ହେ ଈଶ୍ୱର ! ହେ ପରମେଶ୍ୱର ! ଏହା ଏକ ଭଗ୍ନ ପକ୍ଷ ବିଶିଷ୍ଟ ପକ୍ଷୀ ଏବଂ ଏହାର ଗତି ଖୁବ୍ ଧୀର । ଏହାକୁ ସାହାଯ୍ୟ କର, ଯାହାଫଳରେ ସେ ସୁଖ-ସମୃଦ୍ଧି ଏବଂ ମୋକ୍ଷର ଶିଖର ପର୍ଯ୍ୟନ୍ତ ଉଡ଼ିପାରିବ ଏବଂ ଆନନ୍ଦମଗ୍ନ ତଥା ସୁଖୀ ହୋଇ ଅସୀମ ଅନ୍ତରୀକ୍ଷର ସର୍ବତ୍ର ନିଜ ମାର୍ଗରେ ଉଡ଼ିପାରିବ । ସମସ୍ତ କ୍ଷେତ୍ରରେ ତୁମ୍ଭର ସର୍ବମହାନ୍ ନାମକୁ ଉଚ୍ଚସ୍ୱରରେ ଗାଇପାରିବ । ଏହି ଆବାହନ ଦ୍ୱାରା ର୍କକୁ ଉଲ୍ଲସିତ କରିପାରିବ ତଥା ମାର୍ଗ ପ୍ରଦର୍ଶନର ଚିହ୍ନକୁ ଦର୍ଶନ କରି ଚକ୍ଷୁର ଜ୍ୟୋତିକୁ ପ୍ରଖର କରିପାରିବ ।
ହେ ନାଥ ! ମୁଁ ଏକାକୀ, ଦୀନହୀନ । ତୁମ୍ଭ ବ୍ୟତୀତ ମୋର ଅନ୍ୟ କେହି ସାହା ନାହିଁ, କେହି ସହାୟକ ନାହିଁ, କେହି ପାଳକ ନାହିଁ । ତୁମ୍ଭର ସେବାରେ ମୋତେ ପ୍ରତିଷ୍ଠିତ କର, ତୁମ୍ଭ ଦିବ୍ୟ ଦୂତମାନଙ୍କ ଦ୍ୱାରା ମୋତେ ସାହାଯ୍ୟ କର, ତୁମ୍ଭ ବାଣୀର ପ୍ରସାର ପାଇଁ ମୋତେ ବିଜୟୀ କର ଏବଂ ମୋତେ ଏପରି ଶକ୍ତି ପ୍ରଦାନ କର, ମୁଁ ଯେପରି ତୁମ ପ୍ରାଣୀମାନଙ୍କ ମଧ୍ୟରେ ତୁମ୍ଭର ମହାନ୍ ଜ୍ଞାନ ବ୍ୟାଖ୍ୟା କରିପାରିବି । ବାସ୍ତବରେ, ତୁମ୍ଭେ ଦୀନ ଦରିଦ୍ରମାନଙ୍କର ରକ୍ଷକ ଏବଂ କ୍ଷୁଦ୍ର ଜନମାନଙ୍କର ରକ୍ଷାର୍କା । ପ୍ରକୃତରେ ତୁମ୍ଭେ ସର୍ବଶକ୍ତିମାନ୍, ମହାବଳବାନ୍ ଏବଂ ସର୍ବସ୍ୱତବ ।
- `Abdu'l-Bahá