ହେ ପ୍ରଭୁ ! ଏହି ପରମ ମହାନ୍ ଧର୍ମ ଯୁଗରେ ପିଲାମାନଙ୍କର ପିତାମାତାଙ୍କ ତରଫରୁ ସେମାନଙ୍କ ମଧ୍ୟର୍ବିତାକୁ ତୁମେ ଗ୍ରହଣ କରିଛ, ସେଥିପାଇଁ ଏହି ଯୁଗର ଏହା ହେଉଛି ଏକ ସ୍ୱତବ ଅପାର ଉପହାରଗୁଡ଼ିକ ମଧ୍ୟରୁ ଅନ୍ୟତମ । ତେଣୁ, ହେ ତୁମ୍ଭେ ଦୟାଳୁ ପ୍ରଭୁ ! ତୁମ୍ଭ ଅଦ୍ୱିତୀୟତ୍ୱର ଦ୍ୱାରଦେଶ ନିକଟରେ ତୁମର ଏହି ସେବକର ଅନୁରୋଧକୁ ଗ୍ରହଣ କର ଏବଂ ତାହାର ପିତାଙ୍କୁ ତୁମ କରୁଣାର ମହାସାଗରରେ ନିମଜ୍ଜିତ କରାଅ, କାରଣ ଏହି ପୁତ୍ର ତୁମ ପ୍ରତି ସେବାର୍ପଣ କରିବା ପାଇଁ ଜାଗ୍ରତ ହୋଇଛି ଏବଂ ତୁମ ପ୍ରେମ ପଥରେ ପ୍ରତି ମୁର୍ହୂରେ ତାହାର ଉଦ୍ୟମକୁ କାର୍ଯ୍ୟକାରୀ କରୁଛି । ବାସ୍ତବିକ୍, ତୁମେ ହେଉଛ ଦିବ୍ୟ ଦାତା, ପରମ କ୍ଷମାଶୀଳ ଏବଂ ପରମ ଦୟାଳୁ ।
- `Abdu'l-Bahá