ସ୍ୱୟଂ ସେ ହେଉଛନ୍ତି ପରମେଶ୍ୱର !
ହେ ପ୍ରଭୁ, ମୋର ଭଗବାନ୍, ମୋର ପରମ ପ୍ରିୟତମ ! ତୁମର ଏହି ସେବକଗଣ ତୁମର ଦିବ୍ୟ କଣ୍ଠଧ୍ୱନି ଶ୍ରବଣ କରିଛନ୍ତି, ତୁମର ଦିବ୍ୟବାଣୀ ପ୍ରତି ର୍କ ଡେରିଛନ୍ତି ତଥା ତୁମର ଆହ୍ୱାନକୁ ର୍କପାତ କରିଛନ୍ତି । ସେମାନେ ତୁମଠାରେ ବିଶ୍ୱାସ ରଖିଛନ୍ତି, ତୁମର ଅତ୍ୟା୧⁄୨ର୍ଯ୍ୟଗୁଡ଼ିକୁ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତୁମର ପ୍ରମାଣାବଳୀକୁ ସ୍ୱୀକାର କରିଛନ୍ତି ଏବଂ ତୁମର ଘଟଣାବହୁଳ ସୂଚନାକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି । ସେମାନେ ତୁମ ମାର୍ଗରେ ପରିଚାଳିତ ହୋଇଛନ୍ତି । ତୁମ ମାର୍ଗ ଦର୍ଶନକୁ ଅନୁସରଣ କରିଛନ୍ତି । ତୁମର ରହସ୍ୟାବଳୀକୁ ଆବିଷ୍କାର କରିଛନ୍ତି । ତୁମ ଦିବ୍ୟ ଗ୍ରନ୍ଥର ଗୂଢ଼ ତ୍ୱାବଳୀକୁ ତୁମ ପ୍ରାଚୀନ ଗ୍ରନ୍ଥାବଳୀର ବାଣୀଗୁଡ଼ିକରେ ତଥା ତୁମ ଦିବ୍ୟ ଚିଟାଉ ଓ ଫଳକଲିପିଗୁଡ଼ିକରେ ଥିବା ସନେ୍ଦଶକୁ ହୃଦୟଙ୍ଗମ କରିଛନ୍ତି । ସେମାନେ ତୁମ ବସ୍ତ୍ରାଳକୁ ଜାବୁଡ଼ି ଧରିଛନ୍ତି ଏବଂ ତୁମ ଆଲୋକ ତଥା ଗୌରବର ପରିଚ୍ଛଦକୁ ଦୃଢ଼ତାର ସହିତ ଧାରଣ କରିଛନ୍ତି । ତୁମର ଦିବ୍ୟ ଚୁକ୍ତି ମଧ୍ୟରେ ସେମାନଙ୍କର ପଦକ୍ଷେପଗୁଡ଼ିକ ସୁଦୃଢ଼ ହୋଇଛି । ତୁମ ଦିବ୍ୟ ଦଲିଲ ମଧ୍ୟରେ ସେମାନଙ୍କର ହୃଦୟ ଅଟଳ ରହିଛି । ହେ ପ୍ରଭୁ ! ସେମାନଙ୍କ ହୃଦୟରେ ତୁମ ଦିବ୍ୟ ଆକର୍ଷଣର ଶିଖାକୁ ପ୍ରଜ୍ଜ୍ୱାଳିତ କର ଏବଂ ଅନୁମତି ଦିଅ ଯେ, ସେମାନଙ୍କ ହୃଦୟ ମଧ୍ୟରେ ପ୍ରେମ ତଥା ବୋଧଗମ୍ୟତାର ବିହଙ୍ଗ ସଙ୍ଗୀତ ଗାନ କରିପାରିବ । ସେମାନଙ୍କୁ ଅନୁମତି ଦିଅ ଯେ, ସେମାନେ ଯେପରି ଶକ୍ତିଶାଳୀ ସଙ୍କେତାବଳୀ ସ୍ୱରୂପ, ଜାଜ୍ଜ୍ୱଲ୍ୟମାନ ମାନଦ ସ୍ୱରୂପ ତଥା ତୁମ ବାଣୀ ତୁଲ୍ୟ ଆଦର୍ଶରେ ଅନୁପ୍ରାଣିତ ହୋଇପାରିବେ । ତୁମ ଧର୍ମକୁ ସେମାନଙ୍କ ମାଧ୍ୟମରେ ମହାନ୍ କର, ତୁମ ବିଜୟ କେତନକୁ ଫରଫର ଊଡ଼ାଇ ଦିଅ ଏବଂ ତୁମ ଅତ୍ୟା୧⁄୨ର୍ଯ୍ୟଗୁଡ଼ିକୁ ବିସ୍ତୃତ ଭାବରେ ପ୍ରକାଶ କର । ସେମାନଙ୍କ ମାଧ୍ୟମରେ ତୁମ ବାଣୀକୁ ମହିମାନ୍ୱିତ କର ଏବଂ ତୁମ ପ୍ରିୟଜନମାନଙ୍କର କଟୀଦେଶକୁ ମଜ୍ଭୂତ କର । ତୁମ ଦିବ୍ୟ ନାମର ପ୍ରଶଂସାଗାନ କରିବା ପାଇଁ ସେମାନଙ୍କର ଜିହ୍ୱାକୁ ଉନ୍ମୁକ୍ତ କର ଏବଂ ତୁମ ପବିତ୍ର ଇଚ୍ଛା ତଥା ସୁପ୍ରସାଦକୁ ପାଳନ କରିବା ନିମନ୍ତେ ସେମାନଙ୍କୁ ପ୍ରେରଣା ଯୋଗାଅ । ତୁମ ପବିତ୍ରତାର ସାମ୍ରାଜ୍ୟରେ ସେମାନଙ୍କର ମୁଖରାଜିକୁ ଆଲୋକିତ କର ଏବଂ ତୁମ ଧର୍ମର ବିଜୟ ପାଇଁ ଉତ୍ଥିତ ହେବାରେ ସେମାନଙ୍କୁ ସହାୟ ହୋଇ ସେମାନଙ୍କର ଆନନ୍ଦକୁ ସାର୍ଥକ କର ।
ପ୍ରଭୁ ! ଆମ୍ଭେମାନେ ଦୁର୍ବଳ, ତୁମ ପବିତ୍ରତାର ସୁଗନ୍ଧକୁ ବିଚ୍ଛୁରିତ କରିବା ନିମନ୍ତେ ଆମକୁ ଶକ୍ତିଶାଳୀ କର । ଆମ୍ଭେମାନେ ଦରିଦ୍ର, ତୁମ ଦିବ୍ୟ ଏକତାର କୋଷାଗାର ମଧ୍ୟରୁ ଆମକୁ ବିଶାଳୀ କର । ଆମ୍ଭେମାନେ ବସ୍ତ୍ରହୀନ, ତୁମ କରୁଣାର ପରିଚ୍ଛଦ ଦ୍ୱାରା ଆମକୁ ପରିହିତ କରାଅ । ଆମ୍ଭେମାନେ ପାପୀ, ତୁମ ଅନୁକମ୍ପା, ତୁମ ଅନୁଗ୍ରହ ଏବଂ ତୁମ କ୍ଷମା ମାଧ୍ୟମରେ ଆମ୍ଭମାନଙ୍କ ପାପକୁ ମାର୍ଜନା କର । ବାସ୍ତବିକ, ତୁମେ ହେଉଛ ପରମ ସମ୍ବଳଦାତା, ପରମ ସହାୟକ, ପରମ କୃପାଳୁ, ପରମ ଶକ୍ତିଶାଳୀ, ପରମ ସାମର୍ଥ୍ୟବାନ୍ ।
ଯେଉଁମାନେ ତୁମ ଧର୍ମରେ ଦୃଢ଼ ତଥା ଅଟଳ ଅଛନ୍ତି, ସେମାନଙ୍କ ଉପରେ ଗୌରବର ବିଜୟ ମନ ହେଉ ।
- `Abdu'l-Bahá