ସେ ହେଉଛନ୍ତି ସ୍ୱୟଂ ପରମେଶ୍ୱର !
ହେ ଅତୁଳନୀୟ ପ୍ରଭୁ ! ଊଦ୍ଧ୍ୱର୍ ସାମ୍ରାଜ୍ୟର ସ୍ୱର୍ଗୀୟ ଜନତାଙ୍କ କାଚ ଫଳକରେ ଥିବା ଆଲୋକକୁ ତୁମେ ପ୍ରଜ୍ଜ୍ୱାଳିତ କରିଥିବାରୁ, ଆଭା ସାମ୍ରାଜ୍ୟର ନୀଡ଼ ଆଡ଼କୁ ବିଶ୍ୱସ୍ତତାର ସେହି ବିହଙ୍ଗକୁ ମାର୍ଗ ଦର୍ଶନ କରାଇଥିବାରୁ ତୁମର ପ୍ରଶଂସାଗାନ ହେଉ । ବିଶାଳ ମହୋଦଧିରେ ସେହି ବହୁ ମୂଲ୍ୟ ସରୀତକୁ ତୁମେ ମିଶାଇ ଦେଇଛ । ପରମ ସତ୍ୟର ଦିବ୍ୟ ସୂର୍ଯ୍ୟଙ୍କଠାରେ ଆଲୋକର ସେହି ବିଚ୍ଛୁରିତ କିରଣକୁ ତୁମେ ପ୍ରତ୍ୟାର୍ବନ କରାଇଛ ।
ପୁନର୍ମିଳନର ଉଦ୍ୟାନ ମଧ୍ୟକୁ ନିଭୃତତାର ଆବଦ୍ଧ ବ୍ୟକ୍ତିକୁ ତୁମେ ସ୍ୱାଗତ କରିଛ ଏବଂ ଯିଏ ତୁମକୁ ଦର୍ଶନ କରିବା ନିମନ୍ତେ ଆଶାୟୀ ହୋଇଥିଲେ, ତୁମର ଆଲୋକମୟ ଅତୁ୍ୟଜ୍ଜ୍ୱଳ ସ୍ଥାନରେ ତୁମର ଦିବ୍ୟ ଉପସ୍ଥିତି ଆଡ଼କୁ ତାଙ୍କୁ ପରିଚାଳିତ କରିଅଛ ।
ତୁମେ ହେଉଛ ସସ୍ନେହ ପ୍ରେମର ପରମ ପ୍ରଭୁ, ତୁମେ ହେଉଛ ଅଭିଳଷିତ ହୃଦୟର ଅନ୍ତିମ ଲକ୍ଷ୍ୟ, ତୁମେ ହେଉଛି ଶହୀଦ୍ ଆତ୍ମାର ପରମ ଆକାଙ୍କ୍ଷା ।
- The Báb