ହେ ପ୍ରଭୁ, ମୋର ଈଶ୍ୱର ! ତୁମର ନାମ ମହିମାନ୍ୱିତ ହେଉ । ପ୍ରତ୍ୟେକ ଦେଶରେ ଅନ୍ଧକାର ଘୋଟିଯାଇଛି ଏବଂ ଅନିଷ୍ଟକର ଶକ୍ତିଗୁଡ଼ିକ ସବୁ ରାଷ୍ଟ୍ରକୁ ପରିବେଷ୍ଟନ କରିଛନ୍ତି । ତାହାସ୍େୱ ସେଗୁଡ଼ିକ ମାଧ୍ୟମରେ ତୁମ ବିଜ୍ଞତାର ପ୍ରଭା ସମୂହକୁ ମୁଁ ଉପଲ୨ି କରିଛି ଏବଂ ତୁମ ଅନୁଗ୍ରହ ଆଲୋକର ଉଜ୍ଜ୍ୱଳତାକୁ ର୍ନିୟ କରିଛି ।
ଯେଉଁମାନେ ଏକ ପରଦା ଭଳି ପଦାର୍ଥ ଦ୍ୱାରା ସ୍ୱୟଂ ତୁମଠାରୁ ଆଢ଼ୁଆଳରେ ରହିଛନ୍ତି, ସେମାନେ କଳ୍ପନା କରିଛନ୍ତି ଯେ ତୁମର ଆଲୋକକୁ ନିର୍ବାପିତ କରିଦେବା ପାଇଁ ଏବଂ ତୁମର ବହ୍ନିକୁ ଲିଭାଇ ଦେବା ପାଇଁ ତଥା ତୁମ କରୁଣାର ମୃଦୁ ମଳୟକୁ ସ୍ଥିର କରିଦେବା ପାଇଁ ସେମାନଙ୍କ ପାଖରେ କ୍ଷମତା ରହିଛି । ନା, ବରଂ ଏଥି ନିମନ୍ତେ ତୁମର ଶକ୍ତି ମୋତେ ସାକ୍ଷ୍ୟ ପ୍ରମାଣ ଦିଏ ! ଯଦି ପ୍ରତ୍ୟେକ ଦୁଃଖ ଯବଣା ତୁମ ବିଜ୍ଞତାର ବାହକ, ତଥା ପ୍ରତ୍ୟେକ ଅଗ୍ନି ପରୀକ୍ଷା ତୁମ ଅନୁଗ୍ରହର ଯାନ ଭାବେ ତିଆରି ହୋଇନଥାନ୍ତା ତାହେଲେ କୌଣସି ବ୍ୟକ୍ତି ଆମକୁ ପ୍ରତିରୋଧ କରିବା ପାଇଁ ସାହସ କରିନଥାନ୍ତା, ଯଦିଚ ର୍ମ୍ୟ ଓ ସ୍ୱର୍ଗର ଶକ୍ତିଗୁଡ଼ିକ ଆମ୍ଭ ବିରୁଦ୍ଧରେ ମିଳିତ ହୋଇ ଦାୟମାନ ହୋଇଥାଆନ୍ତେ । ମୋ ସ୧ୁଖରେ ଉନ୍ମୁକ୍ତ ହୋଇ ପଡ଼ି ରହିଥିବା ସ୍ୱୟଂ ତୁମ ବିଜ୍ଞତାର ବିସ୍ମୟକାରୀ ରହସ୍ୟାବଳୀକୁ ଯଦି ମୁଁ ଉନ୍ମୋଚନ କରିଥାନ୍ତି ତାହାହେଲେ ତୁମ ଶତ୍ରୁମାନଙ୍କ କୌଶଳର ଉପାୟଗୁଡ଼ିକ ଖ ବିଖ ହୋଇ ଭ୍ରଷ୍ଟ ହୋଇଯାଇଥାନ୍ତା ।
ହେ ମୋର ପରମେଶ୍ୱର ! ତୁମର ମହିମାଗାନ ହେଉ, ଯେଉଁମାନେ ତୁମ ଇଚ୍ଛାର ସୁପ୍ରସାଦରୁ ପ୍ରବାହିତ ହୋଇଥିବା ଦିବ୍ୟ ବିଧାନର ଚତୁଃପାଶ୍ୱର୍ରେ ରହି ତୁମକୁ ଭକ୍ତି କରନ୍ତି, ସେମାନଙ୍କୁ ଏକତ୍ରିତ କରିବା ପାଇଁ ଏବଂ ସେମାନଙ୍କ ହୃଦୟକୁ ଯାହା ଆଶ୍ୱାସନା ଦେବ ତାହା ସେମାନଙ୍କ ନିମନ୍ତେ ପ୍ରେରଣ କରିବା ପାଇଁ ମୁଁ ତୁମର ସର୍ବ-ମହାନ୍ ନାମର ଦ୍ୱାହି ଦେଇ ପ୍ରାର୍ଥନା କରୁଛି ।
ତୁମକୁ ଯାହା ଆନନ୍ଦ ଦିଏ, ତାହା ତୁମେ ସାଧନ କରିବା ପାଇଁ ଶକ୍ତିଶାଳୀ ଅଟ । ବାସ୍ତବିକ, ତୁମେ ହେଉଛ ଭୟାନକ ସଂକଟରେ ସହାୟ, ସ୍ୱ-ନିର୍ଭର ।
- Bahá'u'lláh