ହେ ମୋର ଭଗବାନ୍, ହେ ମୋର ପରମେଶ୍ୱର ! ବାସ୍ତବିକ, ଏହି କ୍ଷୁଦ୍ର ତରୁଟି ଏହାର ଫଳ ଉତ୍ପାଦନ କରିସାରିଛି ଏବଂ ଏହାର ଶାଖା ପ୍ରଶାଖା ଉପରେ ଦାୟମାନ ହୋଇଛି । ସତ୍ୟତଃ, ଏହା କୃଷକମାନଙ୍କୁ ବିସ୍ମିତ କରିଛି ଓ ଈର୍ଷାପରାୟଣମାନଙ୍କୁ ବିଚଳିତ କରିଛି ।
ହେ ପରମେଶ୍ୱର ! ତୁମ କରୁଣାର ବାରିଦ ମଧ୍ୟରୁ ବାରିଧାରା ଦ୍ୱାରା ଏହାକୁ ସେଚିତ କର ଏବଂ ତୁମ ସାମ୍ରାଜ୍ୟରେ ବିରାଟ ପର୍ବତ ସଦୃଶ ମହାନ୍ ଉତ୍ପାଦନକୁ ଅଜାଡ଼ି ଦେବା ନିମି ଏହାର କାରଣ ହୁଅ । ତୁମ ଏକତ୍ୱର ସାମ୍ରାଜ୍ୟ ମଧ୍ୟରୁ ଉଜ୍ଜ୍ୱଳ ରଶ୍ମିଦ୍ୱାରା ହୃଦୟ ସମୂହକୁ ଆଲୋକିତ କର । ତୁମ କରୁଣାର ସଂକେତକୁ ଧାରଣ କରାଇ ଚକ୍ଷୁ ଯୁଗଳକୁ ପ୍ରଜ୍ଜ୍ୱାଳିତ କର ଏବଂ ତୁମ ସ୍ୱର୍ଗୀୟ ଉଦ୍ୟାନରେ ତୁମ ଦୃଢ଼ ସ୍ୱୀକୃତିର ପକ୍ଷୀମାନଙ୍କ ଦ୍ୱାରା ଗାନ କରାଯାଉଥିବା ସୁମଧୁର ସ୍ୱରକୁ ଶ୍ରବଣ କରିବାରେ ର୍କସମୂହକୁ ତୃପ୍ତ କର । ଯ୍ୱାରା ଏହି ଆତ୍ମାଗଣ ତୁମ ମାର୍ଗଦର୍ଶନର ପୁଷ୍କରିଣୀ ଭିତରେ ସନ୍ତରଣ କରୁଥିବା ତୃର୍ଷା ମୀନ ସଦୃଶ ଏବଂ ତୁମ କରୁଣାର ଅରଣ୍ୟ ମଧ୍ୟରେ ବିଚରଣ କରୁଥିବା ଅନୁସନ୍ଧାନୀ ସିଂହ ସଦୃଶ ହୋଇପାରିବେ । ସତ୍ୟତଃ, ତୁମେ ହେଉଛ ପରମ ଉଦାର, କରୁଣାମୟ, ମହିମାମୟ ଏବଂ ପରମ ପ୍ରଦାୟକ ।
- `Abdu'l-Bahá