ହେ ମୋର ଭଗବାନ୍. ମୋର ଆରାଧ୍ୟ ଦେବତା, ମୋର ସମ୍ରାଟ, ମୋର ପରମ ଅଭିଳାଷ ! ତୁମ ପ୍ରତି କୃତଜ୍ଞତା ମୋର ଜିହ୍ୱା କଣ ପ୍ରକାଶ କରିପାରିବ ? ମୁଁ ଅବହେଳିତ ଥିଲି କିନ୍ତୁ ତୁମେ ମୋତେ ଜାଗ୍ରତ କରାଇଛ । ତୁମଠାରୁ ମୁଁ ବିମୁଖ ହୋଇଥିଲି କିନ୍ତୁ ତୁମେ ଦୟାପରବଶ ହୋଇ ତୁମ ଆଡ଼କୁ ଅଭିମୁଖୀ ହେବାପାଇଁ ମୋତେ ସାହାଯ୍ୟ କରିଛ । ମୁଁ ମୃତ ତୁଲ୍ୟ ହୋଇଥିଲି କିନ୍ତୁ ତୁମେ ମୋତେ ଜୀବନର ଜଳରେ ସଂଜୀବିତ କରିଅଛ । ମୁଁ ନିସ୍ତେଜ ହୋଇ ପଡ଼ି ରହିଥିଲି, କିନ୍ତୁ ତୁମ ବାଣୀର ସ୍ୱର୍ଗୀୟ ଝରଣା ଦ୍ୱାରା ତୁମେ ମୋତେ ସତେଜ କରିଅଛ । ଯାହାକି, ସର୍ବକରୁଣାମୟଙ୍କ ଦିବ୍ୟ ଲେଖନୀରୁ ତାହା ଝରିଆସିଅଛି ।
ହେ ସ୍ୱର୍ଗୀୟ ଅନୁଗ୍ରହଦାତା ! ତୁମ ଅନୁଗ୍ରହରୁ ସକଳ ଅସ୍ତିତ୍ୱ ତିଷ୍ଠି ରହିଛି, ତୁମ ବଦାନ୍ୟତାରୁ ଜଳରୁ ଏହାକୁ ବôତ କରନାହିଁ କି ତୁମ କରୁଣାର ମହାସାଗରରୁ ଏହାକୁ ଅଟକାଇ ଦିଅ ନାହିଁ । ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ ମୋତେ ସାହାଯ୍ୟ କରିବାକୁ ତଥା ସହାୟତା ଯୋଗାଇଦେବାକୁ ମୁଁ ତୁମକୁ ପ୍ରାର୍ଥନା କରୁଅଛି । ତୁମ ଅନୁକମ୍ପାର ସ୍ୱର୍ଗରୁ ତୁମ ପ୍ରାଚୀନ ଅନୁଗ୍ରହକୁ ମୁଁ ଅନୁସନ୍ଧନା କରୁଛି । ତୁମେ ହେଉଛ ବାସ୍ତବରେ ଅନୁଗ୍ରହର ପ୍ରଭୁ, ଶାଶ୍ୱତ ସାମ୍ରାଜ୍ୟର ସାର୍ବଭୌମ ସମ୍ରାଟ ।
- Bahá'u'lláh