ହେ ପ୍ରଭୁ ! ତୁମ ଧୈର୍ଯ୍ୟଶୀଳ ସେବକଗଣଙ୍କୁ ତୁମ ଦିନଗୁଡ଼ିକରେ ଏକ ଉପଯୁକ୍ତ ବିଜୟ ପ୍ରଦାନ କରି ସେମାନଙ୍କୁ ବିଜୟୋଲ୍ଲାସରେ ମନ କର । କାରଣ, ସେମାନେ ତୁମ ପଥରେ ଶହୀଦ୍ତ୍ୱ ବରଣ କରିବାକୁ ସନ୍ଧାନ କରିଛନ୍ତି । ସେମାନଙ୍କ ମନକୁ ଯାହା ସାନ୍ତ୍ୱନା ଦେବ, ସେମାନଙ୍କ ଅନ୍ତରତମ ଅସ୍ତିତ୍ୱକୁ ଯାହା ଆନନ୍ଦ ଦେବ, ସେମାନଙ୍କ ହୃଦୟକୁ ଯାହା ଆଶ୍ୱାସନା ଦେବ ଏବଂ ସେମାନଙ୍କ ଶରୀରକୁ ଯାହା ପ୍ରଶାନ୍ତି ପ୍ରଦାନ କରିବ ତଥା ସର୍ବ ସ୧ୁନ୍ନତ ଭଗବାନ୍ଙ୍କ ଉପସ୍ଥିତି ଆଡ଼କୁ ଆରୋହଣ କରିବା ନିମନ୍ତେ ସେମାନଙ୍କ ଆତ୍ମାମାନଙ୍କୁ ଯାହା ସମର୍ଥ କରାଇବ ଓ ସର୍ବୋଚ୍ଚ ସ୍ୱର୍ଗକୁ ପ୍ରାପ୍ତ ହେବା ନିମନ୍ତେ ଏବଂ ବାସ୍ତବ ଜ୍ଞାନ ଓ ଗୁଣର ଅଧିକାରୀ ମନୁଷ୍ୟଗଣଙ୍କ ପାଇଁ ତୁମେ ପୂର୍ବରୁ ନିର୍ଦ୍ଧାରିତ କରିଥିବା ଗୌରବର ସେହି ବିଶ୍ରାମ ସ୍ଥଳଗୁଡ଼ିକୁ ଲାଭ କରିବା ନିମନ୍ତେ ସେମାନଙ୍କ ଠାରେ ତୁମେ ତାହା ପ୍ରେରଣ କର । ବାସ୍ତବିକ, ସକଳ ବସ୍ତୁ ତୁମକୁ ହିଁ ଜଣା, କିନ୍ତୁ ଆମ୍ଭେମାନେ ତୁମର ସେବକ ମାତ୍ର; ତୁମର ଦାସଗଣ, ତୁମର କ୍ରୀତଦାସଗଣ ଏବଂ ତୁମର ଦୀନଜନ ଅଟୁ । ହେ ଭଗବାନ୍, ଆମ୍ଭମାନଙ୍କ ପ୍ରଭୁ ! ଆମ୍ଭେମାନେ ଉପାସନା କରିବାକୁ ତୁମ ବ୍ୟତୀତ ଆମର ଆଉ କେହି ପ୍ରଭୁ ନାହାନ୍ତି, କିମ୍ବା, ତୁମ ବ୍ୟତୀତ ଅନ୍ୟ କାହାଠାରୁ ଆମ୍ଭେ ଆଶିଷ ଭିକ୍ଷା କରିପାରୁ ନାହୁଁ କି କରୁଣା ଭିକ୍ଷା ମଧ୍ୟ କରିପାରୁ ନାହୁଁ । ହେ ସ୍ୱୟଂ ତୁମ୍ଭେ ! ଯିଏ ହେଉଛ ଏହି ଜଗତ ତଥା ଆଗାମୀ ଜଗତ ପ୍ରତି କରୁଣାର ପରମେଶ୍ୱର! ଆମ୍ଭେମାନେ ଦରିଦ୍ର, ନଗଣ୍ୟ, ଅସହାୟ ଏବଂ ଅଭିଶପ୍ତ ଜୀବନର କେବଳ ପ୍ରତିର୍ମୂି ମାତ୍ର, କିନ୍ତୁ, ତୁମର ଅଖ ଦିବ୍ୟସାର ସମ୍ପଦ, ସ୍ୱାଧୀନ ଗୌରବ, ମହାନତା ଏବଂ ଅସୀମ କରୁଣାର ସଂକେତ ଦେଇଥାଏ ।
ହେ ପ୍ରଭୁ ! ଆମର ପୁରସ୍କାରକୁ ଏପରି ବଦଳାଇ ଦିଅ, ଯାହାକି ଏହି ଜଗତର ମଙ୍ଗଳ ବିଧାନଗୁଡ଼ିକ ଏବଂ ଊଦ୍ଧ୍ୱର୍ ସାମ୍ରାଜ୍ୟ ଠାରୁ ନିମ୍ନରେ ଥିବା ପୃଥିବୀ ପର୍ଯ୍ୟନ୍ତ ବିର୍ସ୍ତୀ ହୋଇଥିବା ବହୁବିଧ ଅନୁଗ୍ରହମାନ ତୁମକୁ ଉମ ଭାବରେ ଉପଯୋଗୀ କରାଇବ ।
ବାସ୍ତବିକ, ତୁମେ ହେଉଛ ଆମ୍ଭମାନଙ୍କର ପ୍ରଭୁ ତଥା ସକଳ ବସ୍ତୁର ପ୍ରଭୁ ଅଟ । ଯାହା ତୁମ ପ୍ରତି ଉପଯୁକ୍ତ ହେବ କେବଳ ସେହି ବସ୍ତୁଗୁଡ଼ିକ ପାଇଁ ଆଶାୟୀ ହୋଇ ଆମ୍ଭେମାନେ ତୁମ ହସ୍ତରେ ଆମ୍ଭ ନିଜକୁ ସମର୍ପଣ କରୁଛୁ ।
- The Báb