ହେ ମୋର ପରମେଶ୍ୱର, ତୁମ ପ୍ରତି ସକଳ ପ୍ରଶଂସା ମନ ହେଉ, ସ୍ୱୟଂ ଯିଏ ହେଉଛି ସକଳ ଗୌରବ ଓ ମହାନତାର ପରମ ଉ ! ସାର୍ବଭୌମତ୍ୱ ଓ ଅଧିରାଜ୍ୟର, ଉୁଙ୍ଗତା ଓ ଅନୁଗ୍ରହର, ଧର୍ମଭୀତି ଓ କ୍ଷମତାର ପରମ ଉ ! ଯାହାକୁ ତୁମେ ଇଚ୍ଛା କରିଅଛ ତାହାକୁ ତୁମେ ସର୍ବମହାନ୍ ମହୋଦଧି ନିକଟକୁ ଆକର୍ଷିତ କରିବାର କାରଣ ହୋଇଛ ଏବଂ ଯାହା ପ୍ରତି ତୁମେ ଅଭିଳାଷ ପୋଷଣ କରିଛ, ତୁମର ପରମ ପ୍ରାଚୀନ ଦିବ୍ୟ ନାମକୁ ଚିହ୍ନିପାରିବାର ସ୧ାନଟିକୁ ତାହାକୁ ପ୍ରଦାନ କରିଛ । ସ୍ୱର୍ଗ ଓ ର୍ମ୍ୟରେ ଯେଉଁମାନେ ଅଛନ୍ତି, ସେହି ସମସ୍ତଙ୍କ ମଧ୍ୟରୁ କେହିହେଲେ ତୁମ ସାର୍ବଭୌମ ଦିବ୍ୟ ଇଚ୍ଛାର କାର୍ଯ୍ୟକାରିତାକୁ ପ୍ରତିରୋଧ କରିପାରିବେ ନାହିଁ । ଅନନ୍ତକାଳରୁ ସମଗ୍ର ସୃଷ୍ଟିକୁ ତୁମେ ଶାସନ କରିଆସୁଛ ଏବଂ ତୁମେ ସକଳ ସୃଷ୍ଟ ବସ୍ତୁମାନଙ୍କ ଉପରେ ତୁମର ଅଧିରାଜ୍ୟକୁ ପରିଚାଳିତ କରିବା ପାଇଁ ସଦାସର୍ବଦା ଚାଲୁ ରଖିଥିବ । ସର୍ବଶକ୍ତିଶାଳୀ, ସର୍ବ ସ୧ୁନ୍ନତ, ସର୍ବ- କ୍ଷମତାବାନ୍, ସର୍ବ ବିଜ୍ଞ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
ହେ ପ୍ରଭୁ ! ତୁମ ସେବକମାନଙ୍କର ମୁଖକୁ ଆଲୋକିତ କର । ଯାହାଫଳରେ ସେମାନେ ତୁମକୁ ଅବଲୋକନ କରିପାରିବେ । ସେମାନଙ୍କର ହୃଦୟକୁ ପରିସ୍କାର କର, ଯାହାଫଳରେ ସେମାନେ ତୁମର ସ୍ୱର୍ଗୀୟ ଅନୁଗ୍ରହଗୁଡ଼ିକର ଦରବାର ଆଡ଼କୁ ଅଭିମୁଖୀ ହୋଇପାରିବେ ଏବଂ ସ୍ୱୟଂ ଯିଏ ହେଉଛନ୍ତି ତୁମ ନିଜର ଦିବ୍ୟ ପରିପ୍ରକାଶ ତଥା ତୁମ ଦିବ୍ୟ ନିର୍ଯ୍ୟାସର ଉଦୟସ୍ଥଳ, ସ୍ୱୟଂ ତାଙ୍କୁ ଚିହ୍ନିପାରିବେ । ବାସ୍ତବିକ, ତୁମେ ହେଉଛ ସକଳ ଜଗତର ପ୍ରଭୁ । ପରମ ଅଦମ୍ୟ, ସକଳ ବଶକାରୀ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
- Bahá'u'lláh