ହେ ମୋର ପରମେଶ୍ୱର ! ତୁମର ନାମ ମହିମାନ୍ୱିତ ହେଉ । କାରଣ, ତୁମେ ସେହି ମହାନ୍ ଯୁଗଟିକୁ ପ୍ରକାଶ କରିଛ, ଯେଉଁ ଯୁଗଟି ସକଳ ଯୁଗର ସମ୍ରାଟ ଅଟେ । ଯେଉଁ ଯୁଗଟି ବିଷୟରେ ତୁମ୍ଭର ସର୍ବୋକ୍ରୃଷ୍ଟ ଫଳକଲିପି ମଧ୍ୟରେ ତୁମର ମହିମାନ୍ୱିତ ବ୍ୟକ୍ତିଗଣଙ୍କ ପ୍ରତି ତୁମ ପରିପ୍ରକାଶଗଣ ଘୋଷଣା କରିଥିଲେ । ଯେଉଁ ଯୁଗରେ କି ତୁମେ ସକଳ ବସ୍ତୁ ଉପରେ ତୁମର ସମସ୍ତ ନାମର ସୌରଭଦୀପ୍ତିକୁ ବିଚ୍ଛୁରିତ କରିଥିଲ । ସେହି ବ୍ୟକ୍ତି ହିଁ ମହାନ୍, ଯେଉଁ ବ୍ୟକ୍ତି ତୁମ ପ୍ରତି ଅଭିମୁଖୀ ହୋଇଅଛି । ତୁମର ଉପସ୍ଥିତି ନିକଟରେ ପ୍ରବେଶ କରିଅଛି ।
ହେ ମୋର ପ୍ରଭୁ ! ସ୍ୱୟଂ ଯାହାଙ୍କ ଚତୁଃପାଶ୍ୱର୍ରେ ତୁମ ନାମାବଳୀ ସାମ୍ରାଜ୍ୟରେ ଆରାଧନା ନିମି ପରିକ୍ରମା କରିଛି, ସ୍ୱୟଂ ତାଙ୍କ ନାମରେ ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି, ତୁମେ ତୁମର ପ୍ରିୟଜନମାନଙ୍କୁ ଦୟାପରବଶ ହୋଇ ସହାୟତା ପ୍ରଦାନ କର । ଯେଉଁମାନେ ତୁମର ସବେକଗଣଙ୍କ ମଧ୍ୟରେ ତୁମ ବାଣୀର ମହିମା ଗାନ କରୁଛନ୍ତି ଏବଂ ଦୂରଦୂରାନ୍ତରେ ତୁମ ପ୍ରାଣୀମାନଙ୍କ ମଧ୍ୟରେ ତୁମର ଯଶଗାନ କରୁଛନ୍ତି । ଯ୍ୱାରା ତୁମ ପୃଥିବୀର ସମସ୍ତ ଅଧିବାସୀଗଣଙ୍କ ଆତ୍ମାସମୂହକୁ ତୁମ ଧର୍ମ ପ୍ରକାଶର ମହା ଆନନ୍ଦରୋଳରେ ପରିର୍ପୂ କରିଦେଇ ପାରିବ ।
ହେ ମୋର ପ୍ରଭୁ ! ତୁମ ଅନୁଗ୍ରହର ଜୀବିତ ଜଳରାଶି ଆଡ଼କୁ ଯେହେତୁ ତୁମ ସେମାନଙ୍କୁ ମାର୍ଗ ପ୍ରଦର୍ଶନ କରିଛ ତୁମ ଉଦାହରତା ସହିତ ସେମାନଙ୍କୁ ଏପରି ଆଶୀର୍ବାଦ ଦିଅ, ଯ୍ୱାରା ସେମାନେ ତୁମଠାରୁ ବôତ ହେବେ ନାହିଁ ଏବଂ ଯେହେତୁ ତୁମର ସିଂହାସନର ଆବାସ ଆଡ଼କୁ ଆହ୍ୱାନ କରିଛ, ତୁମ ସ୍ନେହର୍ପୂ ଦୟା ମାଧ୍ୟମରେ ସେମାନଙ୍କୁ ତୁମ ଉପସ୍ଥିତି ଠାରୁ ଦୂରେଇ ଦିଅ ନାହିଁ । ଯାହା ତୁମ ବ୍ୟତୀତ ଅନ୍ୟ ସବୁଥିରୁ ସେମାନେ ସଂର୍ପୂ ଅନାସକ୍ତ ହୋଇ ରହିପାରିବେ, ତାହା ସେମାନଙ୍କ ପ୍ରତି ପ୍ରେରଣ କର ଏବଂ ତୁମ ସାନ୍ନିଧ୍ୟର ପରିବେଶ ମଧ୍ୟରେ ଅତୁ୍ୟଚ୍ଚରେ ଉଡ଼ିବା ପାଇଁ ସେମାନଙ୍କୁ ଏପରି ସମର୍ଥ କରାଅ ଯେ, ଯାହାଦ୍ୱାରା କି ଅତ୍ୟାଚାରୀର ପ୍ରତାରଣା କିମ୍ବା ଯେଉଁମାନେ ସ୍ୱୟଂ ତୁମର ପରମ ମହାନତା ଓ ପରମ ଶକ୍ତିଶାଳୀ ସ୍ୱୟଂ ପରମାତ୍ମାଙ୍କ ଠାରେ ଅବିଶ୍ୱାସ କରିଛନ୍ତି, ସେହିମାନଙ୍କ କୁମବଣା ଯେପରି ସେମାନଙ୍କୁ ତୁମଠାରୁ ଦୂରେଇ ଦେବା ପାଇଁ ସମର୍ଥ ହେବନାହିଁ ।
- Bahá'u'lláh