ହେ ମୋର ଭଗବାନ୍ ଓ ମୋର ମାଲିକ ! ମୁଁ ତୁମର ସେବକ ତଥା ତୁମ ସେବକର ପୁତ୍ର । ଯେତେବେଳେ ତୁମ ଏକତାର ସୂର୍ଯ୍ୟ ତୁମ ଇଚ୍ଛାରେ ଦିବ୍ୟ ପ୍ରଭାତୀ ପ୍ରସ୍ରବଣରୁ ଉଦୟ ହୋଇଛି ଏବଂ ତୁମ ନିଷ୍ପିର ଗ୍ରନ୍ଥରେ ଯାହା ନିର୍ଦ୍ଧାରିତ, ତାହା ଅନୁଯାୟୀ ଏହାର ଆଲୋକକୁ ସମଗ୍ର ବିଶ୍ୱରେ ବିକରଣ କରିଛି, ସେହି ବ୍ରାହ୍ମ ମୁର୍ହୂରେ ମୁଁ ମୋର ଶଯ୍ୟା ତ୍ୟାଗ କରି ଜାଗ୍ରତ ହୋଇଛି ।
ହେ ମୋର ଈଶ୍ୱର, ତୁମର ସ୍ତୁତିଗାନ ହେଉ, କାରଣ ଆମ୍ଭେମାନେ ତୁମ ଜ୍ଞାନାଲୋକର ଜ୍ୟୋତି ପ୍ରତି ଜାଗ୍ରତ ରହିଛୁ । ହେ ମୋର ପ୍ରଭୁ, ଯାହା ଆମ୍ଭମାନଙ୍କୁ କେବଳ ତୁମ ବ୍ୟତୀତ ଅନ୍ୟ ସମସ୍ତଙ୍କଠାରୁ ଅସଂଳଗ୍ନ ରିହବା ପାଇଁ ସମର୍ଥ କରିପାରିବ ଏବଂ ତୁମ ବ୍ୟତୀତ ଅନ୍ୟ ସମସ୍ତ ଆସକ୍ତିଠାରୁ ଅବ୍ୟାହତି ଦେଇପାରିବ, ତାହା ଆମ୍ଭମାନଙ୍କ ପାଇଁ ପ୍ରେରଣ କର । ଅଧିକନ୍ତୁ, ମୋ ପାଇଁ, ମୋ ପ୍ରିୟଜନମାନଙ୍କ ପାଇଁ ଓ ପୁରୁଷ ସ୍ତ୍ରୀ ନିର୍ବିଶେଷରେ ମୋର ଜ୍ଞାତିବର୍ଗଙ୍କ ପାଇଁ ଏହି ବିଶ୍ୱ ତଥା ଆଗାମୀ ବିଶ୍ୱର ମଙ୍ଗଳ ଗାଥା ଲେଖିଦିଅ । ହେ ସମଗ୍ର ସୃଷ୍ଟିର ପ୍ରିୟତମ ତଥା ସମଗ୍ର ବିଶ୍ୱର ଆକାଙ୍କ୍ଷା ! ଯେଉଁମାନଙ୍କୁ ତୁମେ ନିନ୍ଦୁକର ପ୍ରତିଫଳନ ଭାବେ ସୃଷ୍ଟି କରିଛ, ଅର୍ଥାତ୍ ଯିଏ ମାନବ ବକ୍ଷସ୍ଥଳରେ କୁମବଣା ଭରିଦିଏ, ସେମାନଙ୍କଠାରୁ ଆମ୍ଭମାନଙ୍କୁ ତୁମର ଅବ୍ୟର୍ଥ ସୁରକ୍ଷା ଦ୍ୱାରା ନିରାପଦରେ ରଖ । ତୁମର ଆନନ୍ଦକୁ ହାସଲ କରିବା ପାଇଁ ତୁମେ ହିଁ କ୍ଷମତାଶାଳୀ । ବାସ୍ତବିକ, ତୁମେ ହିଁ ସର୍ବଶକ୍ତିମାନ୍, ସଂକଟରେ ପରମ ସହାୟ, ସ୍ୱନିର୍ଭର ।
ହେ ପ୍ରଭୁ, ହେ ମୋର ଈଶ୍ୱର ! ଯାହାଙ୍କୁ ତୁମେ ତୁମର ସର୍ବଶ୍ରେଷ୍ଠ ଉପାଧିରେ ଭୂଷିତ କରିଛ ଏବଂ ଯାହାଙ୍କ ଦ୍ୱାରା ତୁମେ ଈଶ୍ୱର- ଅନୁରାଗୀ ଓ ଦୁଷ୍ଟ ମଧ୍ୟରେ ବିଭାଗ କରିଛ, ତାଙ୍କୁ ତୁମେ ଆଶୀର୍ବାଦ କର ଏବଂ ଯାହା ତୁମେ ଭଲପାଅ ଓ ଇଚ୍ଛାକର, ତାହା ସମ୍ପନ୍ନ କରିବା ପାଇଁ ଅନୁକମ୍ପା ପୂର୍ବକ ଆମ୍ଭମାନଙ୍କୁ ସାହାଯ୍ୟ କର । ଅଧିକନ୍ତୁ, ହେ ମୋର ଈଶ୍ୱର ! ଯେଉଁମାନେ ତୁମର ଦିବ୍ୟ ଶବ୍ଦ ଓ ଅକ୍ଷର ଅଟନ୍ତି ତଥା ଯେଉଁମାନେ ତୁମ ପ୍ରତି ଉନ୍ମୁଖ ରହି, ତୁମ ମୁଖ ଅଭିମୁଖୀ ହୋଇ ତୁମର ଆହ୍ୱାନ ଶୁଣୁଛନ୍ତି ସେମାନଙ୍କୁ ଆଶୀର୍ବାଦ କର ।
ସତ୍ୟତଃ, ତୁମେ ସମଗ୍ର ମାନବଜାତିର ପ୍ରଭୁ ତଥା ରାଜା ଏବଂ ସର୍ବାପେକ୍ଷା ଅଧିକ ଶକ୍ତିଶାଳୀ ।
- Bahá'u'lláh