉଦ୍ୟାନରେ ପରିଣତ କରିପାରିବ ।
ତୁମେ ହେଉଛ ପରମ କରୁଣାମୟ, ପରମ ଦୟାଶୀଳ । ତୁମେ ହେଉଛ ପରମ ମହାନ୍, ସର୍ବମଙ୍ଗଳକାରକ ଈଶ୍ୱର ।
- The Báb