ସ୍ୱୟଂ ତୁମେ ହିଁ ମହିମାମୟ, ହେ ପ୍ରଭୁ, ହେ ମୋର ଈଶ୍ୱର ! ପ୍ରତ୍ୟେକ ଅନ୍ତର୍ଦୃଷ୍ଟି-ସମ୍ପନ୍ନ ବ୍ୟକ୍ତି ତୁମର ସାର୍ବଭୌମତ୍ୱ ଓ ତୁମର ସାମ୍ରାଜ୍ୟକୁ ସ୍ୱୀକାର କରିଥାଏ ଏବଂ ପ୍ରତ୍ୟେକ ବିବେକଶୀଳ ଚକ୍ଷୁ ତୁମର ବୈଭବର ମହାନତାକୁ ଓ ତୁମ ସାମର୍ଥ୍ୟର ବଶକାରୀ ଶକ୍ତିକୁ ଉପଲ୨ି କରିଥାଏ । ଯେଉଁମାନେ ତୁମର ସାନ୍ନିଧ୍ୟ ପ୍ରାପ୍ତ ହେବା ପାଇଁ ସେମାନଙ୍କର ମୁଖରାଜିକୁ ସ୍ୱୟଂ ତୁମ ଗୌରବର ଦିଗ୍ବଳୟ ଆଡ଼କୁ ଅଭିମୁଖୀ ହୋଇଥାନ୍ତି, ସେହିମାନଙ୍କୁ ବିପିର ବାୟୁ କ୍ଷୁ କରିପାରିବ ନାହିଁ ଏବଂ ଯେଉଁମାନେ ତୁମ ଇଚ୍ଛାରେ ର୍ପୂ ମାତ୍ରାରେ ଅନୁରକ୍ତ ହୋଇଥାନ୍ତି, ସେହିମାନଙ୍କୁ ଅଭିଯୋଗର ଝଡ଼ ତୁମ ଦରବାର ପ୍ରତି ଅଭିମୁଖୀ ହେବାଠାରୁ ଦୂରର୍ବୀ ହେବାକୁ ତଥା ପ୍ରତିରୋଧ କରିବାକୁ ବିଫଳ ହେବ ।
ସମ୍ଭବତଃ, ତୁମ ପ୍ରେମର ଦୀପିକା ସେମାନଙ୍କ ହୃଦୟରେ ପ୍ରଜ୍ଜ୍ୱଳିତ ହେଉଛି ଏବଂ ତୁମ କୋମଳତାର ଆଲୋକ ସେମାନଙ୍କ ମଧ୍ୟରେ ଆଲୋକିତ ହେଉଛି । ତୁମ ଧର୍ମଠାରୁ ସେମାନଙ୍କୁ ବିଚ୍ଛିନ୍ନ କରିବା ପାଇଁ ସମସ୍ତ ର୍ଦୁଶା ଅସମର୍ଥ ଅଟେ ଏବଂ ଭାଗ୍ୟର ବିଡ଼ମ୍ବନା ତୁମର ସୁପ୍ରସନ୍ନତାଠାରୁ ସେମାନଙ୍କୁ କଦାପି ପଥଭ୍ରଷ୍ଟ କରିପାରିବ ନାହିଁ ।
ହେ ମୋର ଭଗବାନ୍ ! ସେମାନଙ୍କର ଦ୍ୱାହି ଏବଂ ତୁମଠାରୁ ସେମାନଙ୍କ ବିଚ୍ଛେଦରେ ସେମାନଙ୍କ ହୃଦୟରୁ ଉଚ୍ଚାରିତ ଦୀର୍ଘଶ୍ୱାସର ଦ୍ୱାହି ଦେଇ ମୁଁ ତୁମଙ୍କୁ ଅନୁନୟ କରୁଛି କି ତୁମର ଶତ୍ରୁମାନଙ୍କ ଠାରୁ ସେମାନଙ୍କୁ ସୁରକ୍ଷିତ ରଖ ଏବଂ ଯାହାସବୁ ତୁମେ ତୁମର ପ୍ରିୟଜନମାନଙ୍କ ନିମନ୍ତେ ବିଧାନ କରିଛ, ତାହାଦ୍ୱାରା ସେମାନଙ୍କର ଆତ୍ମାକୁ ପ୍ରତିପାଳିତ କର, ଯ୍ୱାରା ସେମାନଙ୍କ ନିକଟକୁ ଭୟ ଆସିବ ନାହିଁ ଓ ସେମାନେ ଶୋକ ସନ୍ତପ୍ତ ହେବେ ନାହିଁ ।
- Bahá'u'lláh