ହେ ପ୍ରଭୁ, ହେ ମୋର ଈଶ୍ୱର ! ମୋର ବିପିରେ ତୁମେ ମୋର ଆଶ୍ରୟସ୍ଥଳ । ମୋର ଦୁର୍ଗତି ସମୟରେ ମୋର ରକ୍ଷାର୍କା ଏବଂ ଆଶ୍ରୟଦାତା । ଆବଶ୍ୟକ ସମୟରେ ମୋର ଆଶ୍ରୟ ଏବଂ ନିରାପଦ ସ୍ଥଳ । ନିଃସଙ୍ଗତାରେ ମୋର ସାଥି, ମୋର ମନସ୍ତାପରେ ମୋର ସାନ୍ତ୍ୱନା ଏବଂ ମୋର ନିର୍ଜନତାରେ ମୋର ଏକ ସ୍ନେହସିକ୍ତ ପରମ ବନ୍ଧୁ । ମୋର ଦୁଃଖର ଯବଣା-ହରଣକାରୀ ଏବଂ ମୋର ସକଳ ପାପର ପରମ କ୍ଷମାକାରୀ ।
ମୁଁ ସଂର୍ପୂ ଭାବେ ତୁମ ଆଡ଼କୁ ଉନ୍ମୁଖ ହୋଇଛି । ମୋର ସମର୍ପିତ ମନ, ଜିହ୍ୱା ଓ ହୃଦୟ ସହିତ ମୁଁ ତୁମକୁ ଅନୁନୟ କରୁଛି ଯେ, ତୁମ ଦିବ୍ୟ ଏକତାର ଏହି ଯୁଗଚକ୍ର ମଧ୍ୟରେ ତୁମ ଇଚ୍ଛାର ବିରୁଦ୍ଧାଚରଣ କରୁଥିବା କାର୍ଯ୍ୟଠାରୁ ମୋତେ ରକ୍ଷା କର । ମୋତେ ସେହି ସମସ୍ତ କଳୁଷତାରୁ ନିର୍ମଳ କରିଦିଅ, ଯାହାକି ନିଷ୍କଳଙ୍କ ଓ ନିଷ୍ପାପଯୁକ୍ତ ତୁମର କୃପାବୃକ୍ଷର ଛାୟା ପ୍ରାପ୍ତହେବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।
ନିର୍ବଳ ଉପରେ କୃପାକର । ହେ ମୋର ପ୍ରଭୁ ! ରୋଗଗ୍ରସ୍ତକୁ ଆରୋଗ୍ୟ କର ଏବଂ ଜ୍ୱଳାମୟ ତୃଷାକୁ ନିର୍ବାପିତ କର ।
ସେହି ହୃଦୟକୁ ଆନନ୍ଦିତ କରାଅ ଯେଉଁଠାରେ ତୁମ ପ୍ରେମ- ଅନଳର ଉଷ୍ମତା ଭରି ରହିଛି ଏବଂ ତୁମ ସ୍ୱର୍ଗୀୟ ପ୍ରେମ ଓ ଚୈତନ୍ୟର ଶିଖା ଦ୍ୱାରା ଏହାକୁ ପ୍ରଜ୍ଜ୍ୱାଳିତ କର ।
ପବିତ୍ରତାର ପରିଚ୍ଛଦ ଦ୍ୱାରା ସ୍ୱର୍ଗୀୟ ଏକତାରେ ମୋତେ ସଜ୍ଜିତ କର ଏବଂ ମୋର ମସ୍ତକରେ ତୁମ ଅନୁକମ୍ପାର ମୁକୁଟକୁ ପିନ୍ଧାଇ ଦିଅ । ମୋର ମୁଖକୁ ତୁମ କୃପାର ପ୍ରଭାମଳ ଦ୍ୱାରା ଉଦ୍ଭାସିତ କର ଏବଂ ତୁମ ପବିତ୍ର ଦ୍ୱାରଦେଶରେ ସେବା କରିବା ନିମନ୍ତେ କୃପା ପୂର୍ବକ ମୋତେ ସହାୟ ହୁଅ ।
ତୁମ ସୃଷ୍ଟ ପ୍ରାଣୀମାନଙ୍କ ନିମନ୍ତେ ମୋର ହୃଦୟକୁ ପ୍ରେମରେ ପ୍ଲାବିତ କର ଏବଂ ମୋତେ ଅନୁମତି ଦିଅ ଯେ, ଯେପରି ମୁଁ ତୁମ ଅନୁଗ୍ରହର ପ୍ରତୀକ ସଦୃଶ ତୁମ ପ୍ରିୟଜନଙ୍କ ମଧ୍ୟରେ ଶାନ୍ତିର୍ପୂତାର ପୃଷ୍ଠପୋଷକ ହୋଇପାରିବ । ତୁମକୁ ସ୍ମରଣ କରି ତୁମ ପ୍ରତି ଅନୁରକ୍ତ ହୋଇପାରିବି, ତଥା ନିଜକୁ ଭୁଳିଯିବି, କିନ୍ତୁ ଯେଉଁସବୁ ପଦାର୍ଥ ତୁମଠାରେ ନିହିତ, ସେଥିପ୍ରତି ସର୍ବଦା ସଜାଗ ହୋଇପାରିବି ।
ହେ ଈଶ୍ୱର, ମୋର ପରମେଶ୍ୱର ! ମୋ ନିକଟରୁ ତୁମର କ୍ଷମା ଏବଂ କରୁଣାର ମୃଦୁ ସମୀକରଣକୁ ଅବରୁଦ୍ଧ କରନାହିଁ । ତୁମ ସହାୟତା ଓ କୃପାର ବାଣୀ ନିର୍ଝରଣୀ ଠାରୁ ମୋତେ ବôତ କରନାହିଁ ।
ତୁମ ସୁରକ୍ଷା ପକ୍ଷର ପ୍ରଛାୟା ତଳେ ମୋର ନୀଡ଼ ତିଆରି କରିବାକୁ ଅନୁମତି ଦିଅ ଏବଂ ମୋ ଉପରେ ତୁମ ସର୍ବରକ୍ଷକ ନେତ୍ରର କୃପାଦୃଷ୍ଟି ନିକ୍ଷେପ କର ।
ତୁମ ପରମ ନାମକୁ ତୁମ ଜନଗଣଙ୍କ ମଧ୍ୟରେ ପ୍ରଶଂସିତ କରିବା ନିମନ୍ତେ ମୋର ଜିହ୍ୱାକୁ ବହୁଭାଷୀ କର, ଯ୍ୱାରା ମୋର ସ୍ୱର ବିରାଟ ଜନସମୂହରେ ଉଚ୍ଚାରିତ ହୋଇପାରିବ ଏବଂ ମୋ ଓଷ୍ଠରୁ ତୁମ ସ୍ତୁତିର ପ୍ରବଳ ପ୍ରବାହ ପ୍ରବାହିତ ହୋଇପାରିବ ।
ସତ୍ୟତଃ, ତୁମେ ଅନୁକମ୍ପାଶୀଳ, ମହିମାବନ୍ତ, ସାମର୍ଥ୍ୟବାନ୍, ସର୍ବଶକ୍ତିମାନ୍ ।
- The Báb