ହେ ଅତୁଳନୀୟ ପରମାତ୍ମା ! ହେ ତୁମେ ଦିବ୍ୟ ସାମ୍ରାଜ୍ୟର ଅଧିପତି ! ଏହି ଆତ୍ମାଗଣ ତୁମର ଦିବ୍ୟ ସେନା ଅଟନ୍ତି । ସେମାନଙ୍କୁ ସହାୟ ହୁଅ ଏବଂ ତୁମ୍ଭର ସର୍ବୋଚ୍ଚତମ ସମାବେଶ ବାହିନୀ ସାହାଯ୍ୟରେ ସେମାନଙ୍କୁ ବିଜୟୀ କର । ଯ୍ୱାରା ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ସୈନ୍ୟବାହିନୀ ସଦୃଶ ହେବେ ଏବଂ ଈଶ୍ୱରଙ୍କର ପ୍ରେମ ଓ ଦିବ୍ୟ ପ୍ରଶିକ୍ଷଣର ଆଲୋକ ମାଧ୍ୟମରେ ଏହି ଦେଶ ସମୁଚ୍ଚୟ ଜୟଲାଭ କରିପାରିବେ ।
ହେ ପରମେଶ୍ୱର ! ତୁମ୍ଭେ ସେମାନଙ୍କର ସମର୍ଥକ ତଥା ସହାୟକ ହୁଅ ଏବଂ ବିଜନ ମରୁ-ପ୍ରଦେଶରେ, ପର୍ବତରେ ଉପତ୍ୟକାରେ, ଅରଣ୍ୟରେ, ଅନ୍ତରୀକ୍ଷରେ ତଥା ପାରାବାରରେ ସେମାନଙ୍କର ଅନ୍ତରଙ୍ଗ ବନ୍ଧୁ ହୁଅ, ଯାହାଫଳରେ ସେମାନେ ଦିବ୍ୟ ସାମ୍ରାଜ୍ୟର ଶକ୍ତି ଏବଂ ମହାନ୍ ପବିତ୍ର ଆତ୍ମାମାନଙ୍କ ପ୍ରଚ୍ଛ୍ୱାସରେ ଉଚ୍ଚସ୍ୱର ଉୋଳନ କରିପାରିବେ ।
ସତ୍ୟତଃ, ତୁମେ ହେଉଛ ପରମ କ୍ଷମତାବାନ୍ । ସର୍ବସାମର୍ଥ୍ୟବାନ୍ ଓ ସର୍ବଶକ୍ତିମାନ ଏବଂ ତୁମେ ହିଁ ହେଉଛ ସର୍ବବିଜ୍ଞ, ଦିବ୍ୟସ୍ରୋତା ଓ ଦିବ୍ୟଦ୍ରଷ୍ଟା ।
- `Abdu'l-Bahá