ହେ ପ୍ରଭୁ, ହେ ମୋର ଭଗବାନ୍ ! ତୁମର ପ୍ରଶଂସାଗାନ ହେଉ । ମୁଁ ସାକ୍ଷୀ ଦିଏ ଯେ ଅନନ୍ତକାଳରୁ ତୁମର ଅତୀନ୍ଦ୍ରିୟ ମହାନତା ଓ ଶକ୍ତିମାରେ ତୁମେ ସ୧ୁନ୍ନତ ହୋଇ ରହିଆସିଅଛ ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ତୁମର ଶ୍ରେଷ୍ଠ ମହିମା ଓ ଗୌରବରେ ତୁମେ ଆବଦ୍ଧ ହୋଇରହିବ । ର୍ମ୍ୟ ଓ ସ୍ୱର୍ଗ ରାଜ୍ୟରେ କେହି ହେଲେ ତୁମ ଉଶ୍ୟେକୁ ବିଫଳ କରିପାରିବ ନାହିଁ । ଧର୍ମପ୍ରକାଶର ଜଗତରେ ତଥା ସୃଷ୍ଟିର ଜଗତରେ କେହିହେଲେ ତୁମ ବିରୁଦ୍ଧରେ ଦାୟମାନ ହୋଇପାରିବ ନାହିଁ । ତୁମକୁ ଯାହା ଇଚ୍ଛା ହୁଏ । ତୁମର ଆଦେଶରେ ତାହା ତୁମେ ସମ୍ପନ୍ନ କର ଏବଂ ତୁମ ସାର୍ବଭୌମ ସାମ୍ରାଜ୍ୟର କ୍ଷମତା ମାଧ୍ୟମରେ ତୁମେ ଯେପରି ସନ୍ତୁଷ୍ଟ ହୁଅ, ସେହିପରି ତୁମେ ଶାସନ ବିଧାନ କର ।
ହେ ସ୍ୱୟଂ ତୁମେ ! ଯିଏକି ପ୍ରତୁ୍ୟଷର ଆଗମନକୁ ଇଙ୍ଗିତ ଦେଇଛ । ସ୍ୱର୍ଗ ଓ ର୍ମ୍ୟରେ ଥିବା ସମସ୍ତଙ୍କ ସ୧ୁଖରେ ତୁମ ପ୍ରେମର ବହ୍ନିରେ ଯେଉଁ ପ୍ରଦୀପକୁ ତୁମେ ଆଲୋକିତ କରିଛ ଏବଂ ତୁମ ସୃଷ୍ଟିର ସାମ୍ରାଜ୍ୟରେ ତୁମ ବିଜ୍ଞତାର ତୈଳରେ ଯେଉଁ ଶିଖାକୁ ତୁମେ ଇନ୍ଧନ ଯୋଗାଇଛ, ତୁମର ଦିବ୍ୟାକାଶରେ ଯେଉଁମାନେ ଉଡ଼ି ବୁଲୁଛନ୍ତି ଏବଂ ତୁମ ଆଜ୍ଞା ପ୍ରତି ସେମାନଙ୍କର ଇଚ୍ଛାକୁ ସମର୍ପଣ କରିଛନ୍ତି । ସେହିମାନଙ୍କ ଭଳି ହେବାଲାଗି ମୋତେ ତିଆରି କରିବାକୁ ତୁମର ସେହି ଦିବ୍ୟ ପ୍ରଦୀପର ଦ୍ୱାହି ଦେଇ ମୁଁ ତୁମକୁ ଅନୁନୟ କରୁଅଛି ।
ହେ ମୋର ପ୍ରଭୁ ! ମୁଁ ଜଣେ ସବୁଠୁ ଦୀନହୀନ ଏବଂ ତୁମେ ହେଉଛ ପରମ କ୍ଷମତାବାନ୍, ସର୍ବଶକ୍ତିଶାଳୀ । ତୁମର ଅନୁକମ୍ପା ଓ ବଦାନ୍ୟ ଅନୁଗ୍ରହ ଦ୍ୱାରା ମୋ ଉପରେ ଦୟା ଦେଖାଅ ଏବଂ ତୁମକୁ ତଥା ତୁମର ପ୍ରିୟଜନମାନଙ୍କୁ ସେବା କରିବା ନିମି ଦୟାପରବଶ ହୋଇ ମୋତେ ସାହାଯ୍ୟ କର । ତୁମେ ଯାହା ଇଚ୍ଛାକର, ତାହା ସମ୍ପନ୍ନ କରିବାକୁ ତୁମେ ହିଁ ପରମ କ୍ଷମତାବାନ୍ । ଶକ୍ତି, ଗୌରବ ଓ ବିଜ୍ଞତାର ଭଗବାନ୍, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
- Bahá'u'lláh