ହେ ପରମେଶ୍ୱର ! ଯେଉଁମାନେ ତୁମର ସମୀପର୍ବୀ ହୋଇଛନ୍ତି, ସେମାନଙ୍କ ପାଇଁ ତୁମର ପରୀକ୍ଷା ହେଉଛି ଏକ ରୋଗ ନିବାରକ ଔଷଧି ! ଯେଉଁମାନେ ତୁମକୁ ପ୍ରେମ କରନ୍ତି, ତୁମର ଖଡ଼ଗ ହେଉଛି ସେହିମାନଙ୍କର ପ୍ରିୟ ଅଭିଳାଷ । ଯେଉଁମାନଙ୍କର ହୃଦୟ ତୁମକୁ ପ୍ରାପ୍ତ ହେବାକୁ କାମନା କରନ୍ତି, ତୁମର ବର୍ଚ୍ଛା ହେଉଛି ସେମାନଙ୍କର ଆନ୍ତରିକ ଅଭୀପ୍ସା । ତୁମର ଆଦେଶ ହେଉଛି ସେହିମାନଙ୍କ ପାଇଁ ଏକାନ୍ତ କାମ୍ୟ, ଯେଉଁମାନେ କି ସ୍ୱୟଂ ତୁମ ସତ୍ୟକୁ ସ୍ୱୀକାର କରିଛନ୍ତି । ତୁମର ସ୍ୱର୍ଗୀୟ ମଧୁରତା ଏବଂ ତୁମ ପ୍ରଭାମୟ ମୁଖମଳ ସୌନ୍ଦର୍ଯ୍ୟର ଦ୍ୱାହି ଦେଇ, ମୁଁ ତୁମକୁ ପ୍ରାର୍ଥନା କରୁଛି କି ତୁମର ଊଦ୍ଧ୍ୱର୍ ସାମ୍ରାଜ୍ୟରୁ ଆମ୍ଭମାନଙ୍କ ନିମନ୍ତେ ତାହା ପ୍ରେରଣ କର, ଯାହାକି ସ୍ୱୟଂ ତୁମର ନିକଟର୍ବୀ ହେବାରେ ଆମକୁ ସମର୍ଥ କରାଇବ । ତୁମର ଧର୍ମରେ ଆମ ପଦଯୁଗଳକୁ ଦୃଢ଼ କର । ହେ ମୋର ଈଶ୍ୱର ! ତୁମ ଜ୍ଞାନର ବାଗ୍ମୀତାରେ ଆମର ହୃଦୟକୁ ପୁଲକିତ କର ଏବଂ ତୁମ ନାମର ଔଜ୍ଜଲ୍ୟରେ ଆମ୍ଭମାନଙ୍କ ବକ୍ଷକୁ ଜାଜ୍ଜ୍ୱଲ୍ୟମାନ କରିଦିଅ ।
- Bahá'u'lláh