ହେ ମୋର ପରମେଶ୍ୱର ! ମୋର ଶୁପ୍ତ ଅବସ୍ଥାରୁ ତୁମେ ମୋତେ ଜାଗ୍ରତ କରାଇଥିବାରୁ, ମୋର ଅଚେତ ଅବସ୍ଥାରୁ ମୋତେ ସଚେତନ ସ୍ତରକୁ ଆଣିଥିବାରୁ ଏବଂ ମୋର ନିଦ୍ରାରୁ ମୋତେ ଜାଗ୍ରତ କରିଥିବାରୁ ମୁଁ ତୁମର ପ୍ରଶଂସାଗାନ କରୁଛି । ଏହି ପ୍ରଭାବ ସମୟରେ ମୁଁ ତୁମର ଦିବ୍ୟ ପ୍ରକାଶର ସୂର୍ଯ୍ୟଙ୍କ ପ୍ରଭା ଅଭିମୁଖୀ ମୋର ମୁଖ ଉନ୍ମୁଖ କରି ଜାଗ୍ରତ ହୋଇଛି; ଯାହା ମାଧ୍ୟମରେ ତୁମର ସଂକେତାବଳୀକୁ ସ୍ୱୀକାର କରି, ତୁମର ଦିବ୍ୟ ଗ୍ରନ୍ଥରେ ବିଶ୍ୱାସ କରି ଏବଂ ତୁମର ଦିବ୍ୟ ରଜ୍ଜୁକୁ ଦୃଢ଼ ଭାବେ ଧାରଣ କରି, ତୁମର କ୍ଷମତା ତଥା ମହାନତାର ସ୍ୱର୍ଗ ସମୂହ ଆଲୋକିତ ହୋଇଛି ।
ତୁମ ଇଚ୍ଛାରେ ପ୍ରଭାବ ଓ ତୁମ ଉଶ୍ୟେରେ ବାଧ୍ୟକାରୀ କ୍ଷମତାର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି, ମୋର ଶୟନ କାଳରେ ଯାହା ତୁମେ ମୋ ଉପରେ ପ୍ରକାଶ କରିଛ, ତାହା ଠିକ୍ ତୁମର ପ୍ରିୟଜନଙ୍କ ହୃଦୟ ମଧ୍ୟରେ ତୁମ ପ୍ରେମର ବାସସ୍ଥଳୀ ନିମି ଦୃଢ଼ ନି୧⁄୨ୟ ମୂଳଭିିକୁ ତୁମେ ନିର୍ମାଣ କର ଏବଂ ତୁମ ପ୍ରକଟିତ ସତ୍ୟ ନିମନ୍ତେ ତୁମ କରୁଣା ଓ ପ୍ରେମର୍ପୂ ଦୟାର ସଂକେତାବଳୀର ପ୍ରକାଶ ପାଇଁ ସର୍ବୋକ୍ରୃଷ୍ଟ ମାଧ୍ୟମ ରୂପେ ଗଢ଼ିତୋଳ ।
ହେ ମୋର ପ୍ରଭୁ ! ତୁମର ସର୍ବ-ସ୧ୁନ୍ନତ ଦିବ୍ୟ ଲେଖନୀ ମାଧ୍ୟମରେ ମୋ ପାଇଁ ଏହି ଜଗତ ତଥା ଆଗାମୀ ଜଗତର ମଙ୍ଗଳ ବିଦାନ କର । ମୁଁ ସାକ୍ଷ୍ୟ ପ୍ରଦାନ କରୁଛି କି ତୁମ କ୍ଷମତାର ଆୟ ମଧ୍ୟରେ ସକଳ ବସ୍ତୁର ଲଗାମକୁ ତୁମେ ଧାରଣ କରିଛ । ତୁମେ ଯେପରି ଇଚ୍ଛାକର ସେମାନଙ୍କୁ ସେହିପରି ତୁମେ ପରିର୍ବନ କରିଥାଅ । ପରମ ଶକ୍ତିଶାଳୀ, ପରମ ବିଶ୍ୱସ୍ତ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
ତୁମେ ହେଉଛ ସ୍ୱୟଂ ସେହି, ଯିଏକି ସ୍ୱୟଂ ତାଙ୍କର ଆଜ୍ଞାବଳରେ ଅଧଃପତିତକୁ ଗୌରବ ରୂପେ, ଦୁର୍ବଳକୁ ବଳବାନ୍ ରୂପେ, ଏବଂ ଅକ୍ଷମକୁ କ୍ଷମତାବାନ୍ ରୂପେ ଓ ଭୀତତ୍ରସ୍ତକୁ ନିର୍ଭୀକ ରୂପେ ତଥା ସଂଶୟକୁ ଦୃଢ଼ ନି୧⁄୨ିୟତା ରୂପେ ପରିର୍ବନ କରିଥାଅ । ପରମ ଶକ୍ତିଶାଳୀ, ପରମ ହିତୈଷୀ ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
ଯିଏ ତୁମକୁ ସନ୍ଧାନ କରିଛି ତୁମେ କାହାରିକୁ ନିରାଶ କରିନାହଁ କି ଯିଏ ତୁମକୁ ଆକାଙ୍କ୍ଷା କରିଛି, ତାକୁ ତୁମେ ତୁମଠାରୁ ଦୂରେଇ ଦେଇନାହିଁ । ଯାହା ତୁମ ବଦାନ୍ୟତାର ସ୍ୱର୍ଗ ତଥା ତୁମ ଅନୁଗ୍ରହର ମହାସାଗର ହୋଇଅଛି, ତାହା ମୋ ପାଇଁ ବିଧାନ କର । ବାସ୍ତବିକ, ତୁମେ ହିଁ ସର୍ବଶକ୍ତିଶାଳୀ, ପରମ କ୍ଷମତାବାନ୍ ।
- Bahá'u'lláh