ହେ ପ୍ରଭୁ, ହେ ମୋର ଭଗବାନ୍ ! ତୁମର ଜୟ ହେଉ । ତୁମର ଦିବ୍ୟ ପରିପ୍ରକାଶଙ୍କୁ ଚିହ୍ନିବାରେ ମୋତେ ସମର୍ଥ କରିଥିବା ହେତୁ ତଥା ତୁମର ଶତ୍ରୁମାନଙ୍କଠାରୁ ମୋତେ ପୃଥକ୍ କରି ରଖିଥିବା ହେତୁ ଏବଂ ତୁମ ଦିନଗୁଡ଼ିକରେ ସେମାନଙ୍କର ମନ୍ଦ କର୍ମ ଓ ଦୁଷ୍ଟ ଆଚରଣଗୁଡ଼ିକୁ ମୋ ଚକ୍ଷୁ ସ୧ୁଖରେ ଉନ୍ମୁକ୍ତ କରିଦେଇଥିବାରୁ, ସେମାନଙ୍କ ପ୍ରତି ସକଳ ଆସକ୍ତିରୁ ମୋତେ ମୁକ୍ତ ରଖିଥିବାରୁ ଏବଂ ତୁମର ଅନୁକମ୍ପା ଓ ବଦାନ୍ୟ ଅନୁଗ୍ରହଗୁଡ଼ିକ ପ୍ରତି ସଂର୍ପୂ ଅଭିମୁଖୀ ହେବାରେ ମୋର କାରଣ ହୋଇଥିବାରୁ ତୁମକୁ ମୁଁ କୃତଜ୍ଞତା ଅର୍ପଣ କରୁଅଛି । ବିଧର୍ମୀମାନଙ୍କର ଇଙ୍ଗିତ ପ୍ରହସନରୁ ଏବଂ ଅବିଶ୍ୱାସୀମାନଙ୍କର ପରୋକ୍ଷ ଉଲ୍ଲେଖରୁ ମୋତେ ଯାହା ପବିତ୍ର କରି ରଖିଅଛି, ତାହାରି ଦ୍ୱାରା ତୁମଠାରେ ମୋର ହୃଦୟକୁ ଦୃଢ଼ ଭାବେ ନ୍ୟସ୍ତ କରି ରଖିଅଛି ଏବଂ ତୁମ ମୁଖମଳର ଆଲୋକକୁ ଯେଉଁମାନେ ଅସ୍ୱୀକାର କରିଛନ୍ତି, ସେମାନଙ୍କଠାରୁ ଦ୍ରୁତ ପଳାୟନ କରିଛି, ସେଥିପାଇଁ ମଧ୍ୟ ମୁଁ ତୁମକୁ ଧନ୍ୟବାଦ ଅର୍ପଣ କରୁଅଛି । ତୁମ ପ୍ରେମରେ ଦୃଢ଼ ରହିବା ପାଇଁ ମୋତେ ଶକ୍ତିଶାଳୀ କରିଥିବାରୁ ଏବଂ ତୁମର ପ୍ରଶଂସାଗାନ କରିବାକୁ, ତୁମ ଗୁଣାବଳୀର ମହିମାଗାନ କରିବାକୁ ଏବଂ ତୁମର ଦୃଶ୍ୟ ଓ ଅଦୃଶ୍ୟ ସକଳ ବସ୍ତୁକୁ ଯାହା ଅତିକ୍ରମ କରିଅଛି, ସେହି କରୁଣାର ପିଆଲାରୁ ପାନ କରିବାକୁ ମୋତେ ପ୍ରଦାନ କରିଥିବାରୁ ସେଥିପାଇଁ ମୁଁ ତୁମକୁ ପୁନର୍ବାର କୃତଜ୍ଞତା ଜ୍ଞାପନ କରୁଛି ।
ତୁମେ ହେଉଛ ସର୍ବଶକ୍ତିଶାଳୀ, ସର୍ବ-ସ୧ୁନ୍ନତ, ସର୍ବ ଗୌରବମୟ, ସର୍ବ ପ୍ରେମମୟ ।
- Bahá'u'lláh